ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ନାଟକ ମହୋତ୍ସବରେ ଓଡିଆ ନାଟକ ଉନ୍ମୋଚିତ

ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ନାଟକ ମହୋତ୍ସବରେ ଓଡିଆ ନାଟକ ଉନ୍ମୋଚିତ

ରାଉରକେଲା : ରାଷ୍ଟ୍ରୀୟ ନାଟ୍ଯ ବିଦ୍ୟାଳୟ ନୂଆଦିଲ୍ଲୀ ଆୟୋଜିତ ଆନ୍ତର୍ଜାତିକ ନାଟକ ମହୋତ୍ସବ ଭାରଙ୍ଗମ ୨୦୨୬ ର ଉଦଯାପନୀ ସଂନ୍ଧ୍ଯାରେ ‘ଶ୍ରୁତି’ ନାମକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏନଏସଡି ତରଫରୁ ରାଉରକେଲାର ପ୍ରମୁଖ ନାଟ୍ଯାନୁଷ୍ଠାନ ସଂପର୍କର ପ୍ରତିଷ୍ଠାତା ବିଶିଷ୍ଟ ନାଟ୍ଯକାର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ଓଡ଼ିଆ ଶିଶୁନାଟକ (ଇଂରାଜୀ ଅନୁବାଦିତ) ସିକ୍ସ ସିଜିନ୍ସ ମହାସମାରୋହରେ ଏନଏସଡି ର ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ କର କମଳରେ ଉନ୍ମୋଚିତ ହୋଇ ଯାଇଛି । ଶ୍ରୀ ତ୍ରିପାଠୀ ଏନଏସଡି ତରଫରୁ ନାଟ୍ଯକାର ଶ୍ରୀ ମହାପାତ୍ର ଙ୍କୁ ସମ୍ମାନିତ କରି କହିଥିଲେ ଏନଏସଡି ଆୟୋଜିତ ଭାରତୀୟ ରଂଗ ମହୋତ୍ସବ ର ୨୫ବର୍ଷ ଇତିହାସରେ ଏନଏସଡି ଦ୍ବାରା ଉନ୍ମୋଚିତ ଏହା ହେଉଛି ପ୍ରଥମ ଓଡ଼ିଆ ନାଟକ । ଉତ୍ସବରେ ନାଟକର ସମାଲୋଚକ ଭାବେ ଯୋଗ ଦେଇ ଥିବା ବିଶିଷ୍ଟ ଲେଖକ ତଥା କେନ୍ଦ୍ର ସାହିତ୍ଯ ଏକାଡେମୀର ଅବସର ପ୍ରାପ୍ତ ଅଧିକାରୀ ଡ ଅଶୋକ ଚୌଧୁରୀ ଓ ବିଶିଷ୍ଟ ସାହିତ୍ୟିକ ତଥା ଗୋଆ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଡ , ଚାରୁଦତ୍ତ ପାଣିଗ୍ରାହୀ ଏହି ନାଟକ ସଂକଳନରେ ଥିବା ଛଅ ଟି ନାଟକ, ବ୍ରୋକନ ଟ୍ରଫି,ଦି ଗୋଟେ,ସ୍ଲିପେରୀ ପାଥ୍, ଚିଲଡ୍ରେନ ଡେ,ଦି ପପେଟ, ଏବଂ ଦି ରିଅଲ ଚାଇଲ୍ଡ ଉପରେ ବିଶଦ ଆଲୋଚନା କରି କହିଲେ ଯେ ଛଅଟି ଋତୁ ଯେପରି ଆମ ମନ ଓ ଶରୀରରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ ଠିକ ସେହି ପରି କୈଶୋର ଅବସ୍ଥାରେ ପିଲାମାନଙ୍କ ମନ ଓ ଶରୀର କୁ ପ୍ରଭାବିତ କରୁଥିବା ଭିନ୍ନ ଭିନ୍ନ ମାନସିକ ଅବସ୍ଥାକୁ ଆଧାର କରି ରଚିତ ନାଟକ ଗୁଡିକ ନିଶ୍ଚିତ ଚଞ୍ଚଳ ମନା ପିଲାମାନଙ୍କୁ ସତ୍ ପଥଗାମୀ କରାଇବ ଏଥିରେ ସନ୍ଦେହ ନାହିଁ । ଏନଏସଡି ର ସମାଜ ସଂପର୍କ ଅଧିକାରୀ ତଥା ପ୍ରକାଶନ ମୁଖ୍ଯ ଡ ପ୍ରକାଶ ଝା ମଂଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍  

Related posts

ରାଜ୍ୟସ୍ତରୀୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାବୁଗାଁରୁ ୪୮ ଜଣ ସମ୍ପ୍ରଦାୟ ସହାୟକ କର୍ମଚାରୀ ଙ୍କ ଭୁବନେଶ୍ଵର ଗସ୍ତ 

Sunil Chandra Nayak

ଫାଗୁନ ପରିବାର ପକ୍ଷରୁ ସନ୍ତାଳୀ ଭାଷାର ସୁରକ୍ଷା ଓ ବିକାଶ ପାଇଁ ରାଷ୍ଟ୍ରପତିଙ୍କୁ ସାକ୍ଷାତ

Sunil Chandra Nayak

କୋଇଡାରେ ସିଆଇଟିୟୂ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ 

masiha

Leave a Comment

error: Content is protected !!