ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁବିଧ ଦାବି ନେଇ ବିରାଟ କଳାକାର ଶୋଭାଯାତ୍ରା

ବହୁବିଧ ଦାବି ନେଇ ବିରାଟ କଳାକାର ଶୋଭାଯାତ୍ରା 

ବ୍ରହ୍ମପୁର, ତା. ୨୪/୧୨ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ତରଫରୁ କତିପୟ କଳା ଓ କଳାକାର ହିତୈଷୀ ଦାବି ନେଇ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ସହ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ ଏବଂ ସ୍ଥାନୀୟ କଳା-ସଂସ୍କୃତି ସଂଗଠନ ମାନଙ୍କ ସହଯୋଗ କ୍ରମେ ଆୟୋଜିତ ଏହି ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିନିଧି ସ୍ତରୀୟ ଚାରିଶତରୁ ଉର୍ଦ୍ଧ୍ଵ କଳାକାର ବିଭିନ୍ନ ବେଶ ଭୁଷାରେ ସଜ୍ଜିତ ହୋଇ ଅଂଶ ଗ୍ରହଣ କରିଥିଲେ। କଳାକାରଙ୍କୁ ବର୍ଦ୍ଧିତ ଓ ନିୟମିତ ଭତ୍ତା ପ୍ରଦାନ, ମୃତ୍ୟୁ ପାରେ କଳାକାରଙ୍କ ପରିବାର ସଦସ୍ୟଙ୍କୁ ଭତ୍ତା ପ୍ରଦାନ, ରାମ ନାଟକ ଭଳି ମହାର୍ହ ଲୁପ୍ତ ଲୋକ ନାଟକର ପୁନରୁଦ୍ଧାର, ନାଟକ ମଞ୍ଚସ୍ଥ ନିମନ୍ତେ ପ୍ରେକ୍ଷାଳୟ ନିର୍ମାଣ ସହ ସ୍ଥାନୀୟ କଳାକାରଙ୍କୁ ଅର୍ପଣ, ବ୍ଲକ କଳା ଭବନ ଓ ସହରାଞ୍ଚଳରେ ଆଖଡ଼ା ଘର ନିର୍ମାଣ, କଳାକାରଙ୍କ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ସହ ଯାତାୟାତ ରିହାତି ଭଳି ତେର ଗୋଟି ଦାବି ରହିଛି।

          ଉକ୍ତ କାର୍ଯ୍ୟକ୍ରମକୁ ମହାସଂଘ ସଭାପତି ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁ ବିଧିବତ ଉଦଘାଟନ କରିଥିବା ବେଳେ କଳାପ୍ରାଣ କୈଳାସ ପାଣିଗ୍ରାହୀ, ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ନାଟ୍ୟ ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ବଳଦେବ ସାହୁ, ଅଭିରାମ ରାଉଳ, ଅଲ ଇଣ୍ଡିଆ ଥିଏଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜ ଗୋପାଳ ପାଢ଼ୀ, ପେଣ୍ଡରା ପ୍ରସାଦ ନାୟକ, ବାଲାଜୀ ସାମନ୍ତରା, ନାଟ୍ୟ ସଂଗଠକ ଅନିଲ କୁମାର ପାତ୍ର, ନିର୍ଦ୍ଦେଶକ ମଦନ ମିଶ୍ର, ରାମ ଚନ୍ଦ୍ର ଶାସମଲ, ସନ୍ତୋଷ କୁମାର ସ୍ୱାଇଁ, ସୁରେନ୍ଦ୍ର ପ୍ରଧାନ,ଗୋକୁଳାନନ୍ଦ ପଣ୍ଡା, ସୋମନାଥ ବେହେରା, ରବୀନ୍ଦ୍ର କୁମାର ନାୟକ, ପ୍ରଦୀପ କୁମାର ସାହୁ, ସୁଦାମ ଚରଣ ପଟ୍ଟନାୟକ, ମହେନ୍ଦ୍ର କୁମାର ସାହୁ, ସରୋଜ ପଣ୍ଡା, ଗୀତା ସ୍ୱାଇଁ, ବନ୍ଦନା ନନ୍ଦ, ଅନୁରାଧା ସାହୁ, ଛବିରାଣୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସରକାର ଦାବି ପୂରଣରେ ଅବହେଳା ପ୍ରଦର୍ଶନ କଲେ ମହାସଂଘ ପକ୍ଷରୁ ବିଧାନ ସଭା ସମ୍ମୁଖରେ ଧର୍ମଘଟ କରାଯିବା ନେଇ ସୂଚନା ଦେଇଥିଲେ।

ନରେନ୍ଦ୍ର ପ୍ରସାଦ ବେହେରା ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା ୨୦୨୩ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରାୟଗଡା ରେ ଅନୁଷ୍ଠିତ

Sunil Chandra Nayak

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

masiha

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ,ବେହେରା ପଞ୍ଚାୟତ କଳାହାଣ୍ଡି ର ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କୃତ

masiha

Leave a Comment

error: Content is protected !!