ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡ଼ାରେ ପଦରିଆ ଯାତ୍ରା ଅନୁଷ୍ଠିତ

ଖାତିଗୁଡ଼ାରେ ପଦରିଆ ଯାତ୍ରା ଅନୁଷ୍ଠିତ

ତେନ୍ତୁଳିଖୁଣ୍ଟି , ୨୨/୦୫/୨୪: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଗତ ତିନିଦିନ ଧରି ଚାଲିଛି ପଦରିଆ ଯାତ୍ରା । ଏହି ଯାତ୍ରା ଗତ ୨୦ ତାରିଖ ସୋମବାର ଦିନ ଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ୨୨ ତାରିଖ ଦିନ ବିସର୍ଜନ ହୋଇଛି। ପ୍ରଥମ ଦିନ ସୋମବାର ରେ ପଦରିଆ ମନ୍ଦିର ଠାରେ କୁମ୍ଭାର ସମ୍ପ୍ରଦାୟର ସମସ୍ତେ ଏକତ୍ରିତ ହୋଇ ଠାକୁରଙ୍କ ପୂଜାର୍ଚ୍ଚନା ପରେ ସାହି ମଧ୍ୟରେ କଳସ ସ୍ଥାପନ କରିଥିଲେ ।ମଙ୍ଗଳବାର ଦିନ ପୂଜାରୀ,ସିରା ଓ ଗୁରୁମାଇଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ ଗୁରୁମାଇ ନାଚ ସହ ନିଆଁ ମଡା ଯାତ୍ରା ହୋଇଥିଲା । ଏହି ଯାତ୍ରା କୁମ୍ଭାର ମାନଙ୍କ ମୁଖ୍ୟ ଯାତ୍ରା ହୋଇଥିବା ବେଳେ ୧୨ବର୍ଷ କୁ ଥରେ ଧୁମ ଧାମରେ ପାଳନ କରିଥାନ୍ତି । ଏହି ଯାତ୍ରା ରେ କୁମ୍ଭାର ସମ୍ପ୍ରଦାୟର ବନ୍ଧୁ ବାଂଧବ ଦୂରଦୂରାନ୍ତରୁ ଆସି ପୂଜାର୍ଚ୍ଚନା କରିବା ସହ ଯାତ୍ରା ର ବେଶ ଆନନ୍ଦ ନେଇଥାନ୍ତି । ବୁଧବାର ଦିନ ନିଜନିଜ ବଂଶ ର ଲୋକେ ଜାମୁକୋଳି ଡାଳରେ ଏକ ଛୋଟ କୁଡ଼ିଆ ତିଆରି କରି ସେଠାରେ ନିଜନିଜ ଠାକୁରଙ୍କୁ ରଖି ପୂଜାର୍ଚ୍ଚନା କରିବା ପରେ ପଦରିଆ ମନ୍ଦିର ନିକଟ ରେ ଘଣ୍ଟ ନେଇଥାଆନ୍ତି ।ମନ୍ଦିର ନିକଟରେ ଆଠ ଫୁଟ ବିଶିଷ୍ଟ ଲମ୍ବା ଗାତରେ ନିଆଁ ଲାଗି ଥିବା ସ୍ଥାନରେ ପ୍ରଥମେ ଗୁରୁମାଇ ନାଚି ନାଚି ପାହାର ହୋବାପରେ ପୂଜାରୀ ଓ ଗ୍ରାମଲୋକେ ନିଆଁ ଉପରେ ଚାଲିଥାଆନ୍ତି। ଏହିଯାତ୍ରାରେ ଆଖପାଖ ଅଂଚଳରୁ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା । ରାତ୍ରରେ ଆଞ୍ଚଳିକ ନୃତ୍ୟ ପରିବେଷଣ କରାଯିବ ବୋଲି ପଦରିଆ ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳି ଖୁଣ୍ଟି

Related posts

ବଜ୍ରାଘାତରେ ଜଣଙ୍କର ମୃତ୍ୟୁ

Sunil Chandra Nayak

ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ

Sunil Chandra Nayak

ଡି ଏ ଭି ସ୍କୁଲ ରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!