ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବର୍ଜନା ମୁକ୍ତ ରାଉରକେଲା, ସମ୍ପୁର୍ଣ୍ଣ ସ୍ବଚ୍ଛ ଏନଆଇଟି ପରିସର 

ଆବର୍ଜନା ମୁକ୍ତ ରାଉରକେଲା, ସମ୍ପୁର୍ଣ୍ଣ ସ୍ବଚ୍ଛ ଏନଆଇଟି ପରିସର 

ରାଉରକେଲା: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଟି) ର ନିର୍ଦ୍ଦେଶକ ପ୍ରଫେସର ଉମା ମହେଶ୍ୱର ରାଓଙ୍କ ଆହ୍ବାନ କ୍ରମେ ପୁରାତନ ଛାତ୍ର ସଂଘ ( ନିଟ୍ରା) ଓ ଏନଆଇଟି ର ମିଳିତ ଆନୁକୂଲ୍ୟରେ ଆରଏମସି ତଥା ଆରଏସପି ର ସହଭାଗିତା ସହ ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖାର ପ୍ରତ୍ୟକ୍ଷ ସହଯୋଗରେ ସମଗ୍ର ରାଉରକେଲା କୁ ଆବର୍ଜନା ମୁକ୍ତ କରିବା ଓ ନଗର ବାସୀଙ୍କୁ ସ୍ବଚ୍ଛତା ସଚେତନ କରାଇବାର ଗୋଟିଏ ମହତ୍ବାକାଂକ୍ଷୀ ପ୍ରୟାସର ଶୁଭାରମ୍ଭ ହୋଇଛି। ଏହି ସମ୍ପୁର୍ଣ୍ଣ ରାଉରକେଲା କୁ ଆବର୍ଜନା ମୁକ୍ତ କରିବାର ବିପୁଳ ପ୍ରୟାସର ଉପକ୍ରମ ଋପେ ଏନଆଇଟି ରେ ସଂଗଠିତ ସ୍ବଚ୍ଛତା ଅଭିଯାନର ଏକଶତ ସପ୍ତାହ ପୂର୍ତ୍ତି ପାଳନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏନ୍ଆଇଟି ର ନିର୍ଦ୍ଦେଶକ ପ୍ରଫେସର ରାଓ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପନ୍ନ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିବା ସହ ଏଦିଗରେ ଆହୁରି ଅଧିକ ଦୀର୍ଘ ପଥ ଚାଲିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ସ୍ବଚ୍ଛତା ଶପଥ ପାଠ କରାଇଥିଲେ। ପ୍ରଫେସର ରାମକୃଷ୍ଣ ବିଶ୍ବାଳ ଛାତ୍ର ମାନଙ୍କୁ ନେଇ କ୍ୟାମ୍ପସ ପରିକ୍ରମା କରି ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଏକ ରାଲି ର ଆୟୋଜନ କରିଥିଲେ। ଏହି ସ୍ବଚ୍ଛତା ଅଭିଯାନର ଦାୟିତ୍ଵରେ ଥିବା ପ୍ରଫେସର ଅନିଲ ସିଂ, ଏନସିସି ଅଧିକାରୀ ପ୍ରଫେସର ଡ଼ଃ ଅଜିତ ବେହେରା, ପ୍ରଫେସର ଏଚ ବି ସାହୁ, ପ୍ରଫେସର ପଙ୍କଜ ସା, ପ୍ରଫେସର ଅନୁପମ ମିଶ୍ର ଙ୍କ ସମେତ ବହୁ ଡିନର, ପ୍ରଫେସର, କର୍ମଚାରୀ ଙ୍କ ସମେତ ନିଟ୍ରା ପକ୍ଷରୁ ଏହି ପ୍ରୟାସର ଆବାହକ ଭାରତ ଭୂଷଣ ମହାନ୍ତି,ନିଟ୍ରା ରାଉରକେଲା ଅଧ୍ୟକ୍ଷ ଇଂ ବିମଳ କୁମାର ବିଶି, ସମ୍ପାଦକ ରାହୁଲ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଂଲାଦେଶ ହିଂସା ପରେ ରାଜନଗର ଆତଙ୍କିତ , ଅନୁପ୍ରବେଶକାରୀଙ୍କ ପ୍ରବେଶ ଆଶଙ୍କା,ପେଟ୍ରୋଲିଙ୍ଗ କରିବାକୁ ଥାନାରେ ତେଲ ଅଭାବ

masiha

ଓଡ଼ିଶାର ପ୍ରଥମ ପ୍ରତ୍ନତତ୍ତ୍ୱବିତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ 

Sunil Chandra Nayak

ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା, ୪୫୨ ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ

Sunil Chandra Nayak

Leave a Comment

error: Content is protected !!