ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ 

ଡାବୁଗାଁ କେଲିଆ ଶୈବ ପୀଠରେ ମହାଶିବରାତ୍ରି ପାଳିତ 

ଡାବୁଗାଁ, ୮/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ କେଲିଆ ଶୈବ ପୀଠରେ ମହା ଶିବରାତ୍ରି ମହାଡମ୍ବରରେ ଶୁକ୍ରବାର ପାଳିତ ହୋଇଯାଇଛି | ଶ୍ରଦ୍ଧାଳୁ ମାନେ ଝାଡେଶ୍ଵର ମହାଦେବଙ୍କୁ ଦର୍ଶନ କରିବା ନିମନ୍ତେ ସକାଳୁ ଲମ୍ବା ଧାଡିରେ ଛିଡା ହୋଇଥିଲେ | ଏହି କେଲିଆ ଶୈବ ପୀଠକୁ ଡାବୁଗାଁ ବ୍ଲକ ସମେତ ଜିଲାର ବିଭିନ୍ନ ବ୍ଲକ ଓ ପଡୋଶୀ ଜିଲା କୋରାପୁଟ, କଳାହାଣ୍ଡି ଏବଂ ପଡୋଶୀ ଛତିଶଗଡ ରାଜ୍ୟରୁ ମଧ୍ୟ ଭକ୍ତମାନେ ଆସି ଝାଡେଶ୍ଵର ମହାଦେବଙ୍କୁ ଦର୍ଶନ କରିଥିଲେ | ରାତ୍ରି ପ୍ରାୟ ୮ଘ. ରୁ ୯ ଘ ସମୟ ମଧ୍ୟରେ ମହାଦୀପ ଉଠାଯାଇଥିଲା | ରାତ୍ରିରେ ଭକ୍ତ ଙ୍କ ମନୋରଞ୍ଜନ ନିମନ୍ତେ ୨ ଟି ନାଟ (ଆଦିବାସୀ ନାଟକ) କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି | ଏଥିରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ମନ୍ଦିର ପରିଚାଳନା କମିଟି ସମ୍ପାଦକ ଦେବରାଜ ପାତ୍ର, କୋଷାଧକ୍ଷ ଜି॰ସାଇରାଜୁ, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ସୁରେନ୍ଦ୍ର କୁମାର ମିଶ୍ର, ଏମ. ସୂର୍ଯ୍ୟ ନାରାୟଣ ଶୁବୁଦ୍ଧି, ଧର୍ମାନନ୍ଦ ନାୟକ, ପଦ୍ମଚରଣ ମାଝି ଓ କମିଟି କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ | ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଉପସ୍ଥିତ ରହିବା ସମେତ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଦଳ ଭକ୍ତ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ | ଏଠାରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା | ଏହା ସହ ଡାବୁଗାଁ ଶିବ ମନ୍ଦିର ,ବାଘବେଡା, ଜୁନାପାଣି, ବଡଓଲମା ଓ ବିରିଶୋଲା ଶିବ ମନ୍ଦିର ରେ ମଧ୍ୟ ଶିବରାତ୍ରି ପାଳିତ ହୋଇଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅନ୍ତଦୋୟ ଗୃହ ବଣ୍ଟନ ଅନିୟମିତତାକୁ ନେଇ ବିଡ଼ିଓଙ୍କୁ ଦାବିପତ୍ର 

Sunil Chandra Nayak

ବିଂଝାରପୁର ବ୍ଲକ ସିଂହପୁର ଠାରେ ବ୍ରହ୍ମକୁମାରୀଜ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ 

Sunil Chandra Nayak

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ତୁରନ୍ତ କରାଯିବ: ରାଜ୍ୟପାଳ 

masiha

Leave a Comment

error: Content is protected !!