ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୁଲିସର ସାଇବର ସଚେତନତା କାର୍ଯ୍ୟକ୍ରମ

ଆମ ପୁଲିସର ସାଇବର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା : ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଇନ୍ସପେକ୍ଟର ଦେଜାଲିନ୍ ଜେନା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ମୁଖ୍ୟ ଡ ସୁମନ ଦତ୍ତ ସ୍ବାଗତ ଭାଷଣ ସହ ସାଇବର ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ଇନ୍ସପେକ୍ଟର ଶ୍ରୀମତୀ ଜେନା, ସବଇନ୍ସପେକ୍ଟର ପ୍ରିୟମ ଦାସ, ଏଏସଆଇ ସୁରେଶ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ବ୍ୟାଙ୍କ ଠକେଇ, ଡିଜିଟାଲ ଆରେଷ୍ଟ,ଓଟିପି ନମ୍ବର କାହାକୁ ନଦେବା, ଅପରିଚିତ ଙ୍କ ଫୋନ ଗ୍ରହଣ ନକରିବା, ସାଇବର ଠକେଇ ହେଲେ ସ୍ବର୍ଣ୍ଣ ମୁହୁର୍ତ୍ତ ଏକ ଘଣ୍ଟା ମଧ୍ୟରେ ୧୯୩୦ ନମ୍ବରକୁ କଲ କରି ଜଣାଇବା , ମୋବାଇଲ ହ୍ୟାକ୍ ରୁ ବଞ୍ଚିବା ପାଇଁ ସାଇବର ହେଲ୍ପଲାଇନ ୮୭୬୩୧ ୪୬୪୭୭ ର ସାହାଯ୍ୟ ନେବା ଓ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ସଦସ୍ୟ କୁଞ୍ଜବିହାରୀ ରାଉତ, ସୁଶାନ୍ତ ସ୍ବାଇଁ, ପ୍ରଦୀପ କୁମାର ସାହୁ, ପ୍ରସନ୍ନ କୁମାର ସାହାଣୀ,ଏମଡି ଅମଜାଦ୍, ବାସୁଦେବ ସ୍ବାଇଁ, ମନୋଜ କୁମାର ନାୟକ, ଥାନା ପକ୍ଷରୁ ସବଇନ୍ସପେକ୍ଟର ରାଜେଶ ବେହେରା,ଏଏସଆଇ ମନୋରଞ୍ଜନ ପରିଡା, ନିଖିଳ ଡୁଙ୍ଗୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ବାରା ସରକାରଙ୍କ ‘ ସୁନେତ୍ର’ ଯୋଜନାରେ ୧୪୨ ଛାତ୍ରଛାତ୍ରୀମାନଙ୍କୁ ଚଷମା ବଣ୍ଟନ 

masiha

ପ୍ରଗତି ଉତ୍କଳ ସଂଘରେ ନବୀନ କୁମାର ସାହୁଙ୍କ ପୁଣ୍ୟତିଥି ପାଳିତ

Sunil Chandra Nayak

ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ  ଗ୍ରାମାଞ୍ଚଳର ବିକାଶ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି _ ଜିଲ୍ଲାପାଳ 

masiha

Leave a Comment

error: Content is protected !!