ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ନିର୍ମାଣ କୃଷକ ସଂଘ ର ରାଜ୍ୟ ବ୍ୟାପି ବନ୍ଦ ଡାକରା

ନବ ନିର୍ମାଣ କୃଷକ ସଂଘ ର ରାଜ୍ୟ ବ୍ୟାପି ବନ୍ଦ ଡାକରା

ଧର୍ମଗଡ଼ :ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ବୁଧବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ରେ ତାର ପ୍ରଭାବ ପଡିଥିବା ଦେଖିବାକୁ ମିଳିଥିଲା।ଧର୍ମଗଡ ଉପଖଣ୍ଡ ବିଭିନ୍ନ ବ୍ଲକ ସରକାରୀ ବେସରକାରୀ ,ଶିକ୍ଷାନୁଷ୍ଠାନ ସମେତ ଦୋକାନ ବଜାର ଓ ବ୍ୟାଙ୍କ ସେବା ଭଳି କାର୍ଯ୍ୟାଳୟ ବନ୍ଦ ରହିଥିଲା। ସଡ଼କ ଯାତାୟାତ ବନ୍ଦ ଯୋଗୁଁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆନ୍ଦୋଳନ କାରୀ ମାନେ ସକାଳ ୬ଘଣ୍ଟାରୁ ବିଭିନ୍ନ ନାରବାଜି ଦେବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ ଏଵଂ ଧର୍ମଗଡ ସହର ରେ ସରକାରୀ ବେସରକାରୀ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅନୁରୋଧ କରୁଥିବା ଦେଖା ଯାଇଥିଲା।ଏହି ବନ୍ଦ ଡାକରା କୁ ବ୍ଲକ କଂଗ୍ରେସ ,ବିଜେଡି ସମେତ ଓବି ସି ମୋର୍ଚ୍ଚା ,ସି ପି ଏମ ସହ ବିଭିନ୍ନ ସଂଗଠନ ଏହାକୁ ସମର୍ଥନ ଦେଇଥିଲେ।ବନ୍ଦ ଡାକରା ର ମୁଖ୍ୟ ଦାବି ଗୁଡିକ ମଧ୍ୟରେ ରାଜ୍ୟରେ ଥିବା ବିଭିନ୍ନ ଧାନ ମଣ୍ଡି ମାନଙ୍କରେ ଅବ୍ୟସ୍ଥା ସହ କଟନୀଛଟନି କରି ଚାଷୀ ଶୋଷଣ ନୀତି କୁ ସମ୍ପୁର୍ଣ୍ଣ ବନ୍ଦ, ଟାଟା ପାୱାର ସ୍ମାର୍ଟ ମିଟର ମାଧ୍ୟମରେ ଗ୍ରାହକ ଙ୍କ ଶୋଷଣ କରୁଥିବା ନୀତି କୁ ବନ୍ଦ କରିବା ଓ ପଲ୍ୟୁସନ୍ ଆଳରେ ଜନସାଧାରଣ ଙ୍କ ଠାରୁ ମାତ୍ରାଧିକ ଟଙ୍କା ଆଦାୟ କରିବା ବ୍ୟବସ୍ଥାରେ ରୋକ ଦେବା ପ୍ରମୁଖ ଦାବୀ ରହିଛି। ନବ ନିର୍ମାଣ କୃଷକ ସଂଘ କୁ ସମର୍ଥନ ଦେଇ ବିଜେଡି ବ୍ଲକ ସଭାପତି ଡାକେ ଲହଜଲ ,ସାଧାରଣ ସମ୍ପାଦକ ଲିପୁ ମହାନ୍ତି,ସମ୍ପାଦକ ଲବଣି ରାଉତ,ରତନ ନାଏକ,କୃପା ଚଣ୍ଡି, ଦୟମାଝୀ,କଂଗ୍ରେସ ବ୍ଲକ ସଭାପତି ପ୍ରେମଲାଲ ସାଗର,ଜିଲ୍ଲା ଉପସଭାପତି ଫକୀର ଚରଣ ନାଏକ,ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାପତି ଧରଣୀ ଧର ଧଙ୍ଗଡା ମାଝୀ,ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ଗୋଲୁ ନାଏକ, ସୁରେଶ ମୁଣ୍ଡ,ଓ ବି ସି ମୋର୍ଚ୍ଚା ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ସିପିଆଇ ନେତା ଜଗଦୀଶ ଦୁର୍ଗା ,ଆଦିବାସୀ ନେତା ଶ୍ୟାମ ସୁନ୍ଦର ମାଝୀ ପ୍ରମୁଖ ବନ୍ଦଡାକରା ରେ ସାମିଲ ହୋଇଥିଲେ।

(ବିଦ୍ୟାଧର ସାହୁଙ୍କ ରିପୋର୍ଟ)

Related posts

Waltair Division Holds Divisional Committee Meeting of Hon’ble MPs at Visakhapatnam

Sunil Chandra Nayak

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଷ୍ଟେଟବ୍ୟାଙ୍କର ରେକର୍ଡ ଓ ଆସବାବପତ୍ର

Sunil Chandra Nayak

କେତେଦିନ ଅନ୍ତର୍ଦୋୟ ରାସନ ଚାଉଳ ଲୁଟର ଶିକାର ହେବେ ଆଦିବାସୀ ପରିବାର

Sunil Chandra Nayak

Leave a Comment

error: Content is protected !!