ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟ୍ରାକ୍ଟ କ୍ଲବର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରୋଟ୍ରାକ୍ଟ କ୍ଲବର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା: ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଓ ରୋଟ୍ରାକ୍ଟ କ୍ଲବ ଗାନ୍ଧୀ ମହାବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଓ ତାଙ୍କର ଆହ୍ବାନ ମା’ଙ୍କ ନାମରେ ଗଛ ଟିଏ ଅଭିଯାନ କୁ ସଫଳ କରିବା ପାଇଁ ରୋଟାରିଆନ, ରୋଟ୍ରାକ୍ଟ ଓ ଗାନ୍ଧୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ ଉତ୍ସାହର ସହ ବିଭିନ୍ନ ପ୍ରକାରର ବୃକ୍ଷର ଚାରା ରୋପଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଚନ୍ଦ୍ରିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ଉଦଘାଟକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ରୋଟ୍ରାକ୍ଟ କ୍ଲବର ଅଧ୍ୟକ୍ଷା ରୋଟାରିଆନ ନିବେଦିତା ମହାନ୍ତି ଏବଂ ଉପଦେଷ୍ଟା ଅଧ୍ୟାପିକା ଉଷାରାଣୀ ସାହୁଙ୍କ ସଂଯୋଜନାରେ ୧୫୦ଟି ଔଷଧୀୟ ଚାରା ରୋପଣ କରାଯାଇଥିଲା। ରୋଟ୍ରାକ୍ଟ କ୍ଲବର ସଭାପତି ରୋହିତ ଦେହୁରୀ, ସମ୍ପାଦିକା ଲକ୍ଷ୍ମୀପ୍ରିୟା କୁମ୍ଭାର ଏବଂ ବହୁସଂଖ୍ୟକ ରୋଟ୍ରାକ୍ଟର ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ନମିତା ରଥ,ବନଜା ମହାନ୍ତି, ସମସ୍ତ କର୍ମଚାରୀ, ରୋଟାରୀ କ୍ଲବ ଷ୍ଟିଲ ସିଟିର ରୋଟାରିଆନ ପୁତୁଲ ରାହୁଲ,ଟୁନି ସାହୁ,ରଶ୍ମି ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ୨୪ ରେ

masiha

ଉମରକୋଟ ଠାରେ ଆରଏସଏସ ର ଶତ ବାର୍ଷିକ ଉପଲକ୍ଷେ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ଗୀତାଞ୍ଜଳି

Sunil Chandra Nayak

Leave a Comment

error: Content is protected !!