ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିପୁଲ୍ ଠାରେ ବ୍ଲକସ୍ତରୀୟ ନର୍ଲା ଡମ୍ବ ସମାଜର ଆମ୍ବେଦକର ବାଦିଙ୍କ ପ୍ରସ୍ତୁତି ବୈଠକ

ରୁପ୍ରା, ୨୯/୧ (ମନିସ) : ନର୍ଲା ବ୍ଲକ୍ ସର୍ଗିଗୁଡ଼ା ପଞ୍ଚାୟତ ନିକଟସ୍ଥ ଚିପୁଲ ନର୍ସରୀ ଠାରେ ନର୍ଲା ବ୍ଲକ୍ ଡମ ସମାଜର ଆମ୍ବେଦକର ବାଦିଙ୍କ ପ୍ରସ୍ତୁତି ବୈଠକ ନର୍ଲା ଡମ୍ଵ ସମାଜର ବରିଷ୍ଟ ସଦସ୍ୟ ଅଭିରାମ ନନ୍ଦଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ହୋଇ ଥିଲା । ପ୍ରଥମେ ନର୍ଲା ଡମ୍ୱ ସମାଜର ସଭାପତି ରଜନି କୁମାର ଡକ୍ଟର ବାବାସାହେବ ବି ଆର୍ ଆମ୍ବେଦକରଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମ।ଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ପୂର୍ବତନ ଡମ ସମାଜର ସଭାପତି କାମରାଜ ନାଏକ ସଭା ପ୍ରାରମ୍ଭରେ ସମାଜର ଏକତ୍ରି କରଣ ଏବଂ ସମାଜ ପୂର୍ବଭଳି ରହି ସମସ୍ତେ ଏକଶ୍ରୋତରେ ବାନ୍ଧି ହେବା ପାଇଁ ଦିଗ ଦର୍ଶନ ଦେଇଥିଲେ । ନର୍ଲାବ୍ଲକ୍ ର ୨୬ଗୋଟି ଗ୍ରାମପଞ୍ଚାୟତରୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନିଜର ମତାମତ ରଖିଥିଲେ। ପୁରାତନ କମିଟି ଭାଙ୍ଗି ନୂତନ କମିଟି ଗଠନ କରିବାକୁ ସମସ୍ତେ ମତାମତ ରଖିଥିଲେ । ନୂତନ କମିଟି ଗଠନ କରି ସମାଜ ରେ ରହି ଆସିଥିବା କୁସଂସ୍କାର ଦୂର କରିବା ଏବଂ ସୁସ୍ଥ ସମାଜ ଗଠନ କରି ଡମ୍ ସମାଜ୍ କୁ ସୁଦୃଢ କରିବାପାଇଁ ନିଷ୍ପତି ନିଆ ଯାଇଥିଲା। ଉପସ୍ଥିତ ସଭ୍ୟ ମାନଙ୍କ ମଧ୍ୟରେ ଡମ୍ବ ସମାଜର ଉପସଭାପତି ମନୋହର ନାଏକ, ବଳରାମ ହର୍ପାଲ, ବନବିହାରୀ ନାଏକ, ଦର୍ପ ଅଭୟ ନାଏକ, ଗୋପାଳ ମହାନନ୍ଦ, ରିଚେକର ଦୀପ, ପର୍ଶୁ କୁମାର, ଭୂପିନ ନାଏକ, ଋଷି ନାଗ, ତୈଲୋକ୍ୟ ହର୍ପlଲ୍, ନରୋତ୍ତମ କରୁଁଆ, ମହିଳା ନେତ୍ରୀ ବବିତା ବାଗ୍, ନବୀନ ଦୁର୍ଗା, ଗୌର ସୁନାଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଯୁବ ସମାଜସେବୀ ଭୋପାଳ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଅଭିରାମ ନନ୍ଦ ଧନ୍ୟବାଦ୍ ଅର୍ପଣ କରି ଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରଘୁନାଥପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

masiha

ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ବିଜେତାମାନଙ୍କ ଇସ୍ରୋ ପରିଭ୍ରମଣ

ରାଇରଙ୍ଗପୁରରେ ନେସ୍କୋ ପାୱାର ଏମ୍ପ୍ଲୋଇଜ ୟୁନିଅନ ବିଶ୍ବ ଶ୍ରମିକ ଦିବସ ପାଳିତ

masiha

Leave a Comment

error: Content is protected !!