ରାଇରଙ୍ଗପୁର ପୌରପାଳିକା ପରିସରରେ “ବିକାଶ ବାହନ” ଯାତ୍ରାର ଶୁଭାରମ୍ଭ
ମୟୂରଭଂଜ – ୧୨/୦୬ — ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ମୟୂରଭଂଜ ଜିଲ୍ଲାର ଦିତୀୟ ବୃହତ୍ତମ ରାଇରଙ୍ଗପୁର ପୌରପାଳିକା ପରିସରରେ ଆଜି “ବିକାଶ ଵାହନ’ଯାତ୍ରାର ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି ।ଆଜି ପୂର୍ବାହ୍ନ ୧୦ ଘଟିକାରେ ମାନ୍ୟବର ସାଂସଦ ନବ ଚରଣ ମାଝି, ରାଇରଙ୍ଗପୁର,ବିଧାୟକ ଜଲେନ ନାଏକ,ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଉପାଧ୍ଯକ୍ଷା ମମିତା ଚୌଧୂରୀ,ପୌରାଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଁସଦାଃ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଏହା ପୂର୍ବରୁ ଆଭାଷୀ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ବକ୍ତବ୍ୟ ଏବଂ ୧ ବର୍ଷ ମଧ୍ୟମରେ ସରକାର ବହୁବିଧ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଦେଖିଥିଲେ । ମୟୂରଭଂଜ ସାଂସଦ ନବ ଚରଣ ମାଝୀ ,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ପ୍ରମୁଖ ରାଜ୍ୟ ସରକାରଙ୍କ ଜନକଲ୍ଯାଣ କାର୍ଯ୍ୟକ୍ରମ ଯୋଜନାର ସଚେତନତା କାର୍ଯ୍ୟକ୍ରମ ଏକ ବର୍ଷ ମଧ୍ୟରେ ଯଥା ବିକଶିତ ଓଡ଼ିଶା, ବିକଶିତ ଗାଁ ,ଆୟୂଷ୍ମାନ ଭାରତ ତଥା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା,ମାଧେ ସିଂ ହାତ ଖର୍ଚ,ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ଯାଳୟ,ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ସୁଭଦ୍ରା ଯୋଜନା, ଲକ୍ଷ ପତି ଦିଦି,ଚାକିରୀ ସମୟ ୪୨ ଢର୍ଷକୁ ବୃଦ୍ଧି,କନ୍ୟା ଯୋଜନା,ଷ୍ଟାଡିୟମ ନିର୍ମାଣ,ଶୀତଳ ଭଣ୍ଡାର ପ୍ରତିଷ୍ଠା,ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା,ମୁଖ୍ୟମନ୍ତ୍ରୀ କାମଧେନ୍ଦୁ ଯୋଜନା ଭଳି ଅନେକ ଯୋଜନାର ସଚେତନତା ବାର୍ତା ସଚେତନ ରଥ ମାଧ୍ୟମରେ ରାଇରଙ୍ଗପୁର ପୌରପାଳିକା ତରଫରୁ ବ୍ୟବସ୍ଥା କରାଯାଇଥିଲା ।କୁନି କୁନି କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରା ଯାଇଥିଲା ।ଅତିଥିଗଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ରେସନ କାର୍ଡ ଏବଂ ଆୟୂଷ୍ମାନ ଯୋଜନା କାର୍ଡ କିଛି ହିତାଧିକାରୀଙ୍କୁ ବଣ୍ଟନ କରିଥିଲେ ।ପରେ ସାଂସଦ ଓ ବିଧାୟକ ବୃକ୍ଷ ରୋପଣ କରିଥିଲେ ।
ସଚେତନତା ରଥକୁ ସାଂସଦ ନବ ଚରଣ ମାଝୀ,ବିଧାୟକ ଜଲେନ ନାଏକ, ପୌରାଧ୍ଯକ୍ଷ ଅଭିଷେକ ପଟନାୟକ,ଉପାଧ୍ଯକ୍ଷା ମମିତା ଚୌଧୁରୀ, ପୌରାଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଁସଦା ପ୍ରମୁଖ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ ।ଏହି ରଥ ରାଇରଙ୍ଗପୁର ମ୍ୟୁନିସିପାଲିଟିର ସମସ୍ତ ଓ୍ବାର୍ଡ କୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ବୁଲିବ ।ସରକାରୀ ସ୍ତରରେ କାର୍ଯ୍ଯକାରୀ ହେଉଥିବା ଜନକଲ୍ଯାଣ ଯୋଜନାର ବ୍ୟାପକ ବାନର,ପୋଷ୍ଟର ବଣ୍ଟନ କରାଯିବା ସହ ଏଲଇଡି ମାଧ୍ୟମରେ ସମସ୍ତ ବିସ୍ତୃତ ଯୋଜନାକୁ ପ୍ରଦର୍ଶିତ କରାଯାଇ ଲୋକଙ୍କୁ ସଚେତନ କରାଯିବ ।ଏହା ବାଦ ବିଭିନ୍ନ ଯୋଜନାରହିତାଧିକାରୀଙ୍କୁ ସେହି ଓ୍ବାର୍ଡରେ ଯୋଜନାର କାର୍ଡ,ପ୍ରମାଣପତ୍ର ବଣ୍ଟନ ଓ ସହାୟତାଯୋଗାଇ ଦିଆଯିବା ସହ ବଂଚିତ ହିତାଧିକାରୀଙ୍କୁ ସେହି ସ୍ଥାନରେ ଯୋଜନାର କାର୍ଡ,ପ୍ରମାଣପତ୍ର ଏବଂ ସହାୟତା ଯୋଗାଇ ଦିଆଯିବ ।ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ସରକାରଙ୍କ ସମସ୍ତ ଯୋଜନା ଉପରେ ଆମ ଜନତାଙ୍କୁ ସଚେତନ କରାଇବା ସହ ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କୁ ବିକାଶର ଧାରାରେ ଯୋଡିବା । କୌଣସି ହିତାଧିକାରୀ ସରକାରୀ ଯୋଜନାରୁ ଯେମିତି ବଞ୍ଚିତ ନ ହୁଅନ୍ତି ।ସାଂସଦ ନବ ଚରଣ ମାଝୀ କହିଥିଲେ ରାଇରଙ୍ଗପୁର ସହର ଆମର ।ସମସ୍ତେ ଦଳମତ ନିର୍ବିଶେଷରେ ମିଳିତ ଭାଵୃ ରାଇରଙ୍ଗପୁର ସହର ବାସୀଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଏବଂ ଶ୍ରେଷ୍ଠ ସହର ଗଢିବା ।ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକ କହିଥିଲେ ରାଇରଙ୍ଗପୁର ପୌରପାଳିକା ଦୁଆର ସହରବାସୀଙ୍କ ପାଇଁ ଚବିଶ ଘଣ୍ଟା ଖୋଲା ।ସମସ୍ତଙ୍କ ବିକାଶ ପାଇଁ ଆମେ ସଦା ସର୍ବଦା ଚେଷ୍ଟିତ ।ସହର ବିକାଶ ପାଇଁ ସହରବାସୀଙ୍କ ସହଯୋଗ ସର୍ବଦା କାମନା କରୁଛୁ ।କାର୍ଯ୍ୟକ୍ରମ ପରିଚାଳନାରେ ଯନ୍ତ୍ରୀ ମୃତ୍ୟୁଞ୍ଜୟ ପହି,ତନ୍ମୟ ସାହୁ, ମନୋଜ ମଣ୍ଡଳଏଵଂ ସମସ୍ତ ବିଭାଗୀୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।
ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

