ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ NCC କ୍ୟାମ୍ପ ମନା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ 

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ NCC କ୍ୟାମ୍ପ ମନା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ 

ଭବାନୀପାଟଣା – ଚତୁର୍ଥ ଓଡ଼ିଶା ନାଭାଲ ୟୁନିଟ୍‌ ଭବାନୀପାଟଣା ପକ୍ଷରୁ ଆୟୋଜିତ ହେବାକୁ ଥିବା ପ୍ରଥମ ଏଟିସି (ATC) କ୍ୟାମ୍ପକୁ ନେଇ ବିବାଦ ଦେଖାଦେଇଛି। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ର ଛାତ୍ରଛାତ୍ରୀମାନଙ୍କୁ ଏହି କ୍ୟାମ୍ପରେ ସାମିଲ ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। କ୍ୟାମ୍ପ୍‌ରୁ ବଞ୍ଚିତ ହେବେ ଶହ ଶହ ଛାତ୍ରଛାତ୍ରୀ ସୂଚନା ଅନୁଯାୟୀ, ଆସନ୍ତା ମେ ୪ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଅନୁଷ୍ଠିତ ହେବ। ଏଥିରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର ପ୍ରାୟ ୫୦୦ ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଭୁବନେଶ୍ୱରସ୍ଥିତ ଏନ୍‌ସିସି (NCC) ନିର୍ଦ୍ଦେଶାଳୟର ଜଣେ ଅଣ-ଓଡ଼ିଆ ଅଧିକାରୀଙ୍କ ଅତର୍କିତ ଆଦେଶ ଯୋଗୁଁ ଆଦର୍ଶ ବିଦ୍ୟାଳୟର ପିଲାମାନେ ଏହି କ୍ୟାମ୍ପରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି।  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏନ୍‌ସିସି ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୫୩୦୦ ଟଙ୍କା ପ୍ରଦାନ କରାଯାଇଛି। ଏତେ ସୁବିଧା ଥାଇ ମଧ୍ୟ କ୍ୟାମ୍ପରେ ଅଂଶଗ୍ରହଣ କରିବାକୁ ସୁଯୋଗ ନମିଳିବାରୁ ଛାତ୍ରଛାତ୍ରୀମାନେ ନିରାଶ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ଯେ, ଏହି କ୍ୟାମ୍ପରେ ଅଂଶଗ୍ରହଣ ନକଲେ ଛାତ୍ରଛାତ୍ରୀମାନେ ଏନ୍‌ସିସି ‘ଏ’ (A) ସାର୍ଟିଫିକେଟ୍‌ ପରୀକ୍ଷା ଦେବାରୁ ବଞ୍ଚିତ ହେବେ, ଯାହା ସେମାନଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ ପ୍ରଭାବ ପକାଇବ। ତୁରନ୍ତ ହସ୍ତକ୍ଷେପ ପାଇଁ ଦାବି।

ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ, ଏଭଳି ଏକତରଫା ନିଷ୍ପତ୍ତି କାରଣରୁ ମେଧାବୀ ଛାତ୍ରଛାତ୍ରୀମାନେ ଅଯଥାରେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ମାମଲାରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସର୍ବସାଧାରଣରେ ଦାବି ଜୋର ଧରିଛି।

Related posts

ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାଇ ସତସଙ୍ଗ ଓ 1805 ରୁ 1887 ରଥଯାତ୍ରା ଉତ୍ସବ ର ଏଆଇ ଭିଡ଼ିଓ ଫିଲ୍ମ ଲୋକାର୍ପିତ 

ଆରଏସପି ୧୯୯୩ ବ୍ୟାଚ ଆପ୍ରେଣ୍ଟିସ ଙ୍କ ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

ତ୍ରୁଟି ପୂର୍ଣ୍ଣ ଚେକ ଡେମ୍ ନିର୍ମାଣ ସାଙ୍ଗକୁ ମରାମତି ଅଭାବ ଯୋଗୁଁ ଜଳସେଚନର ଲକ୍ଷ୍ୟ ହାସଲ କରିପାରୁନାହିଁ, ଚାଷୀ ମୁଣ୍ଡରେ ଚଡ଼କ

Sunil Chandra Nayak

Leave a Comment

error: Content is protected !!