ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ରଙ୍କ ମାତୃ ବିୟୋଗରେ ଶୋକ ର ଛାୟା 

ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ରଙ୍କ ମାତୃ ବିୟୋଗରେ ଶୋକ ର ଛାୟା 

ଭବାନୀପାଟଣା – ସ୍ୱଦେଶୀ ଜାଗରଣ ମଞ୍ଚ, ଓଡ଼ିଶା ପଶ୍ଚିମ ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ରଙ୍କ ପୂଜ୍ୟ ମାତା ପଦ୍ମାବତୀ ଦାଶଙ୍କ ୭୧ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି l ସେ କିଛି ଦିନ ପୂର୍ବରୁ ଭୁବନେଶ୍ୱରଠାରେ ହୃଦ୍ ରୋଗର ଅସ୍ତ୍ରୋପଚାର କରିଥିଲେ l ଗତ ୩ ତାରିଖରେ ପୁଣିଥରେ ଅସୁସ୍ଥ ହେବାରୁ ତାଙ୍କ ଏକମାତ୍ର ପୁଅ ଗୋଦାବରୀଶ ଓ ସାନ ଝିଅ ନିଜ ଗାଡ଼ିରେ ଭୁବନେଶ୍ୱର ଚିକିତ୍ସା ପାଇଁ ନେଉଥିବା ସମୟରେ ଚାରିଛକ ମଧବପୁର ଠାରେ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି l ତାଙ୍କ କାଳୀ ମନ୍ଦିର ପଡ଼ା ସ୍ଥିତ ବାସଭବନରେ ଆଜି ତାଙ୍କ ସ୍ୱାମୀ ସୂର୍ଯ୍ୟନାରାୟଣ ପାତ୍ର, ପୁଅ ଗୋଦାବରୀଶ ଓ ତିନି ଝିଅ ନାତି ନାତୁଣୀ ଓ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ ସ୍ଥାନୀୟ ଆଶା ସାଗର ନିକଟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି l ଶ୍ରୀମତୀ ପଦ୍ମାବତୀ ଦାଶ ଅବସର ପ୍ରାପ୍ତ ଆଇସିଡିଏସ୍ ସୁପରଭାଇଜର ଥିଲେ। ଜଣେ ଧର୍ମ ପରାୟଣା ଓ ମେଳାପୀ, ସରଳ ସ୍ଵଭାବ ସହିତ ପରୋପକାରୀ ଥିଲେ l ତାଙ୍କ ମୃତ୍ୟୁରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ପ୍ରମୁଖ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ଦ୍ବାରା ସମୀକ୍ଷା ବୈଠକ ଅନୁଷ୍ଠିତ

masiha

ବ୍ଲକ ସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଗୁଡହାଣ୍ଡି ମଞ୍ଚରେ ୭୭ ତମ ସ୍ଵାଧୀନତା ଦିବସ, ପତାକା ଉତ୍ତୋଳନ କଲେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ

masiha

Leave a Comment

error: Content is protected !!