ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ତାଲବନ୍ଦପଡ଼ାରେ ପୋଖରୀରେ ବୁଡି ଯୁବକ ମୃତ 

ଜୁନାଗଡ଼ ତାଲବନ୍ଦପଡ଼ାରେ ପୋଖରୀରେ ବୁଡି ଯୁବକ ମୃତ 

ଜୁନାଗଡ଼୪/୭ -(ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ତାଲବନ୍ଦପଡ଼ା ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ଜୁନାଗଡ଼ ତାଲବନ୍ଦପଡ଼ାର ପୋଖରୀରେ ଯୁବକ ଜଣକ ଗାଧୋଇବାକୁ ଯାଇ ଗଭୀର ପାଣିରେ ବୁଡ଼ି ଯାଇ ମୃତୁ ହେଇଥିବାର ଦେଖିବାକୁ ମିଳିଛି l ଖବର ମୁତାବକ ଯୁବକ ଜଣକ ପାଖରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଆଜି ସକାଳ ୧୦ ଘଣ୍ଟା ସମୟରେ ପୋଖରୀକୁ ଯାଇଥିବା ବେଳେ ପାଖାପାଖି ଏକ ଘଣ୍ଟା ସମୟ ପର୍ଯ୍ୟନ୍ତ ତଥା ୧୧ ଟା ସମୟ ହେଇଗଲା ସୁଦ୍ଧା ସେ ଯୁବକ ଘରକୁ ଅବା ପାଣି ବାହାରକୁ ଆସି ନ ଥିବାରୁ ତାକୁ ପରିବାର ଲୋକେ ବହୁତ୍ ଖୋଜା ଖୋଜି କରିଥିଲେ l ତା ପରେ ପରିବାର ଲୋକେ ଦୀର୍ଘ ସମୟ ଧରି ଖୋଜି ନ ପାଇବାରୁ ତୁରନ୍ତ ଜୁନାଗଡ଼ ସ୍ଥିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିବାର ସୂଚନା ମିଳିଛି l ସୂଚନା ପାଇ ଅଗ୍ନିଶମ ବିଭାଗୀୟ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା l ଘଟଣା ସ୍ଥଳରେ ଅଗ୍ନଶମ ବିଭାଗୀୟ କର୍ମଚାରୀ ମାନେ ଦିର୍ଘ୍ ୧ ଘଣ୍ଟା ପାଣିରେ ଖୋଜିଲା ପରେ ଯୁବକକୁ ବହୁତ୍ ଗଭୀର ପାଣି ଭିତରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ l ସେଠାରୁ ବିଭାଗୀୟ ଟିମ ସେହି ଯୁବକକୁ ଜୁନାଗଡ଼ ମେଡ଼ିକାଲକୁ ଆଣିଥିବାର ସୂଚନା ମିଳିଥିବାବେଳେ ମେଡିକାଲରେ କାର୍ଯ୍ୟରତ ଡକ୍ଟର ସେହି ଯୁବକକୁ ମୃତ ଘୋଷଣା କରିଥିଲେ l ମୃତ ହୋଇଥିବା ଯୁବକଟି ଜୁନାଗଡ଼ ତାଲବନ୍ଦପଡ଼ାର ବୋଲି ଜଣାପଡିଛି l ମୃତ ଯୁବକ ଋଷି ମୋହନ ଗହୀର ନିଜ ପିତା ମାତାଙ୍କ ଦେହାନ୍ତ ପରେ ନିଜ ବଡ ଭାଇ କ୍ଷେତ୍ର ମୋହନ ଗହୀର ଏବଂ ତାଙ୍କ ବଡ ମାଆଙ୍କ ପାଖରେ ରହୁଥିବାର ଜଣାପଡିଛି l ଖବର ଅନୁଯାୟୀ ମୃତ ଋଷି ମୋହନ ଗହୀର ଅବିବାହିତା ହୋଇଥିବାର ସୂଚନା ମିଳିଛି l ଏ ନେଇ ଅଗ୍ନିଶମ ବିଭାଗୀୟ ଟିମ ଉଦ୍ଧାର ପରେ ମେଡିକାଲରେ ଡକ୍ଟର ମୃତ ଘୋଷଣା ପରେ ମୃତକଙ୍କ ବଡ଼ ଭାଇ କ୍ଷେତ୍ର ମୋହନ ଗହୀର ଜୁନାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବାର ଖବର ମିଳିଛି l ଖବର ପାଇ ଜୁନାଗଡ଼ ପୋଲିସ ଟିମ୍ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଏବଂ ତାପରେ ଶବଟିକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ମସ୍କାଗୁଡାଠାରେ କ୍ଳଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

The Pride & Glory of Kendrapada District – Shri Deepak Choudhury Declared as Disaster Ambassador.

Sunil Chandra Nayak

ସଚ୍ଚିଦାନନ୍ଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!