ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ପ୍ରକଳ୍ପ ରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାଲି ଓ ଆନ୍ଦୋଳନ ଓହ୍ଲାଇବା ପାଇଁ ଦାବୀପତ୍ର : ମାଗିଲେ ପ୍ରକଳ୍ପ କର୍ତ୍ତୃପକ୍ଷ ସମୟ

ଇନ୍ଦ୍ରାବତୀ ପ୍ରକଳ୍ପ ରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାଲି ଓ ଆନ୍ଦୋଳନ ଓହ୍ଲାଇବା ପାଇଁ ଦାବୀପତ୍ର : ମାଗିଲେ ପ୍ରକଳ୍ପ କର୍ତ୍ତୃପକ୍ଷ ସମୟ

ତେନ୍ତୁଳିଖୁଣ୍ଟି। ୦୪/୦୩/୨୫- // ଇନ୍ଦ୍ରାବତୀ ଡ୍ୟାମ ସର୍କଲ ଅଧୀନରେ ଥିବା ମୁରାନଡିଭିଜନ, ପୋଡ଼ାଗଡ଼ ଡିଭିଜନ,ମେକାନିକାଲ ଡିଭିଜନ ଓ ମୁଖୀଗୁଡା ରେ ଦୁଇଟି ସବ ଡିଭିଜନ ରେ କାର୍ଯ୍ୟରତ ଥିବା ସୁରକ୍ଷା କର୍ମୀ ଆଉଟ୍ ସୋର୍ଶିଂ ଏଜେନ୍ସୀ ଓ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ଅନ୍ୟାୟ ର ଶିକାର ଅଭିଯୋଗ ନେଇ ଗତ ପଚିଶ ତାରିଖ ରେ ଖାତିଗୁଡା ଠାରେ ଏକ ଖବରଦାତା ସମ୍ମିଳନୀ କରି ସପ୍ତାହ ମଧ୍ୟରେ ଚାରି ଦଫା ଦାବି ପୂରଣ ନ ହେଲେ ଆନ୍ଦୋଳନ ଓହ୍ଲାଇବେ ବୋଲି ଘୋଷଣା କରିଥିଲେ। ପ୍ରକଳ୍ପ ରେ କାର୍ଯ୍ୟରତ ସମସ୍ତ ୧୬୧ ସୁରକ୍ଷା କର୍ମୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା କରି ଇନ୍ଦ୍ରାବତୀ ଡେମ ସର୍କଲ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଚାରି ଦଫା ଦାବୀ ପତ୍ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନରେଶ କୁମାର ପାତ୍ର ଙ୍କୁ ପ୍ରଦାନ କରି ଧାରଣା ରେ ବସିବା ପାଇଁ ପ୍ରସ୍ତୁତ ହୋଇ ଥିଲେ। ଦୀର୍ଘ ଦିନ ହେବ ସୁରକ୍ଷା କର୍ମୀଙ୍କ ସ୍ବାର୍ଥ ବଦଳରେ ଏଜେନ୍ସି ର ସ୍ବାର୍ଥ କଥା କହୁଥିବା ଅଧିକାରୀ ସମୂହ ସୁରକ୍ଷା କର୍ମୀଙ୍କ ସହ ଆଲୋଚନା କରିଥିଲେ । ଆଉଟ୍ ସୋର୍ସିଂ ଏଯେନ୍ସି ଙ୍କୁ ଡକାଇ ସମସ୍ତ ଦାବୀ ନେଇ ଆଲୋଚନା କରି ସୁରକ୍ଷା କର୍ମୀଙ୍କ ସ୍ବାର୍ଥ ରକ୍ଷା କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ସମ୍ପୃକ୍ତ ସିକ୍ୟୁରିଟି ଏଜେନ୍ସି ଦ୍ୱାରା ନିର୍ଯାତିତ କରିବା ସହ ଏବଂ ଧମକ ର ଶିକାର ହୋଇଥିବା ସୁରକ୍ଷା କର୍ମୀ ଙ୍କ ଦୁଃଖ ଦୂର କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ। ଆଲୋଚନା ରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନରେଶ କୁମାର ପାତ୍ର , ପୋଡଗଡ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ଜନାର୍ଦ୍ଦନ ତହସିଲଦାର ,ମେକାନିକାଲ ଡିଭିଜନ ନିର୍ବାହୀ ଯନ୍ତ୍ରୀ ନିରଜ୍ କୁମାର ଲୋହାର, ମୁରାନ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ମେଲକମ୍ ତାଡଙ୍ଗି, ମେକାନିକାଲ ବିଭାଗ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ ସାହୁ ପ୍ରମୁଖ ଭାଗ ନେଇଥିଲେ। ବର୍ତ୍ତମାନ ଦୁଇଟି ଓ ପୁରୁଣା ରେ ଠିକା ନେଇଥିବା ମା ତାରିଣୀ ନାମକ ଏଜେନ୍ସି କୁ ମଧ୍ୟ ବାର ତାରିଖ ରେ ଖାତିଗୁଡ଼ା ପ୍ରକଳ୍ପ କାର୍ଯ୍ୟଳୟ ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ। ଉକ୍ତ ପୁରୁଣା ସଂସ୍ଥା ଗତ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ୱର ୩ ମାସର ବକେୟା ଦରମା ଦେଇନଥିବା ସହ ଇ ପି ଏଫ ରୁ ସୁରକ୍ଷା କର୍ମୀ ଙ୍କୁ ବଂଚିତ କରିଛି।ଠିକ ସେହିପରି ନୂତନ ଭାବରେ ନେଇଥିବା ଏଜେନ୍ସି ଗତ ଡିସେମ୍ବର ମାସର ଦରମା କେବଳ ଦେଇଛି। ଜାନୁଆରୀ ଫେବୃଆରୀ। ଦରମା ଦେଇନି ,ଏପରିକି ପୂର୍ବ ରୁ ଯେଉଁ ଦରମା ପାଉଥିଲେ ତାଠାରୁ ଚାରି ହଜାର କମ୍ ଦେଇଛି ନୂଆ ଏଜେନ୍ସୀ। 

