ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଥା ଦେଇ କଥା ରଖିଲେ ରାଜ୍ୟସଭା ସାଂସଦ  ଲାଞ୍ଜିଗଡ ଓ କେସିଙ୍ଗା ପାଇଁ ଦୁଇଟି ଆମ୍ବୁଲାନ୍ସ ଲୋକାର୍ପିତ 

କଥା ଦେଇ କଥା ରଖିଲେ ରାଜ୍ୟସଭା ସାଂସଦ 

ଲାଞ୍ଜିଗଡ ଓ କେସିଙ୍ଗା ପାଇଁ ଦୁଇଟି ଆମ୍ବୁଲାନ୍ସ ଲୋକାର୍ପିତ 

ଭବାନୀପାଟଣା, ୦୪/୦୩-ଆଜି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ପ୍ରଦତ୍ତ ପାଣ୍ଠିରୁ ଦୁଇଗୋଟି ଆମ୍ବୁଲାନ୍ସର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଶ୍ରୀ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଲୋକାର୍ପିତ ଦୁଇଗୋଟି ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକ ଓ ଅନ୍ୟଟି କେସିଙ୍ଗା ବ୍ଲକର ଜନସାଧାରଣଙ୍କୁ ସେବା ଯୋଗାଇବ। ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ଯୋଜନା ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ସାଂସଦ ଶ୍ରୀ କୁମାର ଦୁଇଟି ଆମ୍ବୁଲାନ୍ସ ପାଇଁ ନିଜ ପାଣ୍ଠିରୁ ୧୮ ଲକ୍ଷ ଟଙ୍କା ମଞ୍ଜୁର କରିଥିବାବେଳେ ବିଭିନ୍ନ ଆଳ ଦେଖାଇ ସ୍ୱାସ୍ଥ୍ୟ ବିଭାଗ ଦୀର୍ଘ ଦୁଇବର୍ଷ ପର୍ଯ୍ୟନ୍ତ ଅର୍ଥରାଶିକୁ ପକାଇ ରଖିଥିଲା। ଏହି ସମୟରେ ଗତ ନଭେମ୍ବର ମାସରେ ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୁମଖାଲ ପଞ୍ଚାୟତ ପୁନିଗୁଡ଼ାର ଜଣେ ନାବାଳିକା ଚିକିତ୍ସାଧୀନ ଭାବେ ମୃତ୍ୟୁବରଣ କରିବା ଓ ଆମ୍ବୁଲାନ୍ସ ଅଭାବରୁ ବାଇକରେ ଶବ ବୁହାହେବା ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ଲାଞ୍ଜିଗଡ ବ୍ଲକ ସାମ୍ବାଦିକ ସମୁହ ପକ୍ଷରୁ ଖର୍ଚ୍ଚ ନହୋଇ ପଡ଼ି ରହିଥିବା ସାଂସଦ ପାଣ୍ଠି ବିନିଯୋଗ କରି ଆମ୍ବୁଲାନ୍ସ କିଣାନଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏନେଇ ତାଙ୍କ ନେତୃତ୍ୱରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ସାମ୍ବାଦିକ ସମୁହ ପକ୍ଷରୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସରଙ୍କ ଜରିଆରେ ଏକ ଦାବିପତ୍ର ଦିଆଯାଇଥିଲା। ଏହାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚେତା ପଶିବା ସହିତ ଏ ଦିଗରେ ତତ୍ପରତା ପ୍ରକାଶ ପାଇଥିଲା। ସାମ୍ବାଦିକ ସମୁହ ଏବଂ ସାଂସଦ ପ୍ରତିନିଧିଙ୍କ ଉପସ୍ଥିତିରେ ଗତ ନଭେମ୍ବର ୧୯ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଏକ ବୈଠକ ଡକାଇ ଏହାର ସମାଧାନ ପାଇଁ ଆଲୋଚନା କରିଥିଲା। ଉକ୍ତ ବୈଠକର ନିଷ୍ପତ୍ତି ପରେ ଆମ୍ବୁଲାନ୍ସ କିଣାଯାଇ ଆଜି ଲୋକାର୍ପିତ କରାଯାଇଛି। ଏହାକୁ ନେଇ ଉଭୟ ଲାଞ୍ଜିଗଡ ଓ କେସିଙ୍ଗା ଅଞ୍ଚଳର ଲୋକେ ଖୁସି ବ୍ୟକ୍ତ କରିଥିବାବେଳେ ଲାଞ୍ଜିଗଡ ବ୍ଲକ ସାମ୍ବାଦିକ ସମୁହର ଉଦ୍ୟମକୁ ପ୍ରଶଂସା କରିଛନ୍ତି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

୧୯୮୩ ବରିଷ୍ଠ ବ୍ୟାଚର ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ମହମ୍ମଦ ସିକନ୍ଦର ଆଲମଙ୍କ ଜନ୍ମ ଜୟନ୍ତୀ ପାଳିତ 

masiha

୨୭୬ ତମ ବାବା ତିଲକା ମାଝୀ ଜୟନ୍ତି ପାଳ

masiha

Leave a Comment

error: Content is protected !!