ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଅନୁଷ୍ଠିତ ହେଲା ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଖଇରା,୩୧/୭/୨୫- ବାଲେଶ୍ବର ଜିଲ୍ଲା ଖଇରା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ବିଇଓ ସୁଦର୍ଶନ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପଦ୍ମଲୋଚନ ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଚେୟାରମ୍ୟାନ ଅଭିଲିପ୍ସା ସାହୁ ଯୋଗଦେଇ ଅବସର ନେଉଥିବା ବିଇଓ ଗଦାଧର ଦାସଙ୍କ କାର୍ଯ୍ୟ ଦକ୍ଷତା ଓ ବହୁମୁଖୀ ପ୍ରତିଭା ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ବିଦାୟୀ ବିଇଓ ଗଦାଧର ଦାସ, ପୂର୍ବତନ ବିଇଓ ଗୋଲକ ବିହାରୀ ପାଢ଼ୀ, ପୂର୍ବତନ ବିଆରସିସି ରମେଶ ଚନ୍ଦ୍ର ଦାସ ଓ ବାସୁଦେବ ରାଉତ, ପୂର୍ବତନ ଏବିଇଓ ଶ୍ରୀଧର ପ୍ରସାଦ ବେହେରା, ଗୌରାଙ୍ଗ ମହାପାତ୍ର, ହେମନ୍ତ କୁମାର ମିଶ୍ର, ପାର୍ବତୀ ପଣ୍ଡା, ବର୍ତ୍ତମାନର ଏବିଇଓ ମାଣିକ ମିଶ୍ର ଏବଂ ଶିକ୍ଷକ ପ୍ରଶିକ୍ଷକ ରଘୁନାଥ ଦାସ ପ୍ରମୁଖ ବିଦାୟୀ ବିଇଓ ଶ୍ରୀ ଦାସଙ୍କ କର୍ମମୟ ଜୀବନ ଓ ସମୟାନୁବର୍ତ୍ତିତା, କାର୍ଯ୍ୟ ଦକ୍ଷତା, ଅଫିସ୍ ସୁପରିଚାଳନା, ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଇତ୍ୟାଦି ବିଷୟରେ ସୁନ୍ଦର ଓ କୋହଭରା ବକ୍ତବ୍ୟ ପ୍ରଦାନ କରିଥିଲେ । ବିଆରଟି ମନୋଜ ମହାପାତ୍ର ପ୍ରାରମ୍ଭିକ ସୂଚନାରେ ବିଇଓ ଅଫିସ୍ ପୁନଃହ ନିର୍ମାଣ ଏବଂ ଜଣେ ଦକ୍ଷ ପ୍ରଶାସକ ନିମନ୍ତେ ବିଧାୟକଙ୍କୁ ଅନୁରୋଧ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ପୂର୍ବତନ ସିଆରସିସି ସୁଶାନ୍ତ କୁମାର ମହାପାତ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ପୂର୍ବତନ ସିଆରସିସି ଓ ଲମ୍ବୋଦର ଦାସ । ସମସ୍ତ ସିଆରସିସି ଓ ଅଫିସ୍ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ପଲସାପଡା ଠାରେ ଶ୍ରମଦାନ ଶିବିର ଅନୁଷ୍ଠିତ 

Sunil Chandra Nayak

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରେସ୍ ୟୁନିଅନ୍ ରାୟଗଡା ଜିଲ୍ଳାର ହାତଧୂଆ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!