ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ଏଚଏଫଆଇ ଟ୍ୟାଲେଣ୍ଟ ମହୋତ୍ସବ ସଫଳତାର ସହ ସମ୍ପନ୍ନ

ରାଉରକେଲାରେ ଏଚଏଫଆଇ ଟ୍ୟାଲେଣ୍ଟ ମହୋତ୍ସବ ସଫଳତାର ସହ ସମ୍ପନ୍ନ

ନୃତ୍ୟ, ଫ୍ୟାଶନ୍ ଶୋ’ଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଯୋଗିତାରେ ପ୍ରତିଭା ପ୍ରଦର୍ଶନ କଲେ ପ୍ରତିଯୋଗୀ

ରାଉରକେଲା: ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ, କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ସହିତ ମହିଳା, ଶିଶୁ ଓ ଯୁବପିଢ଼ିଙ୍କୁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରିବା ଉଦ୍ଦେଶ୍ୟରେ ହିନ୍ଦୁସ୍ତାନ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଚଏଫଆଇ )ପକ୍ଷରୁ ସେକ୍ଟର-୧୫, ସିଟି ମାର୍କେଟ୍‌ଠାରେ ଆୟୋଜିତ ‘ଏଚଏଫଆଇ ଟ୍ୟାଲେଣ୍ଟ ମହୋତ୍ସବ’ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।ନଭେମ୍ବର ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ମହୋତ୍ସବରେ ଫ୍ୟାନ୍ସି ଡ୍ରେସ୍, ରାଉରକେଲା କୁଇନ୍ ଫ୍ୟାଶନ୍ ଶୋ’, ଡ୍ରଇଂ, ମ୍ୟୁଜିକାଲ୍ ଚେୟାର୍, ରଙ୍ଗୋଲି, ରିଲ୍ ମେକିଂ, ଡ୍ୟାନ୍ସ କମ୍ପିଟିସନ୍ ଏବଂ ଚାମୁଚ ଗୋଲି ରେସ୍ ଭଳି ବିଭିନ୍ନ ଆକର୍ଷଣୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପ୍ରତିଯୋଗୀମାନେ ନିଜ ନିଜର କଳା, ସୃଜନଶୀଳତା ଓ ଦକ୍ଷତାର ଚମତ୍କାର ପ୍ରଦର୍ଶନ କରିଥିଲେ। ବିଭିନ୍ନ ବର୍ଗର ପ୍ରତିଯୋଗୀଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ମହୋତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା। ବିଚାରକ ଭାବେ ଆନନ୍ଦ ସୁନା, ବିଜୟ ନନ୍ଦ ଦାୟିତ୍ଵ ତୁଲାଇଥିଲେ। ମାର୍କେଟ କମିଟି ଓ ହିନ୍ଦୁସ୍ତାନ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ଅମିତ ମାଇତି ମହାନ୍ତି ଏବଂ ଅଧ୍ୟକ୍ଷ ସୁରେଶ କୁମାର ନନ୍ଦଙ୍କ ନେତୃତ୍ୱରେ ଏହି ମହୋତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ନରେଶ ମାଇତି ଓ ମହାନ୍ତି ବାବୁ ଙ୍କୁ ସମ୍ମାନିତ କରାଯାଇଥିଲା। ଏହାର ସଫଳ ଆୟୋଜନରେ ସେକ୍ଟର-୧୫ ସିଟି ମାର୍କେଟ୍ କମିଟିର ରମେଶ ପଲେଇ, ଏମଡି ରଫିକ୍ , ଗୌରବ ଆଚାର୍ଯ୍ୟ, ଦିଲୀପ ରୋହିଦାସ ଓ ସମିତ ମାଇତିଙ୍କ ସହିତ ହିନ୍ଦୁସ୍ତାନ ଫେଡେରେସନ୍ ଅଫ୍ ଇଣ୍ଡିଆର ବି. ମାନସୀ, ରାକେଶ ସିଂହ, ଭାରତୀ ପଟ୍ଟନାୟକ, ସୌମ୍ୟ ବିଶ୍ୱାଳ, ଶମ୍ଭୁ ଆଚାର୍ଯ୍ୟ, ସୁସ୍ମିତା ପରିଡ଼ା ଓ କବିତା ବିନ୍ଧାଣୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ସଭାପତି , ବିରଞ୍ଚି ପଟ୍ଟନାୟକ, ଉପସଭାପତି ତଥା କବି କୁଞ୍ଜ ବିହାରୀ ରାଉତ, ରାଜଦୀପ ମହାନ୍ତି ଓ ବନ୍ଦିତା ମହାତୋ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏଭଳି ଆୟୋଜନ ସ୍ଥାନୀୟ ଅଞ୍ଚଳର ପ୍ରତିଭାମାନଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ଦେବା ସହ ସାମାଜିକ ଏକତା ଓ ସାଂସ୍କୃତିକ ଭାବଧାରାକୁ ସୁଦୃଢ଼ କରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସମସ୍ତଙ୍କ ସହଯୋଗ ଓ ଉତ୍ସାହପୂର୍ଣ୍ଣ ଯୋଗଦାନ ଯୋଗୁଁ ମହୋତ୍ସବଟି ସଫଳତାର ସହ ସମାପନ ହୋଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାତୀୟ କୃମନାଶକ ଦିବସ ନିମନ୍ତେ କୃମି ନାଶକ ବଟିକା ସେବନ କାର୍ଯ୍ୟକ୍ରମ 

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାଲି ଓ ଆନ୍ଦୋଳନ ଓହ୍ଲାଇବା ପାଇଁ ଦାବୀପତ୍ର : ମାଗିଲେ ପ୍ରକଳ୍ପ କର୍ତ୍ତୃପକ୍ଷ ସମୟ

masiha

ପ୍ରବାସୀ ଭାରତୀୟ ଦିବସ-୨୦୨୫ ରେ ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଳା ସ୍ତରରେ ପ୍ରଥମ ଛାତ୍ରୀ ଏସ୍ ହାରିକା ,ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଲା ସ୍ତରରେ ଦ୍ଵିତୀୟ ଛାତ୍ରୀ ପରମେଶ୍ୱରୀ 

masiha

Leave a Comment

error: Content is protected !!