ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ସଦର ବ୍ଲକ୍ ର ପୋଲିସ୍ ଲାଇନ୍ କ୍ଲଷ୍ଟର୍ ସ୍ତରୀୟ ସୁରଭି ଓ ମିଲେଟ୍ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ

ଢେଙ୍କାନାଳ ସଦର ବ୍ଲକ୍ ର ପୋଲିସ୍ ଲାଇନ୍ କ୍ଲଷ୍ଟର୍ ସ୍ତରୀୟ ସୁରଭି ଓ ମିଲେଟ୍ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ 

ଢ଼େଙ୍କାନାଳ:ତା.୨୨.୧୦.୨୦୨୫ରିଖ : ନିକଟରେ ସ୍ଥାନୀୟ ଜର୍ଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଡି.ଆଇ.ଇ.ଟି,ଢ଼େଙ୍କାନାଳ ପରିସରରେ ଢ଼େଙ୍କାନାଳ ସଦର ବ୍ଲକର ପୋଲିସ୍ ଲାଇନ୍ କ୍ଲଷ୍ଟର୍ ସ୍ତରୀୟ ଏକ ଦିବସୀୟ ସୁରଭି କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ ହୋଇ ଉଦ୍ ଯାପିତ ହୋଇଯାଇଛି।ଏହି ଉପଲକ୍ଷେ ସି.ଆର୍.ସି.ସି.ଝସକେତନ ପ୍ରଧାନଙ୍କ ଆବାହକତ୍ୱରେ ଜର୍ଜ ଉଚ୍ଚ ପ୍ରାଥମିକ ବି ଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମହାଶ୍ୱେତା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍ ଘାଟନୀ ଉତ୍ସବରେ ମୁଖ୍ୟଅତିଥି ତଥା ଉଦ୍ ଘାଟକ ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଡି.ଆଇ.ଇ.ଟି,ଢ଼େଙ୍କାନାଳର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ,ଅନ୍ୟତମ ସମ୍ମାନିତ ଅତିଥି ଭାବରେ ରବିନ୍ କୁମାର ଶତପଥି,ପ୍ରାକ୍ତନ ପ୍ରଧାନ ଶିକ୍ଷିକା ପଙ୍କଜିନି କର ଯୋଗଦାନ କରି ସ୍ଵୀୟ ବକ୍ତବ୍ୟର ସୁରଭି କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ଧରି ଛାତ୍ରୀ ଛାତ୍ରମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ଚିହ୍ନଟ ତଥା ବିକାଶରେ ମୁଖ୍ୟ ଭୂମିକା ନିର୍ବାହ କରିଆସୁଛି ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ଉଦ୍ ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଢ଼େଙ୍କାନାଳ ସଦର ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଦେବବ୍ରତ ନାଥ,ଏ.ବି.ଇ.ଓ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସୁରଭି କାର୍ଯ୍ୟକ୍ରମକୁ ସୃଜନଶୀଳତା ପ୍ରୋତ୍ସାହନର ପ୍ରତୀକ ଭାବରେ ବର୍ଣ୍ଣନା କରି ଛାତ୍ରୀ,ଛାତ୍ର ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନରେ ଏହା ଉତ୍ ପ୍ରେରକର ଭୂମିକା ନିର୍ବାହ କରିଥାଏ ବୋଲି ଦୃଢ଼ ମତପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ଓ ମଞ୍ଚାସିନ ଅତିଥି ବୃନ୍ଦ ବିଭିନ୍ନ ପ୍ରତିଯୋଗିତାର ପ୍ରତ୍ୟେକ ବିଭାଗରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପାଇଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରିଥିଲେ।