ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର କୁଳିହାରୀ ଠାରେ ଆରମ୍ଭ

ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର କୁଳିହାରୀ ଠାରେ ଆରମ୍ଭ 

ଜୁନାଗଡ଼ — ୧୯.୦୯.୨୦୨୫ (ମନୀସ )କୁଲିହାରୀ ଠାରେ ଜୁନାଗଡ଼ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାରର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଲେଇଗାଁ ସରପଞ୍ଚ ମଳୟ କୁମାର ଆଚାର୍ଯ୍ୟ ଯୋଗଦାନ କରିଥିଲେ, ତତ୍ସହିତ ଜୁନାଗଡ଼ ବ୍ଲକ ଶିକ୍ଷାଧିକାରୀ ତପନ ମାଝୀ (ସଭାପତି) ଏବଂ ଶ୍ରୀ ବିଜୟ କୁମାର ପାଢ଼ୀ (ଆୟୋଜକ ସମ୍ପାଦକ) , BSRC Secretary ଶ୍ରୀ ମଳୟ ମୁଣ୍ଡ , ସରକାରୀ ଉଚ୍ଚ ବିଦ୍ୟାଳୟ , ଜୁନାଗଡ଼ର ପ୍ରଧାନ ଶିକ୍ଷକ ଶ୍ରୀ ନେପାଳ ଚନ୍ଦ୍ର ବାଗ , ତଥା ଜୁନାଗଡ ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଉକ୍ତ ବିଜ୍ଞାନ ସେମିନାରରେ ବିଚାରପତି ଭାବେ, ବର୍ତ୍ତମାନ ପି.ଆଇ.ସ୍ନାତକ ମହବିଦ୍ୟାଳୟରେ ଭୌତିକ ବିଜ୍ଞାନର ଅଧ୍ୟାପକ ଭାବେ କାର୍ଯ୍ୟରତ ଇମ୍ରାନ ଅହମଦ ଖାନ୍ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଭବାନୀପାଟଣାରେ ଭୌତିକ ବିଜ୍ଞାନର ଅଧ୍ୟାପକ ଶ୍ରୀ ସମୀର କୁମାର ମେହେର ଯୋଗଦାନ କରିଥିଲେ ।

ଅନେକ ଗୁଡ଼ିଏ ବିଦ୍ୟାଳୟରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ ସେଥି ମଧ୍ୟରୁ ଲଙ୍କେଶ୍ଵରୀ ସରକାରୀ ବାଳିକା ବିଦ୍ୟାଳୟର ପ୍ରାଚୀ ପରୀମିତା ଗହିର, ନବମ ଶ୍ରେଣୀର ଛାତ୍ରୀ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ , ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ କୋଲିଗାଁର ନବମ ଶ୍ରେଣୀର ଛାତ୍ରୀ ସୁନନ୍ଦା ବାଗ ଦ୍ଵିତୀୟ ସ୍ଥାନ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ପ୍ରିନ୍ସ ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସରପଞ୍ଚଙ୍କ ଖାତାକୁ ମନରେଗା ଟଙ୍କା? ଚିଚିଆ ପଞ୍ଚାୟତରେ ଉଠିଲା ପ୍ରଶ୍ନ 

ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟରେ ଏକ ରକ୍ତଦାନ ଶିବିର : ୫୦ ୟୁନିଟ୍ ରକ୍ତ ସଂଗୃହୀତ 

masiha

ଵହଳଦା ବ୍ଲକ ! କାଦୁଆଣି ରେ ବଜ୍ରପାତରେ ଚାଷି ମୃତ

Sunil Chandra Nayak

Leave a Comment

error: Content is protected !!