ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଡେ଼ନ ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ବୋଡେ଼ନ ବ୍ଲକ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ନୂଆପଡା ,ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଙ୍କ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ, ଏସ ପି ଓ ପ୍ରଶାସନ ର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଆସିଥିବା ଅଭିଯୋଗ ସବୁର ସମାଧାନ କରିଥିଲେ। ଆଜିର ମୋଟ ୪୯ ଗୋଟି ଅଭିଯୋଗ ମଧ୍ୟରୁ ୪୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୬ ଗୋଟି ଗୋଷ୍ଠୀଗତ ଅଭିଯୋଗ ଶୁଣାଣି ପ୍ରଶାସନ କରିଛନ୍ତି। ଏହିସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ସହିତ, ଡିଏଫଓ ଅଜିଜ ଖାନ,ଅତିରିକ୍ତ ଜିଲାପାଳ ସୁବାଷ ଚନ୍ଦ୍ର ରଇତା , ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସିଡିଏମଓ  ଡ଼ଃ ଧରଣୀଧର ସେନାପତି ଶୁଣାଣି ରେ ଭାଗ ନେଇଥିଲେ l ବୋଡେ଼ନ ବିଡ଼ିଓ ପ୍ରିୟରଞ୍ଜନ କୁମାର , ତହସିଲଦାର ସରିତା ଗୁପ୍ତା ସହଯୋଗ କରିଥିଲେ l ଜିଲ୍ଳା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ସଂଗୀତା ପାତ୍ର, ଜିଲ୍ଳା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଳା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ,ଏଲଡିଏମ ସୀତାରାମ ମେହେର, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠି, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହୃଷିକେଶ ଚାନ୍ଦ ହାଁସଦା, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ,ଜିଲ୍ଳା ପ୍ଳାନିଙ୍ଗ ଅଧିକାରୀ ଅଙ୍କିତ ମହାକୁର, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଇଞ୍ଜିନିୟର, ଲାଇନ ବିଭାଗ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। 

 ଏହି ଅବସରରେ ଜିଲ୍ଲାପାଳ ପ୍ରକାଶ କରିଥିଲେ ଯେ ଭବିଷ୍ୟତରେ ଏହି ଅଭିଯୋଗ ଶୁଣାଣି ପ୍ରକ୍ରିୟା କୁ ଆହୁରି ଲୋକାଭିମୁଖୀ କରି ପ୍ରଶାସନ ଲୋକମାନଙ୍କ ଦ୍ୱାରରେ ପହଞ୍ଚିବ l ଏହାସହିତ ଜିଲ୍ଲାର ମୁଖ୍ୟ ସମସ୍ୟା ପ୍ରବାସୀ ଶ୍ରମିକ ସମସ୍ୟା ର ଆଶୁ ସମାଧାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି l ଶିବିର ପରେ ବୋଡେ଼ନ ବ୍ଳକ ର ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୁଡିଂ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

masiha

ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ , ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିସ୍ଥାପନ

Sunil Chandra Nayak

ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!