ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦାନୀ – କିସ୍ ଶିକ୍ଷାନୁଷ୍ଠାନରେ ବାବା ତିଲକା ମାଝୀ ଙ୍କ ୨୭୩ ତମ ଜନ୍ମ ଜୟନ୍ତୀ ପାଳିତ

ମୟୂରଭଞ୍ଜ -୧୨/୨/୨୩(ମସିହା) ମହାନ୍ ସ୍ଵାଧୀନତା ସଂଗ୍ରାମୀ , ଆଦିବାସୀ ଜନ ନାୟକ ତଥା ବିଦ୍ରୋହୀ ପୁରୁଷ ବାବା ତିଲକା ମାଝୀ ଙ୍କ ଜନ୍ମ ଜୟନ୍ତୀ ବିଶ୍ଵର ସର୍ବ ବୃହତ୍ ଆଦିବାସୀ ଶିକ୍ଷାନୁଷ୍ଠାନ କିସ୍ ର ଶାଖା ଆଦାନୀ – କିସ୍ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ତିଲକା ମାଝୀ ଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ମିଶ୍ର ଛାତ୍ରୀମାନଙ୍କୁ ତିଲକା ମାଝୀଙ୍କ ଆଦର୍ଶକୁ ନିଜ ଜୀବନରେ ପ୍ରୟାଗ କରିବା ପାଇଁ ତାଙ୍କ ଅଭିଭାଷଣରେ କହିଥିଲେ। ଶିକ୍ଷକ ଚକ୍ରଧର ମହାନ୍ତ ତିଲକା ମାଝୀଙ୍କ ଚରିତ୍ର ଚିତ୍ରଣ କରିଥିଲେ । ଛାତ୍ରୀ ପ୍ରୀତି ବାସ୍କେ ଓଡ଼ିଆରେ ଓ କାପୁରା ମୂର୍ମ ଇଂରାଜୀ ଭାଷାରେ ଭାଷଣ ଦେଇଥିଲେ । ଏହି ଅବସରରେ ଛାତ୍ରୀମାନେ ସାନ୍ତାଳୀ ଭାଷାରେ ବୀର୍ ବାବା ତିଲକା ମାଝୀ ନାଟକ ପରିବେଷଣ ସହିତ , ଦେଶାତ୍ମବୋଧକ ଗୀତ ସହ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ମାହୀ ଟୁଡୁ, ସୌରଭ ପରିଡ଼ା,ଜୟନ୍ତୀ ଧଉରିଆ, ହେମନ୍ତ ଦଳାଇ, ଚମ୍ପାମଣି ସୋରେନ,ପ୍ରଦ୍ୟୁମ୍ନ ମହାନ୍ତ, ରୋଜାଲିନ ମହାନ୍ତି, ମିଲିରାଣୀ ମହାନ୍ତ, କ୍ରିଷ୍ଣା ସାହୁ, ଲସ ମାରାଣ୍ଡି , ଅଭିରାମ ସୋରେନ, ଶୁଭଲକ୍ଷ୍ମି ସିଂ, ତରଣିଶେନ୍ ସମାଡ ପ୍ରମୁଖ ସାହାଯ୍ୟ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ମାଳତୀ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦାଦନ ଶ୍ରମିକର ଜଳିଗଲା ଗୋଡ଼, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Sunil Chandra Nayak

ପାଖରେ ନଥିଲା ସମ୍ୱଳ…୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ

Sunil Chandra Nayak

ଆଇନଜୀବୀ ମାନଙ୍କ ବିଭିନ୍ନ ଦାବି ନେଇ ରାଉରକେଲା ଓକିଲ ସଂଘର ମୂଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ଓ ଶୋଭାଯାତ୍ରା

masiha

Leave a Comment

error: Content is protected !!