  ବକେୟା ଦରମା, ସୁରକ୍ଷା କର୍ମୀ ଙ୍କ ମୌଳିକ ଆବଶ୍ୟକତା, 8ଘଣ୍ଟା ପାରିଶ୍ରମିକ ର ପ୍ରକୃତ ମୂଲ୍ୟ,ଭବିଷ୍ୟ ନିଧି ପାଣ୍ଠି ନିୟମିତ ଭାବରେ ପୈଠ, ଏଜେନ୍ସି ଅଧିନରେ ନିଯୁକ୍ତି ନକରି ସିଧାସଳଖ ପ୍ରକଳ୍ପ ରେ କାର୍ଯ୍ୟ କରିବା ଭଳି ଅନେକ ଦାବୀ ଆଲୋଚନା ର ବିଷୟ ରହିଥିଲା।।ଯଦି ଆଗାମୀ ବାର ତାରିଖ ରେ ଏଜେନ୍ସି /ପ୍ରକଳ୍ପ କର୍ତ୍ତୃପକ୍ଷ ସୁରକ୍ଷା କର୍ମୀ ଙ୍କ ଦାବୀ ପୁରଣ ରେ ହେଳା କରିବେ ଆନ୍ଦୋଳନ ଚଳାଇ ପ୍ରକଳ୍ପ ର ସମସ୍ତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଠପ୍ କରିବାକୁ ଚେତାବନୀ ଦେଇଛନ୍ତି।ଆଜିର ଏହି ଆନ୍ଦୋଳନ ଓ ଆଲୋଚନା ରେ ଓଡିଶା ସିକ୍ୟୁରିଟି ଓ ସର୍ଭିସ ଏମ୍ପ୍ଲୟିସ ୟୁନିଅନ ଖାତିଗୁଡା ସଭାପତି ନୀଳାମ୍ବର ପରିଛା,ଉପସଭାପତି ମନୁ ତୁରୁକ, ସଂପାଦକ ବାବୁଲା ନାୟକ, ସହ ସମ୍ପାଦକ ଲକ୍ଷ୍ମଣ ଯାନୀ ପ୍ରମୁଖ ଙ୍କ ସହ ସମସ୍ତ କାର୍ଯ୍ୟରତ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗଡ଼ିଲା ପରିବାର ନିୟୋଜିତ ସଚେତନତା ରଥ

Sunil Chandra Nayak

ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ “ନୂଆ – ଓ” କାର୍ଯ୍ୟକ୍ରମ ଉଦଯାପିତ

masiha

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!