ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ରେ ଏସ ଆଇ ଆର୍ ଉପରେ ସଚେତନତା ରଥ ର ଶୁଭାରମ୍ଭ

ସୁନ୍ଦରଗଡ଼ ରେ ଏସ ଆଇ ଆର୍ ଉପରେ ସଚେତନତା ରଥ ର ଶୁଭାରମ୍ଭ

ସୁନ୍ଦରଗଡ଼, ୦୩/୦୬/୨୬ : ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ . ଆଇ. ଆର୍. ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଅଛି।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଅଭିମନ୍ୟୁ ମାଝୀ ଏବଂ ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ୱିନୀ ବେହେରା ଏହି ସଚେତନତା ରଥ ର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ଟି ଜିଲ୍ଲା ର ବିଭିନ୍ନ ଅଞ୍ଚଳ ବୁଲି ଜନସାଧାରଣଙ୍କ ମଧ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ସଚେତନତା ସୃଷ୍ଟି କରିବ, ଯେପରିକି ଏକ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ଏବଂ ସମସ୍ତ ଯୋଗ୍ୟ ଭୋଟର ମାନେ ଯେପରି ତାଲିକାରେ ଅନ୍ତର୍ଭୁକ୍ତ ହୋଇ ପାରିବେ ତାହା ସୁନିଶ୍ଚିତ କରିବା ଉପରେ ସଚେତନ କରାଇବ। ଏହି କାର୍ଯ୍ୟକ୍ରମ ଅବସର ରେ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମୋତିଲାଲ ଶୁଲିଆ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ ଏବଂ ବିଭିନ୍ନ ପ୍ରକାର ରଙ୍ଗୋଲି ମାଧ୍ୟମରେ ଏସ. ଆଇ. ଆର୍. ଉପରେ ଜନସଚେତନତା ସୃଷ୍ଟି କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ନୁଆଁ ପଡା ଅଙ୍ଗନବାଡି କେନ୍ଦ୍ର ରେ ନେତାଜୀ ଜୟନ୍ତୀ ପାଳିତ

masiha

ବଡ଼ ଧୂମଧାମରେ ପାଳିତ ହୋଇଛି ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା 

Sunil Chandra Nayak

ତେରେସିଂହାରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

masiha

Leave a Comment

error: Content is protected !!