ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାବ୍ଲକ୍ ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ, ଆଗାମୀ ମାର୍ଚ୍ଚମାସ ୧୫ ତାରିଖରୁ ଷ୍ଟିଅରିଂ ଛାଡ ନିଷ୍ପତି

ରୁପ୍ରା, ୨୯/୧ (ମନିସ): କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ମୁସ୍କୁଟି ଠାରେ ବ୍ଲକ୍ ଅଧିନ ସମସ୍ତ ୨୬ ଗୋଟି ଗ୍ରାମ ପଞ୍ଚାୟତରୁ ଶତାଧିକ ଗାଡି ଚାଳକଙ୍କ ଏକ ବିରାଟ ସାଧାରଣ ସଭା ମୁସ୍କୁଟି ସଂଘ ସଭାପତି ଖୁସିରାମ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ବ୍ଲକ୍ ସଭାପତି ବିମନ୍ତ ପଧାନ,ଉପ ସଭାପତି ରବି ଧରୁଆ, ସମ୍ପାଦକ ଦାଶରଥି ସାହୁ, ସହ ସମ୍ପାଦକ ଯଶୋବନ୍ତ ନିଆଲ୍, କୋଷାଧ୍ୟକ୍ଷ ଧନେଶ୍ୱର ସାହୁ ଓ ବ୍ଲକ୍ ପରିଚାଳନା କମିଟିର ସମସ୍ତ ୧୧ଜଣ ସଦସ୍ୟ ଯୋଗଦାନ କରି ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମୁସ୍କୁଟି ଗାଡି ଚାଳକ ସଂଘର ସଭାପତି ଖୁସିରାମ ସାହୁ, ଉପ ସଭାପତି କୈଳାସ ଭୋଇ, ସମ୍ପାଦକ ଗୋବିନ୍ଦ ସାହୁ, ସହ ସମ୍ପାଦକ ଜହରଲାଲ୍ ସାହୁ, ଉପଦେଷ୍ଟା ସୁରେଶ ଗହିର, କୋଷାଧ୍ୟକ୍ଷ ନୁରାମଣି ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ନର୍ଲାବ୍ଲକ୍ ସଂଘର ସଭାପତି ଶ୍ରୀ ପଧାନଙ୍କ ସୂଚନା ମତେ ଡ୍ରାଇଭର୍ ମହାସଂଘ ତରଫରୁ ଓଡିଶା ସରକାର ଓ ପ୍ରସାଶନଙ୍କୁ ୧୦ଦଫା ଦାବୀ ସମ୍ୱଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କିଛି ପଦକ୍ଷେପ ହୋଇନଥିବା ଜଣାପଡିଛି, ଯଦି ସରକାର କିଛି ନ ଶୁଣିଲେ ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ରାଜ୍ୟର ସମସ୍ତ ଗାଡି ଚାଳକ ଷ୍ଟିଅରିଂ ଛାଡିବା ସହ ପରିବାରର ସଦସ୍ୟ ମାନଙ୍କୁ ନେଇ ଅହୋରାତ୍ର ରାଜପଥରେ ବସିରହି ଆମର ହକ୍ ପାଇଁ ଆନ୍ଦୋଳନ କରିବୁ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସଂଘର ସଦସ୍ୟ ରାଧାନାଥ ପାଣିଗ୍ରାହୀ, ଦୁତିଆ, ମୋତି, ହରପ୍ରସାଦ, ବସନ୍ତ, ବୃଷଭ, ଅକ୍ଷୟ, ଖେଦୁ, ମନୋଜ, ପିଙ୍କୁ, ଗିରି, ଦୁଶ୍ମନ୍ତ, ଲୋହିତ, ଚୈତନ୍ୟ, ପଣ୍ଡୁ, ସୁଶାନ୍ତ, ମେଘ, ଗୁପ୍ତେ, ଭରତ, ଅଲେଖ, ଜ୍ୟୋତି, ବୈକୁଣ୍ଠ, ମକୁନ୍ଦ, ଜିତେନ୍ଦ୍ର, ହୃଦା, ଶେଷ ଓ ଭିକାରୀଙ୍କ ସମେତ ଶତାଧିକ ଡ୍ରାଇଭର୍ ଉପସ୍ଥିତ ଥିଲେ ।

ରୁପ୍ରା, ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବଡବସୁଲ ଗ୍ରାମଠାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

ମୁସଲମାନ ଧର୍ମାବଲମ୍ବୀ ଙ୍କ ପବିତ୍ର ରମଜାନ ମାସ   

Sunil Chandra Nayak

ସମସ୍ୟା ଘେରରେ ପ୍ରାଣୀ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ର : ସମାଧାନ ପାଇଁ ସରକାରଙ୍କୁ ନିବେଦନ କଲେ ବରିଷ୍ଠ ନାଗରିକ ବୁଲେଇ ବେହେରା

Leave a Comment

error: Content is protected !!