ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗନ୍ଧ ମୟ ପରିବେଶ ରେ ଚାଲିଛି ପ୍ରକଳ୍ପ ସ୍ବାସ୍ଥ୍ୟ ସେବା

ଦୁର୍ଗନ୍ଧ ମୟ ପରିବେଶ ରେ ଚାଲିଛି ପ୍ରକଳ୍ପ ସ୍ବାସ୍ଥ୍ୟ ସେବା

ନବରଙ୍ଗପୁର,୨୩/୨() ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ସହର ରେ ଥିବା ଉପର ଇନ୍ଦ୍ରାବତୀ ପ୍ରକଳ୍ପ ଚିକିତ୍ସାଳୟ ରେ କୁଢ଼ କୁଢ଼ ଆବର୍ଜନା ପଡ଼ି ରହିଛି। ପାନ ଛେପ ସମ୍ମୁଖରେ ଗଛ ର ପତ୍ର ଝଡ଼ିବା ସହିତ ଅନାବନା କାଗଜ ଗୁଡ଼ିକ ପଡ଼ି ରହିଛି। ଅନେକ ଦିନ ହେଲା ସଫା ହେଉନି। ମହିଳା ୱାର୍ଡ ,ପୁରୁଷ ୱାର୍ଡ, ଡକ୍ଟର କକ୍ଷ,ଏକ୍ସରେ ରୁମ ଠିକ୍ ଭାବେ ସଫା ହେଉନି। ଖବାଟ ଖୋଲି ଦେଲେ ନାକ ଟେକି ରହି ହେଉନି। ସରଫ ,ଫିନାଏଲ, ସଫେଇ ମିଶିନ ଫ୍ୟାନ ସଫା ପାଇଁ ସଫେଇ ବାଢ଼ି ନାହି। କଳଙ୍କ ଲାଗିଥିବା ଦାଗ ଲିଭାଇ ବାକୁ ଏସିଡି ମଧ୍ୟ ଏହି ସ୍ବାସ୍ଥ୍ୟ କେନ୍ଦ୍ର ରେ ଉପଲ୍ଧ ନାହି। ନାମକୁ ମାତ୍ର ଗୋଟିଏ ମାତ୍ର ଝାଡୁଧାର ସବୁ ରୁମ ସହିତ ସମ୍ମୁଖରେ ଝାଡୁ କରିବା ସମ୍ଭବ ହୋଇ ପାରୁ ନାହି ବୋଲି ରୋକୋ ଠକ୍ କହିଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡକ୍ଟର ଏନ୍ ଏମ ଓ ଆଟେଣ୍ଡାଣ୍ଟ ଗୋଟିଏ ଗୋଟିଏ ନିଯୁକ୍ତି ଦିଆ ଯାଇଛି ସତ ହେଲେ ସେତିକି ରେ କଣ ସେବା ଯୋଗାଇ ଦେଇ ହେବକି? ସଫେଇ କର୍ମଚାରୀ ଅଭାବ ଯୋଗୁ ଅପରିଷ୍କାର ପରିବେଶ ରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ବାଧ୍ୟ ହେଉଛନ୍ତି କର୍ମ ଚାରି। ପାଠକ ଙ୍କୁ ମନେ ପକାଇ ଦେବାକୁ ଚାହୁ କି ଏହି ସ୍ବାସ୍ଥ୍ୟ କେନ୍ଦ୍ର ଦୀର୍ଘ ବର୍ଷ ଧରି ଉପର ଇନ୍ଦ୍ରାବତୀ ଜଳସେଚନ ବିଭାଗ ପକ୍ଷରୁ ପରିଚାଳିତ ହେଉଥିବା ବେଳେ, ଏହାର ମୁଖ୍ୟାଳୟ କୋରାପୁଟ ଜିଲ୍ଲା ଜୟପୁର କୁ ଚାଲିଯିବା ପରେ ଦିନକୁ ଦିନ ଜୀର୍ଣ୍ଣ ସିର୍ଣ୍ଣ ହେବାକୁ ଲାଗିଛି। ଏହାର କିପରି ଉନ୍ନୀତ କରାଯିବ ବୋଲି ତତ୍କାଳୀନ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ୍ କୁମାର ମିଶ୍ର ସ୍ବାସ୍ଥ୍ୟ ବିଭାଗ କୁ ଏହି ସ୍ବାସ୍ଥ୍ୟ କେନ୍ଦ୍ର ହସ୍ତାନ୍ତର କରିବାକୁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଜଳ ସମ୍ପଦ ବିଭାଗ ର ମୁଖ୍ୟ ଯନ୍ତ୍ରୀ ଓ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ମିଳିତ ଭାବେ ଆଲୋଚନା କରିଥିଲେ।