ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଉଁରିସାହି ଗ୍ରାମମର ଜଣଙ୍କ ବାଡିରୁ ମଣଦା ବନବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର 

ଝାଉଁରିସାହି ଗ୍ରାମମର ଜଣଙ୍କ ବାଡିରୁ ମଣଦା ବନବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର 

 ମୟୂରଭଞ୍ଜ – ୮/୧୦ ( ମସିହା) ଆଜି ସକାଳ ସମୟରେ ବିଜାତଳା ବ୍ଲକର ଲୁହାଶିଳା ପଞ୍ଚାୟତ ଝାଉଁରିସାହି ଗ୍ରାମର ଜୈନ୍ୟକ ବ୍ୟକ୍ତିଙ୍କ ଘର ପଛପାଖ ବାଡ଼ିରୁ ଏକ ୮ ଫୁଟ୍ ଲମ୍ବ ୧୨ କିଲୋ ଓଜନର ଏକ ବିଶାଳ ଅଜଗର ମଣଦା ରେଞ୍ଜ ଅଧିନସ୍ଥ ବିଶୋଇ ସେକ୍ସନ ର ବନବିଭାଗ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର ହୋଇଛି। ସୂଚନା ମୁତାବକ ଆଜି ସକାଳ ସମୟରେ ଘର ଲୋକେ ଘର ପଛପାଖ ବାଡ଼ି ବଗିଚାରୁ ଏକ ବିରାଟ ଅଜଗର ସାପ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଦେଖି ଡରି ଭୟଭୀତ ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ଗାଁ ଲୋକ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ ।, ଖବର ପାଇ ମଣଦା ରେଞ୍ଜ ବିଶୋଇ ସେକ୍ସନ ର ବନପାଳ କୁମଲେନ୍ଦୁ ପ୍ରସାଦ ମହାନ୍ତ, ଫୋରେଷ୍ଟ ଗାର୍ଡ ସୁରାଇ ଟୁଡୁ,ସୁରାଇ କିସ୍କୁ ,ଓ ମୁନା ନାଏକ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ଶିମିଳିପାଳ ସଂରକ୍ଷଣ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ଦେଇଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ ମସିହା ନିଉଜ

Related posts

ଵିଜାତଳା ବ୍ଳକ ! ଚଢ଼େଇ ପାହାଡି ପଞ୍ଚାୟତ !କଙ୍କଡାବେଡା ଅଙ୍ଗନବାଡ଼ି କେନ୍ଦ୍ରର ଛାତ ରୁ ଗଳୁଛି ପାଣି ; ବର୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଭିଭାବକ ଛୁଆ ମାନଙ୍କୁ ଛାଡୁ ନାହାନ୍ତି 

Sunil Chandra Nayak

ରାଇରଙ୍ଗପୁରରେ ସୁସ୍ଥଭାରତ, ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଔଷଧିୟ ବୃକ୍ଷରୋପଣ

masiha

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୯ ଟି ଅଭିଯୋଗର ଶୁଣାଣି

Leave a Comment

error: Content is protected !!