ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଳିଆରୀବାହାଲରେ ‘ଆଙ୍ଗନ କା ଉତ୍ସବ’ ଓ ପୋଷଣ ସପ୍ତାହ ପାଳିତ

କୁଳିଆରୀବାହାଲରେ ‘ଆଙ୍ଗନ କା ଉତ୍ସବ’ ଓ ପୋଷଣ ସପ୍ତାହ ପାଳିତ

ସିନାପାଲି, ୨୭/୯: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ସେକ୍ଟର ଅନ୍ତର୍ଗତ କୁଳିଆରୀବାହାଲ ଠାରେ ‘ଆଙ୍ଗନ କା ଉତ୍ସବ’ ସହ ପୋଷଣ ସପ୍ତାହ ପାଳିତ ହୋଇଯାଇଛି। ଶିଶୁ, ଗର୍ଭବତୀ ମା’ ଓ ପ୍ରସୂତି ମା’ଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ ଭାନୁମତୀ ଭୋଇ, ୱାର୍ଡ ସଭ୍ୟ ନୀଳାମ୍ବର ମାଝୀ, ଆଶା କର୍ମୀ ସୂର୍ଯ୍ୟକାନ୍ତି ନାଏକ, ସହାୟିକା ଧନେ ମାଝୀ, ବିନୋଦ ମାଝୀ, ବିସିକେଶନ ମାଝୀ, ସୁରେନ୍ଦ୍ର ମାଝୀ , ଯାଞ୍ଚ କମିଟି ର ସଦସ୍ୟ, ମାତୃ କମିଟି ର ସଦସ୍ୟା ମାନଙ୍କ ସମେତ ଗର୍ଭବତୀ ମା’, ପ୍ରସୂତି ମା’, ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଓ ବିଭିନ୍ନ ଗ୍ରାମର ଜନସାଧାରଣ ଯୋଗଦେଇଥିଲେ। ଏହି ଅବସରରେ ପୋଷଣ ପିଠା ଓ ରୋଷେଇ ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଥିଲା | ପରିବାର ଲୋକଙ୍କ ଦ୍ୱାରା ପୋଷଣ ପିଠା ପ୍ରଦର୍ଶନ କରାଯାଇଥିଲା | ଘରେ ରୋଷେଇ କରି ଆଣିବେ ଏବଂ ଅଙ୍ଗନୱାଡି କେନ୍ଦ୍ର ତାହା ବିଚାର କରି ପ୍ରଥମ, ଦ୍ୱତୀୟ ଓ ତୃତୀୟ ଙ୍କୁ ବିଚାର କରି ଜିଲ୍ଲାପାଳ ଙ୍କ ସ୍ଵାକ୍ଷରିତ ସାର୍ଟିଫିକେଟ ପ୍ରାଦନ କରାଯିବ,ମା’ ଓ ଶିଶୁଙ୍କ ପୋଷଣ,ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଅଙ୍ଗନୱାଡି କର୍ମୀମାନେ ପୋଷଣଯୁକ୍ତ ଖାଦ୍ୟର ଗୁରୁତ୍ୱ, ଶିଶୁମାନଙ୍କ ଯତ୍ନ କିଶୋରୀ ଏବଂ ଗର୍ଭବତୀ ଓ ପ୍ରସୂତି ମା’ଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ବିଷୟରେ ସଚେତନ କରିଥିଲେ। ସମସ୍ତେ ନିଜ ପରିବାରରେ ପୋଷଣ ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ଆହ୍ୱାନ କରାଯାଇଥିଲା। ଏହି ପୋଷଣ ସପ୍ତାହ କାର୍ଯ୍ୟକ୍ରମ ଫଳରେ ଗ୍ରାମାଞ୍ଚଳର ମହିଳା ଓ ଜନସାଧାରଣଙ୍କ ମଧ୍ୟରେ ପୋଷଣ ସମ୍ପର୍କରେ ସଚେତନତା ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ ପାଇଛି।

Related posts

ଏକ ପେଡ ମାଆ କେ ନାମ୍ : ରାଉରକେଲା ପୋଲିସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ

Sunil Chandra Nayak

ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ

Sunil Chandra Nayak

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କବି ଭବାନୀ ଶଙ୍କର ନିଆଲ

masiha

Leave a Comment

error: Content is protected !!