ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡ଼ାରେ ପଦରିଆ ଯାତ୍ରା ଅନୁଷ୍ଠିତ

ଖାତିଗୁଡ଼ାରେ ପଦରିଆ ଯାତ୍ରା ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି , ୨୨/୦୫/୨୪: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଗତ ତିନିଦିନ ଧରି ଚାଲିଛି ପଦରିଆ ଯାତ୍ରା । ଏହି ଯାତ୍ରା ଗତ ୨୦ ତାରିଖ ସୋମବାର ଦିନ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ୨୨ ତାରିଖ ଦିନ ବିସର୍ଜନ ହୋଇଛି। ପ୍ରଥମ ଦିନ ସୋମବାର ରେ ପଦରିଆ ମନ୍ଦିର ଠାରେ କୁମ୍ଭାର ସମ୍ପ୍ରଦାୟର ସମସ୍ତେ ଏକତ୍ରିତ ହୋଇ ଠାକୁରଙ୍କ ପୂଜାର୍ଚ୍ଚନା ପରେ ସାହି ମଧ୍ୟରେ କଳସ ସ୍ଥାପନ କରିଥିଲେ ।ମଙ୍ଗଳବାର ଦିନ ପୂଜାରୀ,ସିରା ଓ ଗୁରୁମାଇଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ ଗୁରୁମାଇ ନାଚ ସହ ନିଆଁ ମଡା ଯାତ୍ରା ହୋଇଥିଲା । ଏହି ଯାତ୍ରା କୁମ୍ଭାର ମାନଙ୍କ ମୁଖ୍ୟ ଯାତ୍ରା ହୋଇଥିବା ବେଳେ ୧୨ବର୍ଷ କୁ ଥରେ ଧୁମ ଧାମରେ ପାଳନ କରିଥାନ୍ତି । ଏହି ଯାତ୍ରା ରେ କୁମ୍ଭାର ସମ୍ପ୍ରଦାୟର ବନ୍ଧୁ ବାଂଧବ ଦୂରଦୂରାନ୍ତରୁ ଆସି ପୂଜାର୍ଚ୍ଚନା କରିବା ସହ ଯାତ୍ରା ର ବେଶ ଆନନ୍ଦ ନେଇଥାନ୍ତି । ବୁଧବାର ଦିନ ନିଜନିଜ ବଂଶ ର ଲୋକେ ଜାମୁକୋଳି ଡାଳରେ ଏକ ଛୋଟ କୁଡ଼ିଆ ତିଆରି କରି ସେଠାରେ ନିଜନିଜ ଠାକୁରଙ୍କୁ ରଖି ପୂଜାର୍ଚ୍ଚନା କରିବା ପରେ ପଦରିଆ ମନ୍ଦିର ନିକଟ ରେ ଘଣ୍ଟ ନେଇଥାଆନ୍ତି ।ମନ୍ଦିର ନିକଟରେ ଆଠ ଫୁଟ ବିଶିଷ୍ଟ ଲମ୍ବା ଗାତରେ ନିଆଁ ଲାଗି ଥିବା ସ୍ଥାନରେ ପ୍ରଥମେ ଗୁରୁମାଇ ନାଚି ନାଚି ପାହାର ହୋବାପରେ ପୂଜାରୀ ଓ ଗ୍ରାମଲୋକେ ନିଆଁ ଉପରେ ଚାଲିଥାଆନ୍ତି। ଏହିଯାତ୍ରାରେ ଆଖପାଖ ଅଂଚଳରୁ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା । ରାତ୍ରରେ ଆଞ୍ଚଳିକ ନୃତ୍ୟ ପରିବେଷଣ କରାଯିବ ବୋଲି ପଦରିଆ ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳି ଖୁଣ୍ଟି

Related posts

ଏସପିସିବି ପକ୍ଷରୁ ୧୧ ଟି ଅଟୋମୋବାଇଲସ ଓ ୨ ଟି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ ସଂସ୍ଥା କୁ କାରଣ ଦର୍ଶାଅ ନୋଟିସ

Sunil Chandra Nayak

ରାଇରଙ୍ଗପୁର ମହାବିଦ୍ଯାଳୟର ୟୂଜିସି ହଷ୍ଟେଲରେ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ସ୍ଥାନାନ୍ତର ‘ମାସା’ ତରଫରୁ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

Sunil Chandra Nayak

ଗୋଲାମୁଣ୍ଡାଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!