ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀଙ୍କୁ ରୋଜଗାର ଯୋଗାଉଛି କେନ୍ଦୁପତ୍ର 

ଆଦିବାସୀଙ୍କୁ ରୋଜଗାର ଯୋଗାଉଛି କେନ୍ଦୁପତ୍ର 

ଡ଼ାବୁଗାଁ,୨/୫ (ମ.ନି.ସ.)- ନବରଙ୍ଗପୁର ଜିଲାର ଡ଼ାବୁଗାଁ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ହୋଇଥିବା ବେଳେ ବ୍ଲକରେ ବସବାସ କରୁଥିବା ପ୍ରାୟ ୯୦ ପ୍ରତିଶତ ଆଦିବାସୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ | ଜଙ୍ଗଲରୁ ବିଭିନ୍ନ ଫଳ ମୂଳ, ଝୁଣା, ପତ୍ର, କନ୍ଦମୂଳ ଓ ଔଷଧୀୟ ଚେରିମୂଳି ସଂଗ୍ରହ କରି ଦୁଇ ପଇସା ରୋଜଗାର କରିଥାନ୍ତି । ବାର୍ତ୍ତମାନ ସରକାରଙ୍କ କେନ୍ଦୁପତ୍ର ଯୋଜନା ସେମାନଙ୍କ ରୋଜଗାରର ଏକ ମାଧ୍ୟମ ପାଲଟିଛି । ସରକାର କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ବିଡା ମୁତାବକ ପାଉଣା ପ୍ରଦାନ କରିବା ସହିତ କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ମଧ୍ୟ କରି ଆଦିବାସୀ ମହିଳା ମାନଙ୍କ ମେରୁଦଣ୍ଡ ସୁଧାରିବାର ପ୍ରଯତ୍ନ କରୁଛନ୍ତି । ବିଶେଷ କରି ଏପ୍ରିଲ ଓ ମଇ ମାସରେ କେନ୍ଦୁପତ୍ର ତୋଳାଳୀମାନେ କେନ୍ଦୁପତ୍ର ସଂଗ୍ରହ କରି ସ୍ଥାନୀୟ ବିଭାଗୀୟ କର୍ମଚାରୀ ମାନଙ୍କ ପାଖରେ ଜମା ଦେଉଛନ୍ତି । ତୋଳାଳୀମାନେ ୧ ବିଡାରେ ୪୦ ରୁ ୪୪ ଗୋଟି ପତ୍ର ବାନ୍ଧୁଥିଵା ବେଳେ ୧୦୦ ବିଡାକୁ ସରକାର ୩୨୦ଟଙ୍କାରେ କିଣିବା ସହିତ ଦେଉଥିବା ତୋଳାଳୀକୁ ୨୫% ପ୍ରତିଶତ ବୋନସ ମଧ୍ୟ ପ୍ରଦାନ କରୁଛନ୍ତି । ତତସହିତ ୫୦୦ ବିଡାରୁ ଅଧିକ ବିକ୍ରି କରିଲେ ୨ ଲକ୍ଷର ବୀମା ପ୍ରଦାନ କରାଯିବା ସହିତ ପ୍ରତି ତିନି ବର୍ଷରେ ତୋଳାଳୀ ମାନଙ୍କୁ କପଡ଼ା, ଚପଲ, ଛତା ଓ ପାଣି ବୋତଲ ମାଗଣାରେ ଯୋଗାଉଛନ୍ତି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଯୁବତୀ ଓ ମହିଳାମାନେ ଦଳ ଦଳ ହୋଇ ଆଖପାଖ ବନ ଜଙ୍ଗଲକୁ ଯାଇ କେନ୍ଦୁପତ୍ର ତୋଳି ଆଣି ସାହି ସାହିରେ ଦଳ ଦଳ ହୋଇ ଗୋଟେ ସ୍ଥାନରେ ବସି ପତ୍ର ବାନ୍ଧିବା ଓ ପରସ୍ପର ମଧ୍ୟରେ ବିଭିନ୍ନ ବିଷୟ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ଏହି କେନ୍ଦୁପତ୍ର ତୋଳାଳି ମାନଙ୍କୁ କେନ୍ଦୁପତ୍ର ବିଡା ପିଛା ବର୍ତ୍ତମାନର ମୂଲ୍ୟ ଠାରୁ ସରକାର ବିଡା ପିଛା ମୂଲ୍ୟ ବୃଦ୍ଧି କରି ଆଦିବାସୀ ମହିଳା ମାନଙ୍କ ଆର୍ଥିକ ସ୍ଥିତି ରେ ଉନ୍ନତି ହେବ ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଡ଼ିରେ ଏକ ସାଥିରେ ଫୁଟିଲା 15 ବ୍ରହ୍ମ କମଳ

ମା ତାରିଣୀ କ୍ଲୋଥ ଷ୍ଟୋର ଦୋକାନରୁ ଚୋରି ନେଇ ଆଜି ପୋଲିସ ଫାଣ୍ଡିରେ ଅଭିଯୋଗ

masiha

ତେନ୍ତୁଳିଖୁଣ୍ଟି ତହସିଲ ରେ ବିଭିନ୍ନ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ଆଇନ ଜୀବୀ ସଂଘ ର ଆଲୋଚନା

Sunil Chandra Nayak

Leave a Comment

error: Content is protected !!