ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ସହ ବନ୍ଧୁମିଳନ

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ସହ ବନ୍ଧୁମିଳନ

ରାଉରକେଲା, //ରାଉରକେଲାର ଛେଣ୍ଡ୍ କଲୋନୀ ମୁଖ୍ୟତଃ ବରିଷ୍ଠ ନାଗରିକ ମାନଙ୍କର ନିବାସ ସ୍ଥଳୀ। ଏଠାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ବ୍ୟାଙ୍କ, ଆର୍.ଏସ୍.ପି., ଏବଂ ବିଭିନ୍ନ ବେସରକାରୀ ସଂସ୍ଥା ମାନଙ୍କରୁ ଅବସର ଗ୍ରହଣ କରିଥିବା ଅଧିକାରୀ ଏବଂ କର୍ମଚାରୀ ମାନେ ମୁଖ୍ୟତଃ ବାସ କରଥା’ନ୍ତି। ଏହି ପରି ସବୁ ବର୍ଗର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଗଠିତ ହୋଇଥିବା ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ, ଛେଣ୍ଡ୍ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ନବଘନ ସାହୁଙ୍କ ଆବାହକତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଦୁଇଶହରୁ ଊର୍ଦ୍ଧ୍ବ ସଦସ୍ୟ ସପରିବାର ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏଥିରେ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ସହ କୁଇଜ୍ କମ୍ପିଟିସନ, ହାଉଜିଖେଳ ଏବଂ ମହିଳା ମାନଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର ଖେଳ ପ୍ରଭୃତିକୁ ସମସ୍ତେ ଉପଭୋଗ କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ବୟୋଜ୍ୟେଷ୍ଠ ସଦସ୍ୟ ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏହି ସମସ୍ତ ପ୍ରତିଯୋଗିତାକୁ ବିଶ୍ବନାଥ ଜେନା, ରବୀନ୍ଦ୍ର କୁମାର ସରାଫ ଏବଂ ପି.କେ. ପ୍ରଧାନ ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ଗିରିଜା ଶଙ୍କର ଗୋସ୍ବାମୀ, ରବିନାରାୟଣ ସିଂହ, ନିରଦ ଭୂଷଣ ପଟ୍ଟନାୟକ, ହରିହର ଶତପଥୀ, ଲକ୍ଷ୍ମଣ ନାଥ ଦାସ, ଏସ.ଏନ. ପଣ୍ଡା, ରବୀନ୍ଦ୍ର କୁମାର ସାହୁ, ଅଶୋକ କୁମାର ଶୁକ୍ଳ, ସୁଶାନ୍ତ କୁମାର ନାୟକ ପ୍ରମୁଖ ସହାୟତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ବି.କେ.ପଣ୍ଡା, ଇଗ୍ନେସ ହାଁସଦା, ଅଭୟ କୁମାର ଦାସ, ହରିଶ୍ଚନ୍ଦ୍ର ଭୂମିଜ, ପ୍ରଭାକର ସାହୁ, ଜିତେନ୍ଦ୍ର ସା, ଡାକ୍ତର ଗୋକୁଳାନନ୍ଦ ସାହୁ, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ସନ୍ତୋଷ କୁମାର ମିଶ୍ର, ଦିବାକର ପାଣିଗ୍ରାହୀ, ସବିତା ସାହୁ , ବିମଳ ବିଶି, ପ୍ରତାପ ମହାନ୍ତି, ବିନୋଦ ଦାସ, ଉମେଶ ଚନ୍ଦ୍ର ଜେନା ଉମେଶ ଚନ୍ଦ୍ର ଦାସ, ବିପିନ ବିହାରୀ ପଟ୍ଟନାୟକ, ରାଧାମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ନବଘନ ସାହୁ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ରାଜ୍ୟପାଳଙ୍କ ଦ୍ବାରା ପୁରସ୍କୃତ

Sunil Chandra Nayak

ସୁନ୍ଦରଗଡ ଲେଖକ ସାମୁଖ୍ଯର ମାସିକ ସାହିତ୍ଯ ଆସର

Sunil Chandra Nayak

ଜୁନାଗଡ ଚମେଲୀ ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ପାଶ୍ ହାର ୮୫%

masiha

Leave a Comment

error: Content is protected !!