ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଓଡ଼ିଶା ଆନ୍ଧ୍ର ମିଳିତ ଅବକାରୀ ଚଢାଉ  ନଷ୍ଟ କଲେ ଲକ୍ଷାଧିକ ଟଙ୍କାର ଦେଶୀ ମଦ 

ଓଡ଼ିଶା ଆନ୍ଧ୍ର ମିଳିତ ଅବକାରୀ ଚଢାଉ 

ନଷ୍ଟ କଲେ ଲକ୍ଷାଧିକ ଟଙ୍କାର ଦେଶୀ ମଦ 

ବନ୍ଧୁଗାଁ ତା, ୬/୧/୨୫,ଥମୁନି ଦେଶୀ ମଦ ରନ୍ଧା ।ଯେତେ ଚଢାଉ ହେଉଛି ଅବକାରୀ ବିଭାଗକୁ ଚ୍ୟାଲେଞ୍ଜ ଦେଉଛନ୍ତି ଦେଶୀ ମଦ ମାଫିଆ ।ଗତକାଲି ର ଚଢାଉ ପରେ ଆଜି ଓଡିଶା ଏବଂ ଆନ୍ଧ୍ର ପ୍ରଦେଶର ମାନ୍ୟମ ଜିଲ୍ଲାର ୫୫ ଜଣ ମହିଳା ସମେତ ପୁରୁଷ ଅବକାରୀ ଅଧିକାରୀ ଏବଂ କୋରାପୁଟ ଅବକାରୀ ଅଧିକ୍ଷକ ଶ୍ରୀ ଅରୁଣ କୁମାର ପାଢ଼ୀ କଂ ନିର୍ଦେଶ କ୍ରମେ କୋରାପୁଟ ଅବକାରୀ ନିରୀକ୍ଷକ ଙ୍କ ତତ୍ତ୍ଵାବଧାନରେ ବନ୍ଧୁଗାଁ ଥାନା ଅର୍ନ୍ତଗତ ଆଲମଣ୍ଡl ପଂଚାୟତର କାପଲୋଡା, ଆଲମଣ୍ଡା , କାର୍ଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବା ନାଳରେ ବେଧଡକ ଦେଶୀ ମଦ ରନ୍ଧା ଖବର ପାଇ ମିଳିତ ଚଢାଉ କରାଯାଇଥିଲା ।ଖବର ଜାଣିବା ପରେ ଦେଶୀ ମଦ ମାଫିଆ ଘଟଣା ସ୍ଥଳରୁ ଲକ୍ଷା ଧିକ ଟଙ୍କାର ମଦକୁ ନେଇଯାଇଥିଲେ ।ପୋଲିସ ଅବକାରୀ ଟିମ୍ କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ । ଆନ୍ଦ୍ର ଏବଂ ଓଡିଶା ଅବକାରୀ ଷ୍ଟାଫ ଓ ବନ୍ଧୁଗାଁ ପୁଲିସ ସହ ମିଶି ଗ୍ରାମର ନିକଟରେ ଥିବା ନାଳ ଓ ଜଙ୍ଗଲ ରେ ଚଡାଉକରି ୮୦ ଲିଟର ଗୁଡ ମିଶ୍ରିତ ଦେଶୀ ହାତ ରନ୍ଧା ମଦ ଓ ୭୨୦୦ ଲିଟର ଗୁଡ ମିଶ୍ରିତ ପୋଚ ଜବତ କରିବା ସହ ନଷ୍ଟ କରାଗଲା ଏବଂ ତିନି ଗୋଟି ବେନାମୀ ମକଦ୍ଦମା ରୁଜୁ କରାଗଲା । ପାଖାପାଖି ୪ ଲକ୍ଷ ଟଙ୍କାର ମଦ ନଷ୍ଟ କରାଯାଇଥିଲା । ଏଥିରେ କୋରାପୁଟ ରେଞ୍ଜ ନିରୀକ୍ଷକ ଶ୍ରୀ ସୁଧିର କୁମାର ସାହୁ, ଡି ଏଫ୍ ଏସ୍ ନିରୀକ୍ଷକ ଚନ୍ଦ୍ର ଶେଖର ପଢ଼ିହାରୀ, ନାରାୟଣ ପାଟଣା ଉପ ନିରୀକ୍ଷକ ମାଝି ଗୌରି ପଟ୍ଟନାୟକ, ଡି ଏଫ୍ ଏସ୍ ଉପ ନିରୀକ୍ଷକ ରାଜୁ କ୍ଷେତ, ସହ ଉପ ନିରୀକ୍ଷକ ଶ୍ରୀ ଉମେଶ କୁମାର ଦୋରା, ସୁଶାନ୍ତ ନାୟକ ଓ ଅବକାରୀ କର୍ମଚାରୀମାନେ ଏବଂ ଆନ୍ଦ୍ରା ଅବକାରୀ ବିଭାଗର ୫୫ ଜଣ ଅଫିସର ସମେତ ବନ୍ଧୁଗାଁ ପୋଲିସ ଥାନାରୁ ଏସ ଆଇ ବିଜୟ କୁମାର ମୁର୍ମୁ ଓ ବନ୍ଧୁଗାଁ ଥାନା ଷ୍ଟାଫ ଉପସ୍ଥିତ ଥିଲେ । 

ସଞ୍ଜୀବ କୁମାର ବାଙ୍ଗାରୀ ରିପର୍ଟର ବନ୍ଧୁଗାଁ 

Related posts

ବଡ଼ବିଲ ଗୁଳିକାଣ୍ଡ ର ମହିଳା ମାଷ୍ଟରମାଇଣ୍ଡ ସହ ଅନ୍ୟଜଣେ ଗିରଫ,ଝାରଖଣ୍ଡି ସୁପାରୀ କିଳର ସମେତ ଫେରାର ବୋଲେରୋ ଗାଡି ଜବତ

ବନ୍ଧୁଗାଁ ରେ ମାଓ ପୋଷ୍ଟର ! 

masiha

ସରସ୍ଵତୀ ପୂଜା ଚାଲୁଥିବା ବେଳେ ମୂର୍ତ୍ତି ଭାଙ୍ଗିଲେ ଦୁଇ ଭଉଣୀ

Sunil Chandra Nayak

Leave a Comment

error: Content is protected !!