ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁମ୍ବାଇରେ ଉତ୍ସାହ ଉଦ୍ଦୀପନାର ସହ ନୂଆଖାଇ ଭେଟଘାଟ

ମୁମ୍ବାଇରେ ଉତ୍ସାହ ଉଦ୍ଦୀପନାର ସହ ନୂଆଖାଇ ଭେଟଘାଟ

ପଶ୍ଚିମ ଓଡ଼ିଶା ପରିବାର (POP) ମୁମ୍ବାଇ ପକ୍ଷରୁ ମୁମ୍ବାଇ ଦାଦର ସ୍ଥିତ ସ୍ୱାତନ୍ତ୍ର୍ୟବୀର ସାଭରକର ଅଡିଟୋରିୟମ୍‌ରେ ବେଶ୍ ଉତ୍ସାହ ଏବଂ ଆନନ୍ଦର ସହ ‘ନୂଆଖାଇ ଭେଟଘାଟ’ ପାଳିତ ହୋଇଯାଇଛି। (POP)ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ଏହା ଥିଲା ୨୦ତମ ସଂସ୍କରଣ। ମହାରାଷ୍ଟ୍ର ପୁଲିସର ମହାନିର୍ଦ୍ଦେଶକ ସଦାନନ୍ଦ ଦାତେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ଏଲ୍.ଆଇ.ସି. ର ପରିଚାଳନା ନିର୍ଦ୍ଦେଶକ ରତ୍ନାକର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ସ୍ମରଣିକା “ଜୁହାର”ର ୧୪ ତମ ସଂସ୍କରଣକୁ ଅତିଥି ମାନେ ଉନ୍ମୋଚନ କରିଥିଲେ।

ମୁମ୍ବାଇରେ ପ୍ରବାସୀ ଓଡ଼ିଆମାନେ ନିଜର ସାଂସ୍କୃତିକ ପର୍ବପର୍ବାଣୀ ଏବଂ ଲୋକନୃତ୍ୟ କାର୍ଯ୍ୟକ୍ରମ ଆନନ୍ଦର ସହ ପାଳନ କରୁଥିବାରୁ ଶ୍ରୀ ଦାତେ ସନ୍ତୋଷ ପ୍ରକାଶ କରିବା ସହ ଭୂୟସୀ ପ୍ରଂଶସା କରିଥିଲେ।

ଓଡ଼ିଶାର ଅବହେଳିତ ତଥା ଅସହାୟ ଲୋକଙ୍କ ପାଇଁ ‘ଜୁହାର ଫାଉଣ୍ଡେସନ୍’ ଦ୍ୱାରା କରାଯାଉଥିବା ସମାଜସେବା କାର୍ଯ୍ୟକୁ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିବା ସହ ଏଲ୍.ଆଇ.ସି. (LIC) ପକ୍ଷରୁ ଆଗମୀ ଦିନରେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ବଲାଙ୍ଗୀର ଜିଲ୍ଲା ଲୋଇସିଂହାର ‘ସଙ୍ଗୀତ ସାଧନା ନୃତ୍ୟାନୁଷ୍ଠାନ’ ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ପି.ଓ.ପି. (POP) ର ସଦସ୍ୟମାନେ ଆୟୋଜିତ ଏକ ସମ୍ବଲପୁରୀ ଫ୍ୟାସନ୍ ଶୋ’ରେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଶ୍ରୀକାନ୍ତ ଚାଟାର୍ଜୀ, ଶ୍ରୀ ଦୀପକ ପୂଜାରୀ ଏବଂ ଶ୍ରୀମତୀ କବିତା ସାହାନୀ କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ। ମୁମ୍ବାଇ ମହାନଗରୀ ଏବଂ ଏହାର ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ ଜଣ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। 

ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ପ୍ରତିବର୍ଷ ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ଥିଲା ଏଲ୍.ଆଇ.ସି.।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବାଣପୁର ଗମ୍ଭାରୀମୁଣ୍ଡା ପତିତପାବନ ବାଣୀମନ୍ଦିର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ !!!

Sunil Chandra Nayak

ରାଇରଙ୍ଗପୁର ଠାରେ ଶହୀଦ ଦିବସ ପାଳିତ.

masiha

ଯୁବ ରେଡକ୍ରସ ର ନବରଙ୍ଗପୁର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୫ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!