ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ବାମନଘାଟୀ ଶାଖାର କର୍ମଚାରୀଵୃନ୍ଦଙ୍କ ବିଭିନ୍ନ ଦାବିନେଇ କଳାବ୍ୟାଚ ପରିଧାନ 

ରାଇରଙ୍ଗପୁରରେ ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ବାମନଘାଟୀ ଶାଖାର କର୍ମଚାରୀଵୃନ୍ଦଙ୍କ ବିଭିନ୍ନ ଦାବିନେଇ କଳାବ୍ୟାଚ ପରିଧାନ 

 ମୟୂରଭଞ୍ଜ – ୨୫/୦୧ ( ମସିହା) ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ତରଫରୁ ପୂର୍ବରୁ ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଲିଖିତ ଅବଗତ କରା ଯାଇଥିଲା । କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସେମାନଙ୍କ ଦାବିପ୍ରତି କର୍ଣପାତ କରି ନାହାନ୍ତି । ୫ ଟି ଯୁଗରେ ସମସ୍ତ କାର୍ଯ୍ୟରେ ରାଜ୍ୟ ରାଜସ୍ୱ କର୍ମଚାରୀ ତଥା ଆର ଆଇ,ଏ ଆର ଆଇ,ରାଜସ୍ବ ସୁପରଭାଇଜର ଏବଂ ଅନ୍ୟମାନଙ୍କ ଭୂମିକା ଅନନ୍ୟ ।ସମସ୍ତ ସରକାରଙ୍କ ନିର୍ଦ୍ଦେଶ ଶତପ୍ରତିଶତ ପାଳନ କରୁଥିବା ବେଳେ ସରକାର ସେମାନଙ୍କୁ ସାବତ ମା’ର ର ପୁଅ ଭଳି ଦେଖୁଛି । ସେମାନଙ୍କ ମୌଳିକ ଦାବି ପ୍ରତି ଆଖି ବୁଜି ଦେଇଛନ୍ତି । ଏହାକୁ ନେଇ ରାଜ୍ୟ ସଂଘ ନିର୍ଦେଶକ୍ରମେ ବାମନଘାଟୀ ରାଜସ୍ଵ କ୍ଷେତ୍ର ଅଧିକାରୀ ସଂଘ ତରଫରୁ ୨୪ ତାରିଖ ବୁଧବାର ଦିନ ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ଵନାଥ ସାହୁଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ନେଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଆଜି ଗୁରୁବାର ୨୫ ତାରିଖଠାରୁ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ବାମନଘାଟୀ ଉପଖଣ୍ଡର ସମସ୍ତ ୭ ଟି ତହସିଲର ରାଜସ୍ଵ କର୍ମଚାରୀ ବୃନ୍ଦ କଳାବ୍ୟାଚ ପରିଧାନ କରିଛନ୍ତି । ତାଙ୍କର ମୁଖ୍ୟ ଦାବି ସେମାନଙ୍କୁ କେଡର ଲିଷ୍ଟ କରିବା ସହ ଖାଲି ସ୍ଥାନକୁ ପୂରଣ କରିବା ଏବଂ ଶୂନ୍ୟ ସ୍ଥାନଯାଗାରେ ଶିଘ୍ର ପଦୋନ୍ନତି କରାଯାଉ । ଆସନ୍ତା ୧୦ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବାଧ୍ୟ ହୋଇ କଲମ ଛାଡ ଆନ୍ଦୋଳନ କରିବେ ବୋଲି ଵାମନଘାଟୀ ସଂଘର ଉପସଭାପତି ରାଜସ୍ବ ସୁପରଭାଇଜର ନିହାର ପାତ୍ର ଓ ସାଂଗଠନିକ ସଂପାଦକ ଆର ଆଇ ସୁଶିଲ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ହୀରାମଣି ବେହେରା,ଅନୁରାଧା ପାଲ,ସ୍ମିତା ମହାକୁଡ଼, ଗିରିଧାରୀ ପାତ୍ର, ପ୍ରଭାସିନୀ ସିଂ ସମେତ ବହୁ ରାଜସ୍ବ କ୍ଷେତ୍ର ଅଧିକାରୀ ସଙ୍ଘର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ, ଖରିଡ଼ା ପଞ୍ଚାୟତରେ ବସିଲା ଶିବିର 

Sunil Chandra Nayak

ଏନ୍ଏସି ପାଖ ଭୂତଳ ପୋଲ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର

Sunil Chandra Nayak

ସ୍ୱତନ୍ତ୍ର ସଘନ ସଂଶୋଧନ ତାଲିମ ଶିବିର 

Leave a Comment

error: Content is protected !!