ମୟୂରଭଞ୍ଜ -୧୨/୨/୨୩(ମସିହା) ମହାନ୍ ସ୍ଵାଧୀନତା ସଂଗ୍ରାମୀ , ଆଦିବାସୀ ଜନ ନାୟକ ତଥା ବିଦ୍ରୋହୀ ପୁରୁଷ ବାବା ତିଲକା ମାଝୀ ଙ୍କ ଜନ୍ମ ଜୟନ୍ତୀ ବିଶ୍ଵର ସର୍ବ ବୃହତ୍ ଆଦିବାସୀ ଶିକ୍ଷାନୁଷ୍ଠାନ କିସ୍ ର ଶାଖା ଆଦାନୀ – କିସ୍ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ତିଲକା ମାଝୀ ଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶ୍ରୀଯୁକ୍ତ ମିଶ୍ର ଛାତ୍ରୀମାନଙ୍କୁ ତିଲକା ମାଝୀଙ୍କ ଆଦର୍ଶକୁ ନିଜ ଜୀବନରେ ପ୍ରୟାଗ କରିବା ପାଇଁ ତାଙ୍କ ଅଭିଭାଷଣରେ କହିଥିଲେ। ଶିକ୍ଷକ ଚକ୍ରଧର ମହାନ୍ତ ତିଲକା ମାଝୀଙ୍କ ଚରିତ୍ର ଚିତ୍ରଣ କରିଥିଲେ । ଛାତ୍ରୀ ପ୍ରୀତି ବାସ୍କେ ଓଡ଼ିଆରେ ଓ କାପୁରା ମୂର୍ମ ଇଂରାଜୀ ଭାଷାରେ ଭାଷଣ ଦେଇଥିଲେ । ଏହି ଅବସରରେ ଛାତ୍ରୀମାନେ ସାନ୍ତାଳୀ ଭାଷାରେ ବୀର୍ ବାବା ତିଲକା ମାଝୀ ନାଟକ ପରିବେଷଣ ସହିତ , ଦେଶାତ୍ମବୋଧକ ଗୀତ ସହ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ମାହୀ ଟୁଡୁ, ସୌରଭ ପରିଡ଼ା,ଜୟନ୍ତୀ ଧଉରିଆ, ହେମନ୍ତ ଦଳାଇ, ଚମ୍ପାମଣି ସୋରେନ,ପ୍ରଦ୍ୟୁମ୍ନ ମହାନ୍ତ, ରୋଜାଲିନ ମହାନ୍ତି, ମିଲିରାଣୀ ମହାନ୍ତ, କ୍ରିଷ୍ଣା ସାହୁ, ଲସ ମାରାଣ୍ଡି , ଅଭିରାମ ସୋରେନ, ଶୁଭଲକ୍ଷ୍ମି ସିଂ, ତରଣିଶେନ୍ ସମାଡ ପ୍ରମୁଖ ସାହାଯ୍ୟ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ମାଳତୀ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ।