ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ ଦ୍ୱାରା ଜଳେଶ୍ଵରରେ ଉତ୍କଳ ଦିବସ ପାଳନ 

ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ ଦ୍ୱାରା ଜଳେଶ୍ଵରରେ ଉତ୍କଳ ଦିବସ ପାଳନ 

ଜଳେଶ୍ଵର,୧/୪(ମନିସ)-ଦୀନକୃଷ୍ଣ ସାହିତ୍ୟ ସଂସ୍କୃତି ସଂସଦ, ମୁଣତୁଣିଆ ଆନୁକୂଲ୍ୟରେ ୯୧ତମ ଓଡ଼ିଶା ଦିବସ ସିଦ୍ଧେଶ୍ୱର ହାଇସ୍କୁଲ ଶାସନବାଡ ପରିସରରେ ପାଳନ କରାଯାଇଥିଲା। ଏହି ଅବସରରେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ବତନ୍ତ୍ର ଓଡ଼ିଶା ଗଠନରେ ଯେଉଁମାନେ ସାଲିସ ବିହୀନ ଲଢ଼େଇ କରିଥିଲେ ସେ ସମସ୍ତ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ସଂସଦର ଉପସଭାପତି ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମାଜସେବୀ ଶିଶିର ହୁଇ ଅତିଥି ଭାବରେ ଯୋଗ ଦେଇ ଓଡ଼ିଶାର ଇତିହାସ, ବର୍ତ୍ତମାନର ସ୍ଥିତି ଓ ଓଡ଼ିଆ ଭାଷାର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ଭାଷାକୁ ଜୀବିକା ସହିତ ସଂଯୁକ୍ତ କରିବାକୁ ସେ ଆହ୍ୱାନ ଦେଇଥିଲେ।ଏହି ସଭାରେ ସଂସଦର ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସେନାପତି, ଓଷ୍ଟାର ବାଲେଶ୍ଵର ଜିଲ୍ଲା ସଭାପତି ମନୋରଞ୍ଜନ ଦାସ,ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦାସ, ହରେକୃଷ୍ଣ ଦାସ,ଦିପ୍ତିମାନ ଆଚାର୍ଯ୍ୟ, ଶ୍ରୀମନ୍ତ ଘୋଷ,ରବିନ୍ଦ୍ର କୁମାର ବାରିକ, ଗଗନ ପରିଡ଼ା,ଛାତ୍ରୀ ଶ୍ରୁତି ଲେଖା ସାହୁ ବକ୍ତବ୍ୟ ରଖିଥିଲେ। କବି ବସନ୍ତ ଦାସ, ନରୋତ୍ତମ ପ୍ରଧାନ, ରଞ୍ଜନ କୁମାର ଘୋଷ , ଶିକ୍ଷକ ରାଜୀବ ନାରାୟଣ କର, ଦିଲ୍ଲୀପ କୁମାର ଗିରି ସେମାନଙ୍କର ସ୍ବରଚିତ କବିତା ପାଠ କରିଥିବା ବେଳେ କ୍ଷମା ଲକ୍ଷ୍ମୀ ଦାସ ଦେଶାତ୍ମବୋଧ କବିତା ଗାନ କରିଥିଲେ। ସଭାରେ ଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ ମଞ୍ଚ ଆହ୍ବାନ କରିଥିଲେ ଓ ଶେଷରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଶଙ୍କର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଭାର ପ୍ରାରମ୍ଭରେ ଉତ୍କଳ ବନ୍ଦନା ଗାନ କରିଥିଲେ। ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଭାର ଆୟୋଜନରେ ସହଯୋଗ କରିଥିଲେ।ଏହି ସଭାରେ ଜଳେଶ୍ଵର ଅଞ୍ଚଳର ବହୁ ଶିକ୍ଷକ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଏକ ସିଦ୍ଧାନ୍ତ ପତ୍ର ସରକାରଙ୍କ ନିକଟକୁ ପ୍ରେରଣ କରାଯିବାର ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ମ୍ୟାଟ୍ରିକ ସାର୍ଟିଫିକେଟ ଇଂରାଜୀ ସହିତ ଓଡ଼ିଆରେ ପ୍ରସ୍ତୁତ କରାଯାଉ। ଏଥିସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀର ଭାଷା ଓଡ଼ିଆରେ କରାଯାଉ ଏବଂ ସମସ୍ତ ଜାତୀୟ ସ୍ତରର ପରୀକ୍ଷା ଓଡ଼ିଆ ଭାଷାରେ ହେବା ପାଇଁ ଦାବୀ ଉଠିଥିଲା।

ସୁକୁମର ରଣା ଙ୍କ ରିପୋର୍ଟ୍ 

Related posts

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଆସନ୍ତା ୮ ରେ…..

masiha

ଓଡିଶା ଡିପ୍ଲୋମା ଇଂଞ୍ଜିନିୟରର୍ସ ସେବା ସଂଘ ଜିଲା ଶାଖା ବୈଠକ

masiha

ଗାଁ ସାଥୀ ମାନଙ୍କ ସମସ୍ୟା ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ର ବୈଠକ

masiha

Leave a Comment

error: Content is protected !!