ପ୍ରତ୍ୟେକ ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆସନ୍ତା ବ୍ଲକ୍ ସ୍ତରୀୟ, ଜିଲ୍ଲାସ୍ତରୀୟ ଓ ଶେଷରେ ରାଜ୍ୟ ସ୍ତରୀୟ ସୁରଭି -୨୦୨୫ରେ ଅଂଶ ଗ୍ରହଣ କରିପାରିବେ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୁପର୍ ସିନିୟର୍ ସ୍ତରରେ ଢେଙ୍କାନାଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ଅନୁସୟା ରାଉଳ ବିତର୍କରେ ପ୍ରଥମ,ଦ୍ୱାଦଶ ଶ୍ରେଣୀର ଛାତ୍ରୀ ସୁପ୍ରିୟା ସାହୁ ବାଗ୍ମିତାରେ ପ୍ରଥମ,ଦ୍ଵାଦଶ ଶ୍ରେଣୀର ଛାତ୍ର ମିଥୁନ ଦେହୁରୀ କୁଇଜ୍ ରେ ପ୍ରଥମ,ସେହିପରି ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପିକା ଅନ୍ୱେଷା ଷଡ଼ଙ୍ଗୀ ଓ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସଂତୋଷୀନି ମହାପାତ୍ରଙ୍କ ମାର୍ଗଦର୍ଶନ ଓ ତତ୍ତ୍ଵାବଧାନରେ ଏକାଦଶ ଶ୍ରେଣୀର ଛାତ୍ରୀ ରାଜେଶ୍ଵରୀ ରାଉଳ ପ୍ରବନ୍ଧରେ ପ୍ରଥମ, ଦ୍ଵାଦଶ ଶ୍ରେଣୀର ଛାତ୍ରୀ କୀର୍ତ୍ତି ମଞ୍ଜରୀ ସାହୁ ସୃଜନଶୀଳ ଲିଖନରେ ପ୍ରଥମ, ଦ୍ଵାଦଶ ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ଚୌଧୁରୀ ଡ୍ରଇଂ ଓ ପେଣ୍ଟିଂ ରେ ପ୍ରଥମ, ଏକାଦଶ ଶ୍ରେଣୀର ଛାତ୍ରୀ ଶିବାଳୀ ପ୍ରିୟଦର୍ଶିନୀ ସଙ୍ଗୀତରେ ପ୍ରଥମ ସ୍ଥାନ ଓ ଅର୍ପିତା ରାଉଳ ଏବଂ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଳଗତ ପ୍ରଥମ ସ୍ଥାନ ହାସଲ କରିଥିଲେ।ବରିଷ୍ଠ ସମସ୍ତ ବିଭାଗରେ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢ଼େଙ୍କାନାଳର ଛାତ୍ରୀ,ଛାତ୍ରମାନେ ବିଦ୍ୟାଳୟ ସଂସ୍କୃତି ବିଭାଗ ଦାୟିତ୍ଵରେ ଥିବା ବରିଷ୍ଠା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ତତ୍ତ୍ୱାବଧାନରେ ଓ ମିଳିତ ମାର୍ଗଦର୍ଶନରେ ବରିଷ୍ଠ ୦୪ ଟି ଏକକ ବିଭାଗରେ ପ୍ରଥମ ସ୍ଥାନ,କନିଷ୍ଠ ୦୫ ଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ମୋଟ୍ ୧୭ ଟି ବିଭାଗରୁ ୦୯ ଟି ବିଭାଗରେ ପ୍ରଥମ ସ୍ଥାନ ହାସଲ କରି ବ୍ଲକ୍ ସ୍ତରକୁ ଉନ୍ନୀତ ହେବାର ଗୌରବ ଅର୍ଜନ କରିଛନ୍ତି।ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲର ବରିଷ୍ଠ ବିଭାଗରେ ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସାଗରିକା ସ୍ୱାଇଁ ବାଗ୍ମିତା ଓ ବିତର୍କ ଉଭୟରେ ପ୍ରଥମ ସ୍ଥାନ,ଦଶମ ଶ୍ରେଣୀର ଭାର୍ଗବ ପୃଷ୍ଟି କୁଇଜ୍ ରେ ପ୍ରଥମ,ପି ଏମ୍ ପୋଷଣ ଚିତ୍ରକଳାରେ ନବମ ଶ୍ରେଣୀର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ ପ୍ରଥମ ଓ ପି ଏମ୍ ପୋଷଣ ଶିଳ୍ପ କଳାରେ ସପ୍ତମ ଶ୍ରେଣୀର ଛାତ୍ରୀ ସାନ୍ ଭୀ ତ୍ରିପାଠୀ ପ୍ରଥମ,କନିଷ୍ଠ ବିଭାଗରେ ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଶୁଭସ୍ମିତା ବିଶ୍ବାଳ କୁଇଜ୍ ବିଭାଗରେ ପ୍ରଥମ ସ୍ଥାନ ସଙ୍ଗୀତରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଶୀତଳ ପରିଡ଼ା ପ୍ରଥମ ସ୍ଥାନ,ଶୃତଲିଖନ ଓ ହସ୍ତାକ୍ଷରରେ ଷଷ୍ଠ ଶ୍ରେଣୀର ଛାତ୍ରୀ ସୀମାଦିପ୍ତି ମହାରଣା ପ୍ରଥମ ସ୍ଥାନ,ସୃଜନଶୀଳ ଲିଖନରେ ସପ୍ତମ ଶ୍ରେଣୀର ଛାତ୍ରୀ ଅତିଫା ଜରୀନ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ସେହିପରି ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ବିଭାଗରେ ଅଷ୍ଟମ ଶ୍ରେଣୀର ଛାତ୍ରୀ କବିତା ସେଠୀ ପ୍ରବନ୍ଧରେ ପ୍ରଥମ,ଅଷ୍ଟମ ଶ୍ରେଣୀର ଛାତ୍ର ଅଂଶୁମାନ ଦାଶ ଡ୍ରଇଂ ଓ ପେଣ୍ଟିଂ ରେ ପ୍ରଥମ,ଅଷ୍ଟମ ଶ୍ରେଣୀର ଛାତ୍ରୀ ଚିନ୍ମୟୀ ବିଶ୍ଵାଳ ସୃଜନଶୀଳ ଲିଖନରେ ପ୍ରଥମ,ମଧ୍ୟାହ୍ନ ଭୋଜନ ଶିଳ୍ପ କଳାରେ ଅଷ୍ଟମ ଶ୍ରେଣୀର ଛାତ୍ର ସୋମ ନାଏକ ପ୍ରଥମ ସ୍ଥାନ ଓ କନିଷ୍ଠ ବିଭାଗରେ ଷଷ୍ଠ ଶ୍ରେଣୀର ଛାତ୍ରୀ ସ୍ମୃତି ପ୍ରିୟଦର୍ଶିନୀ ମିଶ୍ର ପ୍ରଥମ ସ୍ଥାନ,କାଠଗଡା ଆଶ୍ରମ ସ୍କୁଲ୍ ର ଷଷ୍ଠ ଶ୍ରେଣୀର ଛାତ୍ର ସୁନାମୁଣି ସୋରେନ୍ ପ୍ରଥମ ସ୍ଥାନ,ବରିଷ୍ଠ ବିଭାଗରେ କାଠଗଡା ଆଶ୍ରମ ସ୍କୁଲ୍ ର ଅଷ୍ଟମ ଶ୍ରେଣୀର ଛାତ୍ରୀ ସାଲହା ମାରାଣ୍ଡି ସଙ୍ଗୀତରେ ପ୍ରଥମ ସ୍ଥାନ ଓ ପୋଲିସ୍ ଲାଇନ୍ ଉ.ପ୍ରା.ସ୍କୁଲ୍ ସପ୍ତମ ଶ୍ରେଣୀ ଛାତ୍ର ଅଭିଜିତ ସେଠୀ ପ୍ରଧାନ ମନ୍ତ୍ରୀ ପୋଷଣ କଳା ବିଭାଗରେ ପ୍ରଥମ ସ୍ଥାନ ହାସଲ କରି ଓ ଏଫ୍ ଏଲ୍ ଏନ୍ ଭଳି ଅନ୍ୟାନ୍ୟ ବିଭାଗରେ ଛାତ୍ରୀଛାତ୍ରମାନେ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରି ସମସ୍ତେ ମଞ୍ଚାସିନ ଅତିଥିବୃନ୍ଦଙ୍କ ହସ୍ତରୁ ପର୍ଯ୍ୟାୟ କ୍ରମେ ପ୍ରଶଂସାପତ୍ର ଓ ପୁରସ୍କାର ଲାଭ କରିବା ସଙ୍ଗେ ସଙ୍ଗେ ବ୍ଲକ୍ ସ୍ତରକୁ ଉନ୍ନୀତ ହେବାର ଗୌରବ ହାସଲ କରି ପାରିଛନ୍ତି।ଜର୍ଜ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମହାଶ୍ୱେତା ପଣ୍ଡା,ରବିନ ଶତପଥୀ,ସି ଆର୍ ସି ସି ଝସକେତନ ପ୍ରଧାନ,ବରିଷ୍ଠା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର, ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ରେଖା ସାହୁ,ମମତା ପାଣି, ଲଳିତା ରଣା,ପ୍ରତିଭା ମିଶ୍ର,ମାନିନୀ ପ୍ରଧାନ,କୌଶଲ୍ୟା ନନ୍ଦୀ,ରଶ୍ମିତା ସେଠୀ, ସ୍ନେହପ୍ରଭା ସାହୁ,ସରିତାଲତା ଦଳାଇ, ନିରୁପମା ମିଶ୍ର,ମମତା