ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝୁଲନ୍ତା ଅବସ୍ଥାରେ ନିଖୋଜ ବ୍ଯକ୍ତିଙ୍କ ମୃତ ଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ନିଖୋଜ ବ୍ଯକ୍ତିଙ୍କ ମୃତ ଦେହ ଉଦ୍ଧାର

ଖଇରା,୦୪/୩/୨୫) – ବାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁର ପଞ୍ଚାୟତ ଅସୁରିଆ ଗାଁ ବିଲ ମଝିରେ ଥିବା ଏକ ଆମ୍ବ ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।ମୃତ ଯୁବକଙ୍କ ଘର ଡଗରପଡା ପଞ୍ଚାୟତ ଓଗାଳପୁର ଗାଁର ୪୯ ବର୍ଷୀୟ ମନୋରଞ୍ଜନ ବେହେରା । ସେ ଗତ ଶନିବାର ସକାଳୁ ବ୍ୟାଙ୍କ କାମରେ ତୁଡିଗଡ଼ିଆ ବଜାରକୁ ଆସି ଘରକୁ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ପରିବାର ଲୋକେ ଏନେଇ ଖଇରା ଥାନାରେ ଅଭିଯୋଗ କରି ବିଭିନ୍ନ ସୋସିଆଲ ମିଡ଼ିଆରେ ଫଟୋ ସହିତ ପ୍ରଚାର କରିଥିଲେ । କିନ୍ତୁ ମନୋରଞ୍ଜନଙ୍କର କୌଣସି ସନ୍ଧାନ ମିଳିନଥିଲା । ଆଜି ହଠାତ୍ ଅସୁରିଆ ଗାଁ ବିଲ ମଝିରେ ଥିବା ଏକ ଆମ୍ବ ଗଛରେ ମନୋରଞ୍ଜନଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକମାନେ ଦେଖି ଖଇରା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଚିହ୍ନଟ କରିଥିବା ବେଳେ ମୃତ୍ୟର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହ ଜବଦ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପରିବାର ଓ ଦେଖଣାହାରୀ ଭରସାରେ ଅଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବୋରିପଦର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଆବାସ ଗୃହରୁ ବଞ୍ଚିତ ବିଳାଶ,ମାଟି କୁଡ଼ିଆ ଘରେ ରହୁଛନ୍ତି ପରିବାର ଲୋକେ 

Leave a Comment

error: Content is protected !!