ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଧରାକୋଟ ବ୍ଲକର ଉପାନ୍ତ ଅଞ୍ଚଳରେ ଜିଲ୍ଲାପାଳ,ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ , ୨- ଧରାକୋଟ ଜଗମୋହନ ରେ ଶୋକର ଛାୟା, ଅଗ୍ନିବୀର ଯୋଗ୍ୟତା ପରୀକ୍ଷାର୍ଥୀ ମୃତ

ଧରାକୋଟ ବ୍ଲକର ଉପାନ୍ତ ଅଞ୍ଚଳରେ ଜିଲ୍ଲାପାଳ,ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

ଆସିକା : (୧୭/୧୧/୨୬)(ଶିବ ଶଙ୍କର ମିଶ୍ର ) ଅର୍ଣବ ବାତ୍ୟା ପ୍ରଭାବରେ ହୋଇଥିବା ବନ୍ୟା ଯୋଗୁଁ ଧରାକୋଟ ବ୍ଲକର ଋଷିକୁଲ୍ୟ ନଦୀ, ଅଗୁଳ ନାଳ,ନନ୍ଦିନୀ ନାଳ ଭୟଙ୍କର ରୂପ ଧାରଣ କରି ଉଭୟ ପଟର ଗାଁ ଗଣ୍ଡା ଚାଷ ଜମିର ଭୟଙ୍କର କ୍ଷତି ପହଞ୍ଚାଇଥିଲା । ସେହିପରି ଧରାକୋଟ ବ୍ଲକର ଉପାନ୍ତ ଅଞ୍ଚଳରେ ଥିବା ସାବା ପଞ୍ଚାୟତ ରେ ଭୁଷ୍ଫଳନ ଘଟିଥିଲା ଜୟସିଂହ ପାହାଡ଼ରେ । ଏଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବ୍ଲକ ଅଧିନସ୍ଥ ରାସ୍ତାର ବ୍ୟାପକ କ୍ଷତି ହୋଇଥିଲା। ଯାହାର ମରାମତି ଏପର୍ଯ୍ୟନ୍ତ ହୋଇପାରିନାହିଁ । ଏହାର 20 ଦିନ ବିତିନାହିଁ ପୁଣି ବାତ୍ୟା ଆକବାନ ମାଡ଼ି ଆସୁଥିବା ନେଇ ସୂଚନା ମିଳିବା ପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଲାଣି। ଆଜି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ବି ଡି ଓ ଲିପିନା ଦାସ, ତହସିଲଦାର ଲମ୍ବୋଦର ମାରାଣ୍ଡି,ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ ରଞ୍ଜନ ପ୍ରଧାନ, ବି ପି ସି କୃଷ୍ଣକାନ୍ତ ପଣ୍ଡା ପ୍ରମୁଖ ସାବା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ କୁଟୁଣି ଗଣ୍ଡା, ଅଶୋକା ପଲ୍ଲୀ ଗ୍ରାମକୁ ମଟର ସାଇକେଲ ଦ୍ୱାରା ପହଞ୍ଚି ସ୍ଥିତି ପରଖି ଥିଲେ। ଏହାପରେ ଭୁଷ୍ଫଳନ ଆଶଙ୍କା ରହିଥିବାରୁ ଉଭୟ ଗାଁର ପ୍ରାୟ 150 ଜଣ ଲୋକଙ୍କୁ ଛଣପଟା ଆଶ୍ରୟ ସ୍ଥଳୀକୁ ମଙ୍ଗଳବାର ରାତିସୁଦ୍ଧା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶଥାଉକି ଗତ ଅର୍ଣବ ବନ୍ୟାରେ ରାସ୍ତାଘାଟ ଧୋଇ ହୋଇଯାଇଥିବାରୁ ଉପାନ୍ତ ଅଞ୍ଚଳର କିଛି ଗାଁ କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏଣୁ ଆସନ୍ତା ବାତ୍ୟା ର ମୁକାବିଲା ପାଇଁ ବ୍ଲକ ପ୍ରସାଶନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଥିବା ବି ଡି ଓ ସୂଚନା ଦେଇଛନ୍ତି।

