ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମେଡିକାଲ ରିପ୍ରେଜେଣ୍ଟେଟିଭର ଘର ଭିତରେ ସନ୍ଦେହ ଜନକ ମୃତ୍ୟୁ : ହତ୍ଯା ସନ୍ଦେହ

ମେଡିକାଲ ରିପ୍ରେଜେଣ୍ଟେଟିଭର ଘର ଭିତରେ ସନ୍ଦେହ ଜନକ ମୃତ୍ୟୁ : ହତ୍ଯା ସନ୍ଦେହ

ରାଉରକେଲା : ଶନିବାର ସକାଳେ ରାଉରକେଲାର ସିଭିଲ୍ ଟାଉନସିପ୍ ଅଞ୍ଚଳର ଏକ ଭଡା ଘରୁ ଭାଗିରଥି ସାହୁ ନାମକ ଜଣେ ମେଡିକାଲ୍ ରିପ୍ରେଜେଣ୍ଟେଟିଭଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଏହା ହତ୍ଯା ଘଟଣା ବୋଲି ସନ୍ଦେହ ସୃଷ୍ଟି କରିବା ସହିତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। 

     ପ୍ରାଥମିକ ସୂଚନା ଅନୁସାରେ ମୃତକଙ୍କୁ ସନ୍ଦେହଜନକ ଅବସ୍ଥାରେ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ପାଟିରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା, ଯାହା ଫଳରେ ମୃତ୍ୟୁ ହତ୍ୟା ନା ଦୁର୍ଘଟଣାଜନିତ ଘଟଣା ସେ ବିଷୟରେ ସନ୍ଦେହ ସୃଷ୍ଟି କରୁଛି। ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଭାଗିରଥିଙ୍କ ରୁମରେ ରହୁଥିବା ୨ ଜଣ ରୁମ୍ ମେଟଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା ଜାରି ରଖିଛି। ସୂଚନା ଅନୁଯାୟୀ ଘଟଣା ଘଟିଥିବା ଘରେ ୩ ଜଣ ସାଙ୍ଗ ଭଡାଟିଆ ଭାବରେ ରହୁଥିଲେ। ଘଟଣା ସମୟରେ ଆଉ କେହି ଉପସ୍ଥିତ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ତଦନ୍ତର ଅଂଶ ସ୍ୱରୂପ ଘର ସହିତ ଜଡିତ ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି। 

      ସୂଚନା ପାଇ ରଘୁନାଥପାଲି ଥାନାର ପୋଲିସ୍ ପକ୍ଷରୁ ଏକ ଦଳ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ମୃତ୍ୟୁର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଧିକାରୀମାନେ ପ୍ରାଥମିକ ତଦନ୍ତ କରି ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ସହିତ ଅଞ୍ଚଳକୁ କିଛି ସମୟ ପାଇଁ ଘେରାବନ୍ଦୀ କରି ରଖିଥିଲେ ।

ମୃତକଙ୍କ ପରିବାର ସଦସ୍ୟ କଟକରୁ ରାଉରକେଲା ଆସୁଥିବା ଜଣାପଡ଼ିଛି। ସେମାନଙ୍କ ପହଞ୍ଚିବା ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଧିକ ବିବରଣୀ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଘଟଣା ସମ୍ପର୍କରେ 

ପୁଲିସ ଅଧିକାରୀମାନେ ଏ ବିଷୟରେ କହିଛନ୍ତି ଯେ, ଦୁର୍ବ୍ୟବହାର ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ସମେତ ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ଯାଞ୍ଚ କରାଯାଉଛି। ବର୍ତ୍ତମାନ ତଦନ୍ତ ଜାରି ରହିଛି । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍  

Related posts

ଫେଲ ହେଲା ଡକାୟତି ଯୋଜନା, ୬ ଗିରଫ

ବାଣପୁର ଥାନା ଅଞ୍ଚଳରେ ବିବାହିତା ମହିଳାଙ୍କୁ ଜୋର୍ ଜବରଦସ୍ତି ବଳାତ୍କାର କରିବା ସହିତ ଓ ତାଙ୍କର ଆପତ୍ତିଜନକ ଫୋଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ଼ କରି ଯୁବକ ଗିରଫ !!!

Sunil Chandra Nayak

ମୋଟର ପମ୍ପ ଚୋରି ଅଭିଯୁକ୍ତଙ୍କୁ ଧରିଲା ତେନ୍ତୁଳିଖୁଣ୍ଟି ପୋଲିସ

Sunil Chandra Nayak

Leave a Comment

error: Content is protected !!