ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପରିଦର୍ଶନରେ ରାଜ୍ୟସଭା ସାଂସଦ

କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପରିଦର୍ଶନରେ ରାଜ୍ୟସଭା ସାଂସଦ

ସମ୍ବିଧାନର ଅବଧାରଣା ପ୍ରତ୍ୟେକ ଆଇନଜୀବୀର ଧ୍ୟେୟ ହେବା ଉଚିତ 

ଭବାନୀପାଟଣା, ୨୨/୦୧- ଆଜିର ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଯୁଗରେ ଜଣେ ଯୁଗପଯୋଗୀ ହେବାକୁ ହେଲେ ପ୍ରଯୁକ୍ତି ବିଦ୍ୟାର ସଠିକ ଉପଯୋଗ, ଏଆଇର ସଦ ବ୍ୟବହାର ସହିତ ସମ୍ବିଧାନର ନିଶ୍ଚିତ ଅବଧାରଣା ପ୍ରତ୍ୟେକ ଆଇନଜୀବୀଙ୍କ ଧ୍ୟେୟ ହେବା ଉଚିତ ବୋଲି ଆଜି ଆଇନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ସୁପ୍ରିମକୋର୍ଟର ବିଶିଷ୍ଟ ଅଧିବକ୍ତା ତଥା ରାଜ୍ୟସଭା ସାଂସଦ ସୁଜିତ କୁମାର। କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପରିଦର୍ଶନ କରି ଆଇନ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ। ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ କୁମାରଙ୍କ ସହିତ ମତ ବିନିମୟ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନୀଲ କୁମାର ମୁଣ୍ଡ, ଅଧ୍ୟାପକ ସତ୍ୟେନ ଚୌଧୁରୀ, ହରିଶ ବେହେରା, ଦୀପ୍ତିରାଣୀ ପଟ୍ଟନାୟକ, ଅବିନାଶ ପୁରୋହିତ, ନରେନ୍ଦ୍ର ମାହାର ପ୍ରମୁଖ ଉପସ୍ଥିତ ଥିଲେ। ଶେଷବର୍ଷର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସ୍ୱପ୍ନିଳା ଶୁଭଦର୍ଶିନୀ ମହାପାତ୍ର, ରାଜୀବ ଶତପଥି, ସୁଶୀଲ କୁମାର ବାଗଙ୍କ ସହିତ ସୁନୀଲ କୁମାର ନାଏକ, ଏମ.ବାସବୀ, ସରସ୍ବତୀ ନାଏକ, ମିଲନ ମୁଣ୍ଡ, ଗିରିଶ ଭୋଇ ଓ ଅନ୍ୟମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। 

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

79th Independence Day Celebrated at Aditya Alumina Refinery

Sunil Chandra Nayak

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଟ୍ରାକ୍ଟର ଦୁର୍ଘଟଣା ରେ ଏନ୍ ଏ ସି ଡ୍ରାଇଭର୍ ମୃତ

Sunil Chandra Nayak

Leave a Comment

error: Content is protected !!