ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା,ଚାଷୀ ତରତର

ଧରାକୋଟ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା,ଚାଷୀ ତରତର

ଆସିକା, ୪/୭/୨୬ (ଶିବ ଶଙ୍କର ମିଶ୍ର ) ଲଘୁଚାପ ଜନିତ ବର୍ଷା ଶୁକ୍ରବାର ଠାରୁ ଧରାକୋଟ ଅଞ୍ଚଳରେ ଆରମ୍ଭ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ବର୍ଷା ଯୋଗୁଁ ଚାଷୀ କୂଳ ଆଶ୍ୱସ୍ତ ହୋଇଛନ୍ତି। ବ୍ଲକର ଅଠର ଗୋଟି ପଞ୍ଚାୟତ ଅଞ୍ଚଳରେ ବର୍ଷାର ଅନିୟମିତତା ଯୋଗୁଁ ଧାନ ତଳି କେତେକ ଢେପ ଅଞ୍ଚଳରେ ତାତି ଯାଇଥିବାରୁ ଚାଷୀମାନେ ବ୍ୟତିବସ୍ତ ହୋଇପଡିଥିଲେ । ଧାର କରଜ କରି କ୍ଷେତକୁ ସଜାଡି ବିହନ ଓ ସାର ଦେଇ ତଳି ପକାଇବା ପରେ ବର୍ଷା ନହେବାରୁ ଚାଷୀମାନେ ଏକରକମ ଭାଙ୍ଗି ପଡ଼ିଥିଲେ । ଆଜି ପୂର୍ବ ଅନୁମାନ ଅନୁଯାୟୀ ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଥିବାରୁ ବର୍ଷାକୁ ଖାତିର ନକରି ଚାଷୀମାନେ ପୁଣି ବିଲ ଅଭିମୁଖେ ବାହାରିଛନ୍ତି । ବର୍ଷା ପରିସ୍ଥିତିକୁ ଦେଖି ଚାଷୀ ବିଜୟ ପାଢ଼ୀ,ସୁକୁରି ଜେନା,ପ୍ରମୋଦ ପାଢ଼ୀ,କପିଳାସ ସାହୁ,ନୀଳମଣି ଭଞ୍ଜ ପ୍ରମୁଖ ଖୁସି ପ୍ରକଟ କରିଥିବା ବେଳେ ବିଳମ୍ବ ହେଲେ ମଧ୍ୟ ତାତି ଯାଇଥିବା ତଳି ସ୍ଥାନରେ ନୂଆ ତଳି ପକାଇବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି। ରଜ ସଂକ୍ରାନ୍ତି ସମୟରେ ପକାଯାଇଥିବା ତଳି ମଧ୍ୟମ ଧରଣର ହୋଇଥିବାରୁ କିଛି ଦିନ ପରେ ରୁଆ ବେଉଷଣ କାର୍ଯ୍ୟ ଆରମ୍ଭ ହେବ । ଏଣୁ ବର୍ତ୍ତମାନ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି। ଜୁନ ମାସରେ ଆବଶ୍ୟକତା ଠାରୁ କମ ବର୍ଷା ହୋଇଥିବାରୁ ଚାଷୀ ମନରେ ଛନକା ପଶିଥିଲା । ହେଲେ ଆଜିର ଲଘୁଚାପ ଜନିତ ବର୍ଷା ଚାଷୀ ମନରେ ଖୁସି ପ୍ରକଟ କରିଛି । ଯାହା ଫଳରେ ଚାଷୀ ଚାଷ ତରତର ନୀତିକୁ ଆପଣାଇ ଖେତମୁଖା ହୋଇଛି ।

Related posts

ଇନର ହୁଇଲ କ୍ଲବ୍ ଓ ରୋଟାରୀ କ୍ଲବ୍ ଅଫ ସୁବର୍ଣ୍ଣରେଖା ରାଇବଣିଆ ପକ୍ଷରୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ କର୍ମଶାଳା 

Sunil Chandra Nayak

ଶିକ୍ଷକ ବିଭୁତି ଭୂଷଣ ତାଣ୍ଡିଙ୍କୁ ‘ସମାଜ ରତ୍ନ ସମ୍ମାନ’ ସମାଜସେବା ଓ ଅବହେଳିତଙ୍କ ସହାୟତା ପାଇଁ ମିଳିଲା ସମ୍ମାନ

Sunil Chandra Nayak

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ ରେ……

masiha

Leave a Comment

error: Content is protected !!