ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୁଲିସର ଶାନ୍ତି ବୈଠକ ଅନୁଷ୍ଠିତ

ଆମ ପୁଲିସର ଶାନ୍ତି ବୈଠକ ଅନୁଷ୍ଠିତ

ରାଉରକେଲା: ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ଆସନ୍ତା ଗଣେଶ ପୂଜା ଉପଲକ୍ଷେ ଏକ ଶାନ୍ତି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ପ୍ରମୁଖ ଡ଼ଃ ସୁମନ ଦତ୍ତ ଉପସ୍ଥିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଥାନା ପ୍ରଭାରୀ ଶ୍ରୀ ନାୟକ ଆଗାମୀ ୨୭ ତାରିଖ ଦିନ ହେବାକୁ ଥିବା ଶ୍ରୀଗଣେଶ ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ପାଳନ କରାଯାଇ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାଇଚାରା ସୃଷ୍ଟି ହେବ ତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ପୂଜା କରୁଥିବା ମଣ୍ଡପ ଗୁଡ଼ିକ ରାତି ୧୦ ଟା ପରେ ମାଇକ ନବଜାଇବା, ଭକ୍ତିଭାବେ ପୂଜାକୁ ପାଳନ କରିବା, ଅସାମାଜିକତତ୍ତ୍ବଙ୍କ ସମ୍ପର୍କରେ ପୁଲିସ କୁ ସୂଚନା ଦେବା ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ସଦସ୍ୟ କୁଞ୍ଜବିହାରୀ ରାଉତ, ସନ୍ତୋଷ ସ୍ବାଇଁ, ଗଣେଶ ଜୟସିଂହ, ସଂଗ୍ରାମ କେଶରୀ ମହାନ୍ତି, ଶର୍ମିଲା ଦତ୍ତ,ଚନ୍ଦ୍ରମଣି ସାହୁ, ସଞ୍ଜୟ ରଜାକ, ରମେଶ ରାୟ ଓ ଥାନା ପକ୍ଷରୁ ସବଇନ୍ସପେକ୍ଟର ରାଜେଶ କୁମାର ବେହେରା,ଏଏସଆଇ ମନୋରଞ୍ଜନ ପରିଡା, ସଞ୍ଜୀବ ଭଞ୍ଜ,ବେନଡିକ କଣ୍ଡୁଲନା, ଆରତୀ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶ୍ରୀ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଜର ବହୁମୂଲ୍ୟ ଅଙ୍ଗ ସହିତ ଶରୀର ଦାନ କରି ଶ୍ରୀମତୀ ଅନୀତା ନାୟକ ପ୍ରଶଂସାର ପାତ୍ର

Sunil Chandra Nayak

ବନୀକରଣ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

masiha

Dev Kumar Ghosh appointed Odisha State Working President of Journalist Council of India.

masiha

Leave a Comment

error: Content is protected !!