ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସଙ୍କଟ ପରିଚାଳନା କମିଟିର ବୈଠକ , ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ବିଶେଷ ଆଲୋଚନା ଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ

ଜିଲ୍ଲା ସଙ୍କଟ ପରିଚାଳନା କମିଟିର ବୈଠକ , ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ବିଶେଷ ଆଲୋଚନା ଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ

ନବରଙ୍ଗପୁର:( ୧୮.୫.୨୦୨୬)(ବ୍ୟୁରୋ)ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି ଏବଂ ସ୍ଥିତି ସ୍ୱାଭାବିକ ଅଛି।ତେଣୁ ସାଧାରଣ ଖାଉଟି ଅଯଥାରେ ଆତଙ୍କିତ କିମ୍ବା ଚିନ୍ତିତ ହୋଇ ନିହାତି ଆବଶ୍ୟକତା ଠାରୁ ଅଧିକ ପେଟ୍ରୋଲ ଡିଜେଲ ମହଜୁଦ ରଖିବାରୁ କ୍ଷାନ୍ତ ରୁହନ୍ତୁ ବୋଲି ନବରଙ୍ଗପୁର ଜିଲ୍ଲା ସଙ୍କଟ ପରିଚାଳନା କମିଟି ପକ୍ଷରୁ ବୈଠକରେ ସୂଚନା ଦିଆଯାଇଛି।ଏହି ପରିପେକ୍ଷିରେ ଆଜି ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧକ୍ଷତାରେ ସଙ୍କଟ ପରିଚାଳନା କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ସି ଏସ ଓ ଦେବାଶିଷ ମହାନ୍ତି, ଏ ଡି ପି ଏଚ ଓ ଡ ମଳୟ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।ଯୋଗାଣ ବିଭାଗ ସୂଚନା ଅନୁଯାୟୀ ଆଜି ୧୮.୫.୨୦୨୬ ସୁଦ୍ଧା ନବରଙ୍ଗପୁର ଜିଲ୍ଲାରେ ଏଲପିଜି ରନ୍ଧନ ଗ୍ୟାସ ୧୪. ୨ କେଜି ବିଶିଷ୍ଟ ୩୨୮୮ ଟି ସିଲିଣ୍ଡର ଓ ବାଣିଜ୍ୟିକ ୧୯ କେଜି ବିଶିଷ୍ଟ ୨୨୦ଟି ସିଲିଣ୍ଡର ଷ୍ଟକରେ ରହିଛି।୫୨୫ ଟି ସିଲିଣ୍ଡର ପରିବହନ ରେ ରାସ୍ତାରେ ଆସୁଛି।ସେହିପରି ଜିଲ୍ଲାରେ ପେଟ୍ରୋଲ ୩୭୨୮୪୫ ଲିଟର ଏବଂ ଡିଜେଲ ୩୨୨୨୬୨ ଲିଟର ଏବଂ ପ୍ରିମିୟମ ସ୍ପିଡ୍ ପେଟ୍ରୋଲ ୨୨୦୨୭ ଲିଟର ମହଜୁଦ ଥିବା ଜିଲ୍ଲା ଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ୭୭୫୦୦ ଲିଟର ପେଟ୍ରୋଲ ଏବଂ ୧,୮୦,୫୦୦ ଲିଟର ଡିଜେଲ ପରିବହନ ରେ ରାସ୍ତାରେ ଆସୁଛି। ତେଣୁ ଖାଉଟି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ I ବୈଠକ ରେ ଯୋଗାଣ ବିଭାଗ ସୂଚନା ଅନୁଯାୟୀ ଜିଲ୍ଲାରେ ମୋଟ ୫୨ ଟି ପେଟ୍ରୋଲ ପମ୍ପ ରୁ ୪୫ ଟି ରେ ପେଟ୍ରୋଲ ଡିଜେଲ ମହଜୁଦ ଅଛି । ୭ ଟି ପେଟ୍ରୋଲ ପମ୍ପରେ ତେଲ ନାହିଁ ଏବଂ ସେଥିରୁ ୫ ଟି ପେଟ୍ରୋଲ ପମ୍ପ ରେ ଆସନ୍ତା କାଲି ସୁଦ୍ଧା ପରିବହନ ରେ ଆସୁଥିବା ତେଲ ରେ ଖାଉଟିଙ୍କୁ ଆବଶ୍ୟକ ତେଲ ଯୋଗାଇ ଦିଆଯିବ।ଜିଲ୍ଲପାଳ ସି ଏସ ଓ ଏବଂ ଏମ ଆଇ ମାନଙ୍କୁ ପ୍ରତ୍ୟେକ ପେଟ୍ରୋଲ ପମ୍ପ ପରିଦର୍ଶନ ସହ ଏଲ ପି ଜି କଳାବଜାରୀ ତଥା ପେଟ୍ରୋଲ/ ଡିଜେଲ ଅନାବଶ୍ୟକ ମହଜୁଦ ଓ ଚୋରା ଚାଲାଣ କାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଆମ୍ବୁଲାନ୍ସ,ପୋଲିସ,ଅଗ୍ନିଶମ, ଜରୁରୀ ବିଭାଗ,ପ୍ରଶାସନ ଅଧିକାରୀ, ଟାୱାର,ସରକାରୀ ଉନ୍ନତି ମୂଲକ ପ୍ରକଳ୍ପ ଓ କାର୍ଯ୍ୟ ପାଇଁ ଜରୁରି ପେଟ୍ରୋଲ ଓ ଡିଜେଲ ମହଜୁଦ ରଖିବାକୁ ଜିଲ୍ଲାପାଳ କହିଥିଲେ।ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ସି ଡି ଏ ଓ,ଡି ଡ଼ବ୍ଲୁ ଓ,ଡି ଆଇ ପି ଆର୍ ଓ, ଏ ସି ଏସ ଓ,ଏମ ଆଇଙ୍କ ସମେତ ଜିଲ୍ଲାର ସମସ୍ତ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ କମ୍ପାନୀ ବିତରକ ଆଇ ଓ ସି ଏଲ,ବି ପି ସି ଏଲ, ଏଚ୍ ପି ସି ଏଲ, ନାୟରା, ଜିଓ ର ବିତରକ ଅଧିକାରୀ ଏବଂ କର୍ମକର୍ତା ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୋରୁମହିଷାଣୀ ଅଂଚଳର ଧର୍ମପରାୟଣ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ ପଟ୍ଟନାୟକଙ୍କ ମହାପ୍ରୟାଣ 

masiha

ଅଖିଳ ଓଡ଼ିଶା ବ୍ରାହ୍ମଣ ମହାସଭାର ୯ମ ସାମ୍ବିଧାନିକ ଓ ସପ୍ତବିଂଶତମ ବାର୍ଷିକ ସମେଳନ

masiha

ବରିଷ୍ଠ ନାଗରିକ ସଂଗଠନ ଜୁନାଗଡର ଦ୍ବିତୀୟ ସାଧାରଣ ବୈଠକ

Leave a Comment

error: Content is protected !!