ରାଇରଙ୍ଗପୁର ରାଣିପାଳ ଠାରେ ୧୨ ତମ ସିଦ୍ଧୁ- କାହ୍ନୁ ହୁଲ- ମାହା କ୍ରାନ୍ତି ଦିବସ ମହାସମାରୋହରେ ପାଳିତ
ରାଇରଙ୍ଗପୁର- ୩୦/୦୬ – ଆଜି ରାଇରଙ୍ଗପୁର ରାଣିପାଳ ଗ୍ରାମ ଠାରେ ବୀର ସିଦ୍ଧୁ-କାନ୍ହୁ ମେମୋରିଆଲ କ୍ଲବ ଦ୍ୱାରା ଆଦିବାସୀ ସାନ୍ତାଳ ବିଦ୍ରୋହ ହୁଳ ମାହା ୩୦ଜୁନ ୧୮୫୫-୫୬ ଅବସରରରେ ଗ୍ରାମ ମାଝୀ ବାବା ଶ୍ରୀ କନ୍ଦନ ମାର୍ଣ୍ଡି ଙ୍କ ନେତୃତ୍ୱ ରେ ମାଝୀ ବାବା ଘରୁ ଶୋଭାଯାତ୍ରା ବାହାରି ଗାଜା- ବାଜା ବଜାଇ ଆଦିବାସୀ ପାରାମ୍ଫାରିକ ନୣତ୍ୟ ଦଳ ତାଳେ ତାଳେ ନାଚ ଗୀତରେ ଆସି ବୀର ସିଦ୍ଧୁ କାନ୍ହ ମେମୋରିଆଲ କ୍ଲବ ଘର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ଏହି ଶୋଭା ଯାତ୍ରାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଜେଡ଼ି ମୟୂରଭଂଜ -୨ କାର୍ଯ୍ଯକାରୀ ସଭାପତି ତଥା ସେବା ନିବୃତ ପୋଲିସ ପ୍ରଶାସକ ଶ୍ରୀ ରାଇସେନ ମୁର୍ମୁ ଓ ବିଶିଷ୍ଟ ଅତିଥିଭାବେ ପ୍ରାକ୍ତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ସହିତ ସଂଖ୍ୟାଧିକ ମହିଳା ପୁରୁଷ ଶାମିଲ ହୋଇ ହୁଲ ମାହା ରେ ଯୋଗ ଦେଇଥିଲେ।
ବୀର ସିଦ୍ଧୁ-କାଁହୁ ମେମୋରିଆଲ କ୍ଲବ ଠାରେ ପ୍ରଥମେ ଆଦିବାସୀ ସବୁଜ ପାତାକା/ଝଣ୍ଡା ମୂଖ୍ୟ ଅତିଥି ଶ୍ରୀ ରାଇସେନ ମୂର୍ମୁଙ୍କ ଦ୍ୱାରା ଉଡାଇ ଶୁଭାରମ୍ଭ ଥିଲେ। ଏହା ପରେ ମାଝୀ ବାବା ସହିତ ଗ୍ରାମର ପୂଜାରୀ ଛୋଟରାଇ ହେମ୍ବ୍ରମ ଚିତନ୍ୟ ମାର୍ଣ୍ଡି ମିଶିକି ବୀର ସିଦ୍ଧୁ-କାନ୍ହୁ, ଚାନ୍ଦ-ଭୈରବ ଓ ଫୁଲ-ଝାନ, ବିର୍ସା ମୁଣ୍ଡା,ପଣ୍ଡିତ ରଘୁନାଥ ମୁର୍ମୁ ତଥା ସମ୍ବିଧାନ ନିର୍ମାତା ବାବା ସାହେବ ଭୀମରାଓ ଆମ୍ଭେଦକର ଙ୍କର ଫୋଟୋ ଚିତ୍ରରେ ଫୁଲମାଲା ଦେଇ ଆଦିବାସୀ ପରାମ୍ଫାରିକ ରୀତିନୀତି ରେ ପୂଜାଆର୍ଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ଆଦିବାସୀ ସାରନା- ଧର୍ମର ହିତାଲ ଗୀତ ଗାଈ ସମସ୍ତ ସହିଦ ମାନଙ୍କ ଉଦ୍ଦେଶ୍ୟରେ ଵନ୍ଦନା ଗାନ କରାଯାଇଥିଲା। ସର୍ବଶେଷରେ କ୍ଲବର ସଭାପତି ଶ୍ରୀ ବିକ୍ରମ ଟୁଡୁଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଶ୍ରୀ ରାଇସେନ ମୁର୍ମୁ ସଭାକୁ ସମ୍ବୋଧନ କରି ବୀର ସିଦ୍ଧ କାହ୍ନୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଦିବାସୀ ଅଧିକାର କୁ ବଞ୍ଚାଇ ରଖିବା ପାଇଁ ଯୁବ ପିଢ଼ି ମାନଙ୍କୁ ଆହ୍ୱାନ ଦେଇଥିଲେ।
ବିଶିଷ୍ଟ ଅତିଥିଭାବେ ପୁର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ହୁଲ ମାହା କ୍ରାନ୍ତି ଦିବସରେ ୟୁବପୀଢ଼ି ମାନଙ୍କୁ ଆଦିବାସୀ ଅଧିକାର ଜଳ ଜଂଗଲ ଓ ଜମିର ସୁରକ୍ଷା ଓ ସାମ୍ଵିଧାନିକ ଅଧିକାର କୁ ବଞ୍ଚାଇବାକୁ ଆହ୍ୱାନ କରିଥିଲେ ।ମସ୍ତ ଆଦିବାସୀ ମାନଙ୍କୁ ଜାତି- ଦଳ ନିର୍ବିଶେଷରେ ଏକଜୁଟ ହୋଇ ନିଜର ଆଦିବାସୀ ଏକତା ବନାଇବାର ଆବଶ୍ୟକତା ରହିଛି ବୋଲି ଆହ୍ୱାନ ଦେଇଥେଲେ । ଆଗାମୀ ବର୍ଷର ଜନଗଣନାରେ ସମସ୍ତ ଆଦିବାସୀ ମାନେ ନିଜର ଧର୍ମ ସାରନା ଲେଖିବାକୁ ଆହ୍ୱାନ ଦେଇଥିଲେ।
ଏହି ବୀର ସିଦ୍ଧୁ କାନ୍ହୁ ମେମୋରିଆଲ କ୍ଲବ ରାଣୀପାଳ ଗ୍ରାମରେ ୧୨ତମ ବାର୍ଷିକ ପାଳନ ସହିତ ଦୁଇ ଦିନିଆ ଉତ୍ସବ ପାଳନ କରୁଛନ୍ତି, ଆଜି ପିଲାମାନଙ୍କୁ ପାଇଁ ଗୋଲି ଏନେଜ ଓ ବେଜା ତୁଞ୍ଜ, ବୋଳ ପେଟେର ହେପରାବ ପ୍ରତିଯୋଗିତା ଓ ଅଲଚିକି ଅଳ ହେପରାବ , ପୁଲୁ ପତଳାପାଟି, ବରାହି -ଅର ପ୍ରତିଯୋଗିତା ହୋଇଥିଲା। ଆସନ୍ତାକାଲି ଦୁଇପହରେ ସିଙ୍ଗାଳ ଲାଙ୍ଗଣେ ଏନେଜ ହେପରାଵ ପ୍ରତିଯୋଗିତା ହେବ ବୋଲି କ୍ଲବର ପରାମର୍ଶଦାତା ଶ୍ରୀ ବିଜୟ କୁମାର ମାର୍ଣ୍ଡି ସୁଚନା ଦେଇଥିଲେ।ଏହି ଉତ୍ସବରେ ବହୁ ସଂଖ୍ୟାରେ ମହିଲା ପୁରୁଷ ଅବାଳ ବୣଦ୍ଧ ଆଦିବାସୀ ପରାମ୍ଫାରିକ ପୋଷାକ କଚ୍ଛା ଧୋତି ଓ ଝାଳ ଶାଡି ପିନ୍ଧି ନୣର୍ତ୍ୟ ଗୀତରେ ହୁଲମାହା ଉତ୍ସବ ପାଳନ କରିଥିଲେ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

