ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀଙ୍କ ପରଲୋକ 

ସମାଜସେବୀଙ୍କ ପରଲୋକ 

କଟକ : ବାରଙ୍ଗ ବ୍ଲକ ଅନ୍ତର୍ଗତ କୋରକୋରା ପଞ୍ଚାୟତ ସ୍ଥିତ ବାଙ୍କେଶ୍ଵର ଏଟୁଆ ସାହି ନିବାସୀ ନାରାୟଣ ବେହେରା (କାଳନ୍ଦୀ) ଙ୍କର ଆଜି ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ସ୍ବର୍ଗତ ନୃସିଂହ ବେହେରା ଓ ଶୋଭା ଦେବୀଙ୍କ ସେ ଜ୍ୟେଷ୍ଠ ପୁତ୍ର । ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ,ଜ୍ଞାତି କୁଟୁମ୍ବ,ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ଶାନ୍ତ,ସରଳ,ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ଶବ ଶୋଭାଯାତ୍ରାରେ ମହେନ୍ଦ୍ର ବେହେରା, ନରହରି ବେହେରା,ରମେଶ ବେହେରା,ରାଜେନ୍ଦ୍ର ବେହେରା, ନରେଶ ବେହେରା,ତ୍ରିଲୋଚନ ଓଝା, ବିଚିତ୍ର ବେହେରା,ବିଜୟ ବେହେରା, ସୁଧାକର ଓଝା,ଶ୍ୟାମ ସୁନ୍ଦର ଦାସ, କାଳନ୍ଦୀ ବାରିକ,ଚନ୍ଦନ ସେଠୀ, ମୂରଲୀଧର ଦାସ,ମଙ୍ଗୁଳି ଭୋଇ, କୋରକରା ପଞ୍ଚାୟତ ସରପଞ୍ଚ ଅଶୋକ କୁମାର ପାତ୍ର,୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ଓ ଗ୍ରାମ ଯୁବକ ମାନେ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ ହୋଇଅଛି । ଏକମାତ୍ର ପୁତ୍ର ଜିତେନ୍ଦ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ସେ ଅଞ୍ଚଳରେ ଦୁଃଖର ବାତାବରଣ ଖେଳି ଯାଇଛି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ; ୧୭ ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ତଦନ୍ତ ରିପୋର୍ଟ

Sunil Chandra Nayak

ବଜ୍ରପାତରେ ୨ ଗୁରୁତର ଚାରୀ ଛେଳି ମୃତ

Sunil Chandra Nayak

ରସାୟନ ବିଜ୍ଞାନ ପ୍ରଫେସର ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!