ମହାପାତ୍ର,ସଚଳା ପାଣି,ସଙ୍ଗୀତା ସାହୁ,ନୀଳିମା ନାୟକ, ସୀମାଞ୍ଜଳି ବେହେରା,ସବିତା ଦ୍ବିବେଦୀ ପ୍ରମୁଖ ଶିକ୍ଷୟିତ୍ରୀ ଓ ଶିକ୍ଷକ ବୃନ୍ଦ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଦାୟିତ୍ୱ ସମ୍ପାଦନ କରି ଓ ନରୋତ୍ତମ ନାୟକଙ୍କ ସମେତ କ୍ଲଷ୍ଟର୍ ଅଧିନରେ ଥିବା ସମସ୍ତ ଉଚ୍ଚ ମାଧ୍ୟମିକ,ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଯଥା ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ଓ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳ, ଶତାୟୁ,ବି.ବି.ହାଇସ୍କୁଲ,ଡ଼ଃ ଦାଶରଥି ମିଶ୍ର ହାଇସ୍କୁଲ,ଜୁବୁଲି ଟାଉନ୍,ପୋଲିସ୍ ଲାଇନ୍,ଜର୍ଜ,କୁଞ୍ଜକାନ୍ତ,ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଆନନ୍ଦ ନଗର ଓ ଶ୍ୟମାଚରଣପୁର ପ୍ରାଥମିକ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁ‌ଷ୍ଠିତ ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନା ସମ୍ଭବ ହୋଇପାରିଥିଲା ।ଏହି କ୍ଲଷ୍ଟର ଅଧିନରେ ଥିବା ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରୁ ବରିଷ୍ଠ ଉଚ୍ଚ ମାଧ୍ୟମିକ ବିଭାଗରେ ୧୧ ଜଣ ବାଳିକା,୩ ଜଣ ବାଳକ ଏପରି ମୋଟ୍ ୧୪ ଜଣ,ବରିଷ୍ଠ ବିଭାଗରେ ୨୨ ଜଣ ବାଳିକା, ୧୪ ଜଣ ବାଳକ ଏପରି ମୋଟ୍ ୩୬ ଜଣ, କନିଷ୍ଠ ବିଭାଗରେ ୨୬ ଜଣ ବାଳିକା,୨୨ ଜଣ ବାଳକ ଏପରି ମୋଟ୍ ୪୮ ଜଣ,ପ୍ରାରମ୍ଭିକ ସ୍ତରରେ ୧୬ ଜଣ ବାଳିକା,୯ ଜଣ ବାଳକ ଏପରି ମୋଟ୍ ୨୫ ଜଣ ସାଂସ୍କୃତିକ କାର୍ଯ୍ୟକ୍ରମରେ ୩୪ ଜଣ ବାଳିକା,୬ ଜଣ ବାଳକ ଏପରି ମୋଟ୍ ୪୦ ଜଣ ପ୍ରାୟ ସର୍ବମୋଟ୍ ୧୬୩ ଜଣ ଛାତ୍ରୀ,ଛାତ୍ର ଭାଗ ନେଇଥିଲେ।ଏହିଭଳି ଭାବରେ ଏହି ପୋଲିସ୍ ଲାଇନ୍ କ୍ଳଷ୍ଟର ଅଧିନରେ ଥିବା ୨ ଟି ଉଚ୍ଚ ମାଧ୍ୟମିକ,୨ ଟି ପ୍ରାଥମିକ,୫ ଟି ଉଚ୍ଚ ପ୍ରାଥମିକ ଓ ୨ ଟି ଉଚ୍ଚ ବିଦ୍ୟାଳୟ ସର୍ବମୋଟ୍ ୧୧ ଟି ବିଦ୍ୟାଳୟର ମିଳିତ ଭାବରେ ଆରମ୍ଭ ହୋଇଥିବା ସୁରଭି କାର୍ଯ୍ୟକ୍ରମ -୨୦୨୫ ଆନୁ‌ଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି।ପରିଶେଷରେ ପୋଲିସ୍ ଲାଇନ୍ କ୍ଲଷ୍ଟରର ସି ଆର୍ ସି ସି ଝସକେତନ ପ୍ରଧାନ ଅତିଥି ପରିଚୟ ପ୍ରଦାନ,କାର୍ଯ୍ୟକ୍ରମ ସଂଯୋଜନା ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ନଟାକଟାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

masiha

କଳାହାଣ୍ଡି ଜିଲ୍ଲାରେ ଟିପିଡବ୍ଲ୍ୟୁଓଡିଏଲର ନୂତନ ମଣ୍ଡଳ କାର୍ଯ୍ୟାଳୟ ଗୃହ ଉଦଘାଟିତ

masiha

ମଙ୍ଗଳପୁର ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!