ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ କ୍ଲବ ପକ୍ଷରୁ ‘ସେବା ପକ୍ଷ’ ପାଳିତ

ବିଭିନ୍ନ କ୍ଲବ ପକ୍ଷରୁ ‘ସେବା ପକ୍ଷ’ ପାଳିତ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ନେହରୁ ଯୁବକ ସଂଘ ଓ ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ‘ସେବା ପକ୍ଷ’ ପାଳିତ ହୋଇ ଯାଇଛି। ସେବା ପକ୍ଷ ଅବସରରେ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ କରାଯାଇଛି। ପ୍ରଥମେ ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ତେରେସିଂହା ଠାରେ ସ୍ୱଚ୍ଛତା ଓ ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଆୟୁଷ ଡାକ୍ତର ମଧୁସ୍ମିତା ପତି, ଫାର୍ମାସିଷ୍ଟ ସୁନୀଲ କୁମାର ବାଗ, ଏଏନଏମ ସୁଷମା ରଣା, ୱାର୍ଡ କର୍ମୀ ବିଜୟ ସାହୁ ଓ ପ୍ରକୃତି ବନ୍ଧୁ ସନତ କୁମାର ସାହୁ ଯୋଗ ଦେଇ ଯୁବପିଢ଼ିଙ୍କ ସମାଜସେବା, ସ୍ୱଚ୍ଛତା ଓ ବୃକ୍ଷ ରୋପଣ ଅଭିଯାନରେ ଅଧିକ ସକ୍ରିୟ ଭୂମିକା ରହିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ତେରେସିଂହା ନେହେରୁ ଯୁବକ ସଂଘର ସମ୍ପାଦକ ତଥା କବି ସୁଶାନ୍ତ ରଣା ଙ୍କ ନେତୃତ୍ୱରେ ସଂଘର ସଦସ୍ୟ ଟିକେରାମ ରଣା, ଲକେଶ ରଣା, ମୁକେଶ ରଣା, ଲଳିତ ରଣା, ସତ୍ୟ ରଣା, ଉତ୍ତମ ରଣା, ଜିନୁ ରଣା ଙ୍କ ସମେତ ଅନେକ ସଦସ୍ୟ ସହଯୋଗ କରିଥିଲେ। ସେହିପରି ଜନମଙ୍ଗଳ ଯୁବ ସଂଗଠନ, ଅବୁଜବାହାଲ ପକ୍ଷରୁ ପୋଖରୀ ପରିସର ସଫେଇ କରାଯାଇଥିଲା। ଏଥିରେ ସଭାପତି ଓମ ପ୍ରକଶ ସାହୁ, ସମ୍ପାଦକ ରାଜା ବିଶ୍ୱାଳ, ସମାଜସେବୀ ପିଙ୍କୁ ଚନ୍ଦନ ଓ ବାଜିରାଉତ ୟୁଥ କ୍ଲବ ବିନ୍ଧାଣି ପକ୍ଷରୁ ସ୍ଥାନୀୟ ପଢିଆ ଠାରେ ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସଭାପତି ରାଜେନ୍ଦ୍ର ବାଗ ଓ ସମ୍ପାଦକ ମିଥୁନ ସାହୁ ଙ୍କ ସମେତ ସମସ୍ତ ଯୁବ ଗୋଷ୍ଠି ସହଯୋଗ କରିଥିଲେ। ଶେଷରେ ସ୍ବେଚ୍ଛାସେବୀ ଅଶୋକ ସାହୁ ଓ କୁରୁକ୍ଷେତ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ପାନୀୟ ଜଳ ଯୋଗାଣକୁ ନେଇ ଜନ ପ୍ରତିନିଧି ଓ ବ୍ଲକ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

ରାୟଗଡ଼ ମଝୀଘରିଆଣି ମନ୍ଦିର ପରିସରରେ “ଓଡିଆ ପକ୍ଷ-୨୦୨୫″ ପାଳନ ଅବସରରେ ସ୍ବଚ୍ଛତା ଅଭିଯାନ 

masiha

ତେରେସିଂହା ରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!