ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୋଫାଲି ନାଏକ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ର ପ୍ରେସ୍ ମିଟ

ତୋଫାଲି ନାଏକ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ର ପ୍ରେସ୍ ମିଟ

ଜୁନାଗଡ଼,୭/୧/୨୫( )ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ବାଣିଜ୍ୟ ବିଭାଗ ପ୍ରଥମ ବର୍ଷ ର ଛାତ୍ରୀ ତୋଫାଲି ନାଏକ ଇନ୍ଦ୍ରାବତୀ ଛାତ୍ରୀ ନିବାସ ଠାରେ ଗତ ଡିସେମ୍ବର ୧୯ ତାରିଖ ଦିନ ସନ୍ଦେହଜନକ ମୃତ୍ୟୁ ହୋଇଯାଇଥିଲା। ଏସଂକ୍ରାନ୍ତରେ ଅଲ ଓଡିଶା ସିଡୁଲ କାଷ୍ଟ ଫେଡରେସନ ପକ୍ଷରୁ ସ୍ଥାନୀୟ ଓରିଅନ ହୋଟେଲ ଠାରେ ଏକ ପ୍ରେସ ମିଟ ଅନୁଷ୍ଠିତ ହୋଇଥିଲା।ଏଥିରେ ସେମାନେ ପ୍ରକାଶ କରିଥିଲେ ଯେ ପରିବାର ଲୋକଙ୍କ ଅଭିଯୋଗ ଏବଂ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କହିବା କଥା ସହ ପାରିପାର୍ଶ୍ବିକ ସ୍ଥିତି କୁ ଅନୁଧ୍ୟାନ କଲେ ଯାହା ଜଣା ପଡୁଥିଲା ଏହା ହତ୍ୟାକାଣ୍ଡ ହୋଇ ଥାଇପାରେ କିମ୍ବା ଏକ ମୋବାଇଲ ଚୋରି ଘଟଣା କୁ ନେଇ ହଷ୍ଟେଲ ଭିତରେ ସର୍ବ ସମ୍ମୁଖରେ ଅତ୍ୟନ୍ତ ଅପମାନ କରିଥିବା ଦୃଷ୍ଟିରୁ ନାବାଳିକା ଝିଅ ମୃତ୍ୟୁ ର ବାଟ ବାଛି ନେଇ ଥାଇପାରେ ବୋଲି ଭାବୁଥିବା ସଂଗଠନର ସଭାପତି ଧନଞ୍ଜୟ ଦୀପ ଗଣମାଧ୍ୟମ ସମ୍ବୁଖରେ ପ୍ରକାଶ କରିଥିଲେ। ଜାନୁଆରୀ ୪, ତରିଖ ଦିନ ଝିଅ ର ପରିବାର ପୋଲିସର ଉପସ୍ଥିତରେ ହଷ୍ଟେଲ ରୁ ଝିଅର ବ୍ୟବହାର କରୁଥିବା ସବୁ ଜିନିଷ ପତ୍ର ଘରକୁ ଆଣିଲେ ଝିଅ ର ମୋବାଇଲ କଭର ଭିତରେ ଏକ ଲେଖା ବାହାରିଲା ସେଥିରେ ସେ ଝିଅ ତାର ସାନ ଭଉଣୀ କୁ ଲେଖିଛି ମୋତେ ଦୁଇଟି ଝିଅ ମାରି ଦେବା କୁ ପ୍ଲାନ୍ କରୁଛନ୍ତି ବୋଲି ଏଣୁ ଏହି ଠାରୁ ପ୍ରମାଣିତ ହେଉଛି ଯେ ଝିଅ କୁ ମାରି ଦିଆଯାଇଛି । ହେଲେ ମୃତ୍ୟୁର ଆଜ କୁ ୧୮ ଦିନ ହେଲା ପରେ ବି ମୃତ୍ୟୁର ରହସ୍ଯ ପୋଲିସ ଉନ୍ମୋଚନ କରି ପରିନ ଥିବା ଚିନ୍ତାର ବିଷୟ ।,ଝିଅ କୁ ମାରି ଦିଆଯାଇ ଥାଉ କିମ୍ବା ମରିବା ପାଇଁ ଉସକାଯାଇଥାଉ ଯାହା ହେଲେ ବି ଦୋଷ ଅପରାଧ ଅଟେ।, ଏହି ଘଟଣାରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ଯ ହଷ୍ଟେଲର  ଅଧକ୍ଷ ଓଡେନ ର କାର୍ଯ୍ୟରେ ଅବହେଳା ଯୋଗୁଁ ଗୋଟିଏ ଝିଅ ର ଜୀବନ ଗଲା କିନ୍ତୁ ତାଙ୍କ ଉପରେ ଆଜି ପର୍ଯ୍ୟନ୍ତ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ଏହି ବିଷୟ କୁ ଆହୁରି ଅଧିକ ସନ୍ଦେହ ଘେରକୁ ନେଇ ଯାଉଛି ।ଏଣୁ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ କଳାହାଣ୍ଡି ପୋଲିସ ପ୍ରଶାସନ ମୁଖ୍ୟ ଆରକ୍ଷୀ ଅଧିକ୍ଷକ, ଗୃହ ମନ୍ତ୍ରୀ ଓଡିଶାର ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ହସ୍ତକ୍ଷେପ କରି ଦୋଷୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ଅନୁରୋଧ କରିବା ସହ ଦାବୀ କରୁଛୁ।,ଉଚିତ୍ ନ୍ୟାୟ ନ ମିଳିଲେ ରାଜ ରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସଂଘ ପକ୍ଷରୁ,ଉକ୍ତ ପ୍ରେସ୍ ମିଟ୍ ଦୃଢ ନିଷ୍ପତି ନିଆଯାଇଥିବା ସେ କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସଂଗଠନର ସଭାପତି ଧନଞ୍ଜୟ ଦୀପ୍,ଉପଦେଷ୍ଟା ଶତ୍ରୁଘ୍ନ ନାଏକ,ଧନଞ୍ଜୟ ଖମାରି,ଭଗବାନ ନାଏକ,,ରୋହିତ ଛତ୍ରୀଆ, ସୁନ୍ଦର ଲାଲ କୁମାର, ସତ୍ୟନାରାୟଣ ବୈଶଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମେଧାଅନ୍ବେଷଣ ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ବରଗଡ଼ ଜିଲ୍ଲା

Sunil Chandra Nayak

କଳାହାଣ୍ଡି ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଆୟୋଜିତ

masiha

ଫସଲବୀମା ଯୋଜନାରେ ହେରଫେର ଅଭିଯୋଗ :କୃଷିବିଭାଗର ତତ୍ପରତା ଯୋଗୁଁ ଫସଲବୀମା ଯୋଜନାରେ ପଞ୍ଜିକୃତ ପ୍ରକୃତ ଚାଷୀ

Sunil Chandra Nayak

Leave a Comment

error: Content is protected !!