ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ ଓ’ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ

ନୂଆ ଓ’ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ

କେନ୍ଦ୍ରାପଡ଼ା, ୨୦/୧୨: ଇନ୍ଦୁପୁରସ୍ଥିତ ବିରୂପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବିରୂପା ମହାବିଦ୍ୟାଳୟରେ “ନୂଆ ଓ-ଯୁବ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଦୁଇଦିନିଆ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । କଲେଜ୍‌ର ଅଧ୍ୟକ୍ଷ ପ୍ରଫେସର୍ ଅଭିଜିତ ବୋଷଙ୍କ ପୌରହିତ୍ୟରେ ଆୟୋଜିତ ଏହାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ସୂଚନା ଓ ଲୋକ ସଂପର୍କ ବିଭାଗର କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୂଖ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥିମାନେ ଜୀବନରେ କ୍ରୀଡ଼ାର ଆବଶ୍ୟକତା ଉପରେ ମତବ୍ୟକ୍ତ କରି କହିଥିଲେ ଏହା କେବଳ ଶରୀରର ସୁସ୍ଥତା ପାଇଁ ଦରକାରୀ ନୁହେଁ ବରଂ ଶୃଙ୍ଖଳା, ଏକତା ଓ ବନ୍ଧୁତାର ଡୋରିରେ ବାନ୍ଧି ହୋଇ ରହିବାର ଏକ ମାଧ୍ୟମ । ଏହି କାର୍ଯ୍ୟକ୍ରମକୁ ନୋଡାଲ୍ ଅଫିସର୍ ଶ୍ରୀ ଅଶୋକ କୁମାର ନାୟକ, ଡକ୍ଟର ସଂଗ୍ରାମ କେଶରୀ ରାଉତ, ଭବାନୀ ପ୍ରସାଦ ପଣ୍ଡା ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀ ନିଗମାନନ୍ଦ ନାୟକ ପରିଚାଳନା କରିଥିଲେ । ଶାରୀରିକ ପ୍ରଶିକ୍ଷକ ଶ୍ରୀ ଜ୍ୟୋତିର୍ମୟ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ, ଯୁବଗୋଷ୍ଠୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ଆଣିଛନ୍ତି “ନୂଆ ଓ’ – ଯୁବ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକ୍ରମ । ଏଥିରେ ସାମିଲ ଅଛି କ୍ରୀଡ଼ା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିଉଜ

Related posts

ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା

masiha

ରାଇରଙ୍ଗପୁର ଲ୍ୟାମ୍ପସର ଵାର୍ଷିକ ସାଧାରଣ ବୈଠକ

Sunil Chandra Nayak

ଫୁଲବାଣୀ ପୋୖର ପରିଷଦ ପାଣ ସମାଜ ଗଠିତ

Sunil Chandra Nayak

Leave a Comment

error: Content is protected !!