ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛଟ୍ ପୂଜା ପାଇଁ ଖଡଖାଈ ନଦୀକୂଳରେ ଶ୍ରଦ୍ଧାଳୁଙ୍କ ଗହଳି; ଆସ୍ଥା, ବିଶ୍ବାସ, ଭକ୍ତି,ଆଧ୍ୟାତ୍ମିକତା,ସ୍ବଚ୍ଛତା ନେଇ ଛଟ୍ ପର୍ବ  ଉଦିତ ସୂର୍ଯ୍ଯଙ୍କୁ ଅର୍ଘ୍ୟ ପ୍ରଦାନ କଲେ ଵ୍ରତଧାରୀ

ଛଟ୍ ପୂଜା ପାଇଁ ଖଡଖାଈ ନଦୀକୂଳରେ ଶ୍ରଦ୍ଧାଳୁଙ୍କ ଗହଳି; ଆସ୍ଥା, ବିଶ୍ବାସ, ଭକ୍ତି,ଆଧ୍ୟାତ୍ମିକତା,ସ୍ବଚ୍ଛତା ନେଇ ଛଟ୍ ପର୍ବ 

ଉଦିତ ସୂର୍ଯ୍ଯଙ୍କୁ ଅର୍ଘ୍ୟ ପ୍ରଦାନ କଲେ ଵ୍ରତଧାରୀ

ରାଇରଙ୍ଗପୁର – ୧୬/୧୧ ରାଇରଙ୍ଗପୁର ସହର ଛଟ୍ ପର୍ବ ପାଇଁ ଚଳଚଞ୍ଚଳ,ଗହଳିଚହଳି ହୋଇ ଉଠିଛି ।ଭାଇଚାରା, ଆସ୍ଥା, ବିଶ୍ବାସ, ଆଧ୍ୟାତ୍ମିକତା, ସୂର୍ଯ୍ୟପୂଜା, ଛଟ୍ ମୟୀ ପୂଜା, ସ୍ବଚ୍ଛତା, ଉପାସନାର ପର୍ବ ହେଉଛି ଚଟ୍ ପର୍ବ ।ଏହା ଯଦିଓ ବିହାରୀ ମାନଙ୍କର ମୁଖ୍ୟ ଗଣପର୍ବ ଓ ଅନନ୍ୟ ପର୍ଵ ହେଲେ ଏବେ ସବୁ ଧର୍ମର ଲୋକେ ଏହି ପର୍ବ ପାଳନ ପାଇଁ ଅଣ୍ଟା ଭିଡିଛନ୍ତି ।ଆଜି ଭୋର ୩ ଠାରୁ ପ୍ରବଳ ଶୀତ ଲହରି କୁ ଭୟ ନକରି ବ୍ରତଧାରୀମାନେ ସ୍ନାନ, ଶୌଚ ସାରି, ନବ ବସ୍ର ପରିଧାନ କରି, ଘର ପୂଜନ କରିଥିଲେ ।ପରେ ଡଲାରେ ଆଖୁ, କଦଳୀ,ଫଳ, ନୈବୈଦ୍ୟ ଧରି ଖଡଖାଇ ନଦୀକୂଳ ଛଟ୍ ଘାଟକୁ ଯାଇ ନଦୀ କୂଳରେରେ ପୂଜାର୍ଚ୍ଚନା କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଢାଳି ଉପାସନା ଭଙ୍ଗ କରିଥିଲେ ‌ ।ପରିବାରର ଓ ସମାଜର ମଙ୍ଗଳ କାମନା ପାଇଁ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିବା ସହ ଛଟିମାୟାଙ୍କୁ ପୂଜା କରିଥିଲେ ।ପରେ ନିକଟସ୍ଥ ଖଡଗେଶ୍ବର ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ବିଭିନ୍ନ ଦେବାଳୟରେ ପୂଜାର୍ଚ୍ଚନା କରି ଘରକୁ ଫେରିଥିଲେ ।ପରସ୍ପରକୁ ଆଲିଙ୍ଗନ, ମିଷ୍ଟାନ୍ନ ବଣ୍ଟନ କରିଥିଲେ ।ରାଇରଙ୍ଗପୁର ଛଟ କମିଟିର ଅଧ୍ୟକ୍ଷ ଅବଧେଶ ମିଶ୍ରା, ସଭାପତି ବିଜୟ ରାମ, ସମ୍ପାଦକ ରାଜେଶ ପ୍ରଜାପତି ଙ୍କ ସମେତ ସମସ୍ତ ପୂଜା କମିଟି ସଦସ୍ଯ‌ପରିଚାଳନାରେ ସଂଯୋଗ କରିଥିଲେ । ସମଗ୍ର ରାଇରଙ୍ଗପୁର ସହର ଛଟମୟ ହୋଇ ଉଠିଥିଲା ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ପିଆରଏମ ମେଡ଼ିକାଲକଲେଜରେ ବିଭିନ୍ନ କର୍ମଚାରୀ ଏବଂ ଛାତ୍ର ସଂଘ ତରଫରୁ ୧୦୨ ୟୂନିଟ ରକ୍ତ ସଂଗ୍ରହ

Sunil Chandra Nayak

ଜୁନାଗଡ଼ ତାଲବନ୍ଦପଡ଼ାରେ ପୋଖରୀରେ ବୁଡି ଯୁବକ ମୃତ 

ହିନ୍ଦୋଳ ଉପଖଣ୍ଡ ରେ ରୁଙ୍ଗୁଟା କମ୍ପାନୀ କୁ ନେଇ ଦିନକୁ ଦିନ ବଢୁଛି ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!