ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକ ର ସମସ୍ତ ପଞ୍ଚାୟତ ରେ ପେସା ଦିବସ ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ଡାବୁଗାଁ ବ୍ଲକ ର ସମସ୍ତ ପଞ୍ଚାୟତ ରେ ପେସା ଦିବସ ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଡାବୁଗାଁ, ୨୪/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ସମସ୍ତ ୧୨ ଗୋଟି ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ପେସା ଦିବସ ତଥା ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗ୍ରାମ ସଭାର ଭୂମିକା, ପେସା ଆଇନ, ପେସା ଆଇନର ନିୟମାବଳୀ, ଜଙ୍ଗଲ ଜମି ଅଧିକାର ଆଇନ, ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ଯୋଜନା, ସ୍ୱାସ୍ଥ୍ୟ ବିଭାଗର ଯୋଜନା, ପରିବେଷ ସୁରକ୍ଷା, ଲଘୁ ବନଜାତ ଦ୍ରବ୍ୟର ସୁପରିଚାଳନା, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆ ବର୍ଗ ବିଭାଗର ଯୋଜନା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜନସାଧାରଣ ଙ୍କୁ ବୁଝାଯାଇଥିଲା | ଏଥିରେ ବିଡିଓ ଶରତ ମାଝି, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ରୋଜାଲିନ ପ୍ରଧାନ, ସାଇରା ବାନୁ ଓ ବିମଳା କୁମାରୀ ନାୟକ, ରାଜସ୍ୱ ନିରିକ୍ଷକ ଚୈତନ୍ୟ ବେହେରା, ଗଙ୍ଗାଧର ମହାଙ୍କୁଡ ଓ କେ. ମାଦଲସା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପର୍ଶୁରାମ ମାଳୀ, ଅର୍ଜୁନ ଭତ୍ରା, ହଳଧର ଜାନୀ, ଦିବ୍ୟଶଙ୍କର ପୂଜାରୀ, ରୂପାଲୀ ମଣ୍ଡଳ ଓ କାମିନୀ ହରିଜନ,ସମସ୍ତ ସମିତି ସଭ୍ୟା ସଭ୍ୟ, ୱାର୍ଡ ସଭ୍ୟା ସଭ୍ୟ,ଏସିଡିଓ, ଗ୍ରାମ ରୋଜଗାର ସେବିକା/ସେବକ, ଅତିରିକ୍ତ ରାଜସ୍ୱ ନିରିକ୍ଷକ, ଅମିନ, ବନରକ୍ଷୀ, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ଗ୍ରାମ ବାସୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳିଙ୍ଗ ବ୍ୟୈଶ୍ୟ ସଂଘ ସମାଜ ଗୃହ ପାଇଁ ବିଧାୟକ ଙ୍କ ଦ୍ଵାରା ଭୂମି ପୂଜନ      

ଅପରିଚିତ ବାଳକ ଉଦ୍ଧାର 

Sunil Chandra Nayak

ରାଉରକେଲା କଲେଜରେ ଯୁକ୍ତ ୩ କଳା ଓ ବାଣିଜ୍ୟର ଇ ଆଡ଼ମିଶନ ଆରମ୍ଭ 

masiha

Leave a Comment

error: Content is protected !!