ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଶା ସେବନ ବିରୋଧରେ ଜନ ସଚେତନତା ଶିବିର ଅନୁଷ୍ଠିତ 

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଶା ସେବନ ବିରୋଧରେ ଜନ ସଚେତନତା ଶିବିର ଅନୁଷ୍ଠିତ 

ରାଉରକେଲା/ ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ସହଯୋଗରେ ନୂଆ ଓଡ଼ିଶା ନବୀନ ଓଡ଼ିଶା ତରଫରୁ ସାମାଜିକ ସମ୍ମେଳନ କାର୍ଯ୍ୟକ୍ରମ ଜରିଆରେ ନିଶା ସେବନ ବିରୁଦ୍ଧରେ ଜନ ସଚତନତା ଶିବିର ସେକ୍ଟର ୬ ସ୍ଥିତ ଜଗନ୍ନାଥ ମନ୍ଦିର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜନ ସଚେତନତା ଶିବିର ସମ୍ପନ୍ନ ହୋଇଛି।ଉକ୍ତ ଶିବିରରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ କହିଲେ ଯେ ବର୍ତ୍ତମାନ ସଭ୍ୟତାର ମଣିଷ ସମାଜ ପ୍ରତ୍ୟେକ କ୍ଷେତ୍ରରେ ନିଶା ବ୍ୟବହାର କରି ଚାଲିଛି,ଏହାର ଅନ୍ତ ନାହିଁ।ବର୍ତ୍ତମାନର ଯୁବ ସମାଜ ହୃଦୟଙ୍ଗମ କରିବା ସହ ଏଥିରୁ ନିବୃତ ରହିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନ ମହାରଣା,ମୁଖ୍ୟ ଅତିଥି,ସୁଜିତ ତ୍ରିପାଠୀ ମୁଖ୍ୟ ବକ୍ତା ଓ ଅନ୍ୟତମ ବକ୍ତା ଭାବେ ବିବେକ କୁମାର ଶର୍ମା ଯୋଗଦେଇ ଶିବିରର ତାତ୍ପର୍ଯ୍ୟ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ନିରାକରଣର ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଉକ୍ତ ଶିବିରରେ ମହାବିଦ୍ୟାଳୟର ନୋଡାଲ ଅଧିକାରୀ ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ ପୂର୍ବକ ଆଜିର ସମାଜରେ ପ୍ରତ୍ୟେକ ଯୁବସମାଜ ଏଥିରୁ ନିବୃତ ହେବା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଡଃ ରବୀନ୍ଦ୍ର କୁମାର ଜେନା ଶିବିର ସମ୍ପର୍କିତ ବହୁ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ। ଉକ୍ତ ଶିବିରରେ ମହାବିଦ୍ୟାଳୟର ସହାୟକ ନୋଡାଲ ଅଧିକାରୀ ବନ୍ଦନା ସୋରେଙ୍ଗ, ବିଦ୍ୟାଳୟର ସହାୟକ ନୋଡାଲ ଅଧିକାରୀ ବୈଜୟନ୍ତୀ ବାରିକ ସଭା କାର୍ଯ୍ୟରେ ସହଯୋଗ କରିଥିଲେ। ସେହିପରି ଜଗନ୍ନାଥ ମନ୍ଦିର ଆଶ୍ରମ ପରିସରରେ ଉଚ୍ଚ ବିଦ୍ୟାଳୟର ନୋଡାଲ ଅଧିକାରୀ ପ୍ରାଧ୍ୟାପକ ରଶ୍ମି ରଂଜନ ରାଉତ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଶହରୁ ଅଧିକ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସର୍ବଶ୍ରୀ ମନୋଜ କୁମାର ଦଳେଇ,ଅଜିତ ବେକ,ତରଣି ନାୟକ,କରୁଣାକର ପାଟ୍ଟଶାଣୀ, ଅନିଲ କୁମାର ରାମ,ବିକ୍ରମ ସାହୁ, ରାଜ କୁମାର ସାହୁ,ଜିତେନ୍ଦ୍ର ଡାକୁଆ,ସନ୍ତୋଷ ରାଜାକ୍, ଇଞ୍ଜା ମାମ୍ ଖାନ୍,ରଶ୍ମି ପ୍ରଭା ମଥାନ, ମୌସୁମୀ ଦାସ,ଅନାମିକା କୁଲ୍ଲୁ,ସୁଚିଶ୍ମିତା ପ୍ରଧାନ, ସ୍ୱାତିଶ୍ମିତା ସାହୁ,ନାମିତ ଜେନା, ଭାଗ୍ୟଶ୍ରୀ ମହାନ୍ତି,ହେମକାନ୍ତୀ ମେହେର, ଆମୀ ଢୋଲକିଆ,ସସ୍ମିତା ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସାହାଯ୍ୟ ସହଯୋଗ କରିଥିଲେ। ଅଧ୍ୟାପକ ବନବିହାରୀ କିସାନ୍ ସଭା ପରିଚାଳନା ଦାୟିତ୍ଵ ଗ୍ରହଣ କରିଥିଲେ।ବନ୍ଦନା ସୋରେଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ନନ୍ଦଘର ଠାରେ ଶିଶୁଦିବସ ପାଳନ 

masiha

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ୨୬ ତମ ବାର୍ଷିକ ସମ୍ମିଳନୀ  ହୀନମନ୍ୟତା କୁ ଦୂରେଇ ଐକ୍ୟବଦ୍ଧତା କୁ ଗୁରୁତ୍ବ ଦେବାକୁ ହେବ: ଡ଼ ବେହେରା 

Sunil Chandra Nayak

ରାୟଗଡ଼ା ଠାରେ ଦିବ୍ୟଦର୍ଶନ ସଂଘର 37ତମ ସର୍ବଭାରତୀୟ ଦିବ୍ୟ ସମ୍ମିଳନୀ ଆୟୋଜନ 

masiha

Leave a Comment

error: Content is protected !!