ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ରଘୁନାଥପାଲ୍ଲୀ ବିଧାୟକ

ସୁନ୍ଦରଗଡ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ରଘୁନାଥପାଲ୍ଲୀ ବିଧାୟକ

ରାଉରକେଲା ୨୧/୮, ଗତ ୨୦୨୪ ସାଧାରଣ ନିର୍ବାଚନରେ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ଓଡିଶା ବିଧାନସଭାଜୁ ନିର୍ବାଚିତ ହୋଇଥିଵା ଭାରତୀୟ ଜନତା ପାର୍ଟିର ସଦସ୍ୟ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିକାଶକୁ ନେଇ ଗତ ୧୫ମାସର କାର୍ଯ୍ୟକାଳ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ବିଭାଗୀୟ ସଚିବମାନଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଲିଖିତ ଭାବେ ନିଜ ଦାବି ଓ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । କେବଳ ସେତିକି ନୁହେଁ ବିଗତ ଦିନରେ ଅଞ୍ଚଳର ବିକାଶ ନିମିତ୍ତ ବିଧାୟକ ଶ୍ରୀ ତନ୍ତୀ ଦିଲ୍ଲୀ ଯାଇ କେନ୍ଦ୍ର ମନ୍ତ୍ରୀମାନଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା ମଧ୍ୟ କରିଛନ୍ତି । ଏହି କ୍ରମରେ ଆଜି ପୁଣିଥରେ ଦିଲ୍ଲୀ ଯାଇ ବିଧାୟକ ଦୁର୍ଗା ଚରଣ ତନ୍ତୀ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଓଡିଶାରେ ଗତ ଏକ ବର୍ଷ ମଧ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ନିଜ ଅଞ୍ଚଳବାସୀଙ୍କ ପାଇଁ କରିଥିବା କାର୍ଯ୍ୟକୁ ନେଇ ପ୍ରସ୍ତୁତ ରିପୋର୍ଟ କାର୍ଡ଼ ପ୍ରଦାନ କରିଥିଲେ । ଏହା ସହିତ ରାଉରକେଲା ତଥା ଏହାର ଆଖପାଖରେ ବସବାସ କରୁଥିବା ଶିକ୍ଷିତ ତଥା ବେକାର ଯୁବକ ଯୁବତୀମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାର ବିକାଶ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ନିମିତ୍ତ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ କେତୋଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲିବା ସହିତ ପ୍ରାଥମିକ ଶିକ୍ଷାକୁ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ମାତୃଭାଷାରେ ଶିକ୍ଷାଦେବା ସହିତ ଓଡ଼ିଆ ଭାଷା ଓ ଓଡ଼ିଆ ସଂସ୍କୃତିର ନା କେବଳ ପ୍ରଚାର ପ୍ରସାର ସହିତ ଏହାର ସୁରକ୍ଷା ସମ୍ବନ୍ଧରେ ମଧ୍ୟ ବିଧାୟକ ଦୁର୍ଗା ଚରଣ ତନ୍ତୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରବେଶ ଉତ୍ସବରେ ସମୂହ ଖଡିଛୁଅଁ କାର୍ଯ୍ୟକ୍ରମ 

Sunil Chandra Nayak

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ  ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

masiha

ବସନ୍ତ କବିତା ପାଠୋତ୍ସବ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!