ଧରାକୋଟ ଜଗମୋହନ ରେ ଶୋକର ଛାୟା, ଅଗ୍ନିବୀର ଯୋଗ୍ୟତା ପରୀକ୍ଷାର୍ଥୀ ମୃତ

ଆସିକା : (୧୭/୧୧/୨୬)(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଜଗମୋହନ ଗ୍ରାମର ଜଣେ ଯୁବକ କୋରାପୁଟ ଜିଲ୍ଲାର ଜୟପୁର ସହରରେ ହେଉଥିବା ଭାରତୀୟ ସେନା ବାହିନୀର ଅଗ୍ନିବୀର ଯୋଗ୍ୟତା ପରୀକ୍ଷାରେ ଅଂଶ ଗ୍ରହଣ କରି ଦୌଡ଼ୁଥିବା ବେଳେ ଅଚାନକ ମୃତ୍ୟ ବରଣ କରିଛନ୍ତି । ଜଗମୋହନ ଗ୍ରାମର ସନ୍ତୋଷ ସେଠୀ ଓ ସୁକାନ୍ତି ସେଠୀ ଙ୍କ ଦ୍ବିତୀୟ ପୁତ୍ର ମୁକେଶ ସେଠୀ (୧୯) କୋରାପୁଟ ଜିଲ୍ଲାର ଜୟପୁର ଠାରେ ଅନୁଷ୍ଠିତ ହେଉଥିବା ଭାରତୀୟ ସେନା ବାହିନୀର ଅଗ୍ନିବୀର ଯୋଗ୍ୟତା ପରୀକ୍ଷାରେ ଅଂଶ ଗ୍ରହଣ କରିବା ପାଇଁ ସେଠକୁଜାଇ ନାମ ପଞ୍ଜୀକରଣ କରିଥିଲେ । ମଙ୍ଗଳବାର ସକାଳ ଦଶ ଘଣ୍ଟା ସମୟରେ ସେ ଟ୍ରାକ ରେ ଦୌଡ଼ୁଥିବା ବେଳେ ଅଚାନକ ତଳେ ପଡିଯାଇ ମୃତ୍ୟୁ ବରଣ କରିଥିଲେ। ମୁକେଶ ହିଞ୍ଜିଳି ମହାବିଦ୍ୟାଳୟ ରେ ଯୁକ୍ତ ତିନି ଶ୍ରେଣୀରେ ପାଠ ପଢୁଥିଲେ । ତାଙ୍କର ବଡ଼ ଭାଇ ମାନସ ବେଙ୍ଗାଲୁରୁ ରେ ରହୁଛନ୍ତି । ପ୍ରକାଶଥାଉକି ସନ୍ତୋଷ ପନିପରିବା ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ସାନ ପୁଅ ମୁକେଶ ଭାରତୀୟ ସୈନ୍ୟବାହିନୀରେ ଯୋଗଦେଇ ଦେଶ ମାତୃକାର ସେବା କରିବା ପାଇଁ ପରିବାର ଲୋକେ ସ୍ୱପ୍ନ ଦେଖୁଥିବା ବେଳେ ତାହା ଅଧୁରା ରହିଗଲା। ଆଜିର ଏହି ଘଟଣା ଧରାକୋଟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Related posts

ସରାଗୁଡ଼ା ରେ ପାଳିତ ହେଲା ସ୍ଵଛତାର ପର୍ବ ବଉଳାଣି ଯାତ୍ରା 

masiha

ବିଜେପି ପକ୍ଷରୁ ବାଣପୁର ପଞ୍ଚୁଦୋଳ ଯାତ୍ରା ପଡିଆକୁ ସଫେଇ !!!

Sunil Chandra Nayak

ନବ ନିର୍ମାଣ କୃଷକ ସଂଘ ର ରାଜ୍ୟ ବ୍ୟାପି ବନ୍ଦ ଡାକରା

Sunil Chandra Nayak

Leave a Comment

error: Content is protected !!