ଏହାର ସବି ଶେଷ ରିପୋର୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଙ୍କୁ ପତ୍ର ମାଧ୍ୟରେ ଅବଗତ କରିଥିଲେ। ଭିତ୍ତି ଭୂମି ଠିକ୍ ଅଛି କର୍ମ ଚାରି ଅଭାବ ରହିଛି।ହେଲେ ତାଙ୍କ ପତ୍ର ପାଇବା ପରେ ଉଭୟ ବିଭାଗ ନିଜ ନିଜ ଭିତରେ ହଜି ଯାଇଛନ୍ତି। ଇନ୍ଦ୍ରାବତୀ ନାଗରିକ ମଞ୍ଚ ତରଫରୁ ବିଭିନ୍ନ ସମୟରେ ଦାବୀ ପତ୍ର ଦେଇଥିଲେ ମଧ୍ୟ ଏହା ସରକାରୀ ନାଲି ଫିତା ତଳେ ଲୁଚି ରହିଛି। ନୂତନ ଜିଲ୍ଲାପାଳ ଭାବେ ଡକ୍ଟର କମଳ ଲୋଚନ ମିଶ୍ର ୨୦୨୧ ନଭେମ୍ବରରେ ଯୋଗଦାନ ପରେ ଆଉ ଆଗେଇ ପାରିଲେ ନାହିଁ। କେବଳ ଏହି ସ୍ବାସ୍ଥ୍ୟ କେନ୍ଦ୍ର କୁ ତେନ୍ତୁଳିଖୁଣ୍ଟି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଚିକିତ୍ସା ପାଇଁ କିଛି ଔଷଧ ଦେଖ୍ ଦେଖାଣି ମିଳୁଛି। ରୋଗୀ ପାଇଁ ୬ଟି ବେଡ ଯୋଗାଇ ଦିଆଯାଇଛି lସେତିକିରେ କଥା ସରିଲା। ୩୨ ଟି ବେଡ ପୂର୍ବରୁ ଏହି ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ଦିନ ହେଲା ପଡ଼ି ରହିଛି। ଯେଉଁ ବେଡ ଗୁଡ଼ିକ ରହିଛି ତାହା ଅନୁପଯୋଗୀ ହୋଇ ରହିଛି। ସ୍ବାସ୍ଥ୍ୟ କେନ୍ଦ୍ର ରେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ, କଲାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର, ଜୟପାଟଣା ବ୍ଲକ ସମେତ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ତେନ୍ତୁଳିଖୁଣ୍ଟି ବ୍ଲକ ନିର୍ଭର କରୁଛି। ୩ ଜିଲ୍ଲାର ସୀମାନ୍ତ ବ୍ଲକର ସ୍ବାସ୍ଥ୍ୟ ସେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ କର୍ମଚାରୀ ସମେତ ଜିଲ୍ଲା ର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଘରୋଇ ସଂସ୍ଥା ତରଫରୁ ଯେମିତି ସୁଇପର, ସିକ୍ୟୁରିଟି ଗାର୍ଡ , ଆଟେଣ୍ଡାଣ୍ଟ ଯୋଗାଇ ଦେଇଛନ୍ତି, ଠିକ୍ ସେହିପରି ଏହି ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଯୋଗାଇ ଦେଲେ ଦିନ ରାତି ସେବା ଚାଲି ପାରିବ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିବା ସହିତ ଏହାକୁ କିଭଳି ଆମ ସ୍ବାସ୍ଥ୍ୟ କେନ୍ଦ୍ର ଯୋଜନାରେ ରାଜ୍ୟ ସରକାର ସାମିଲ କରି ଅଧିକ ଅନୁଦାନ ଦେବା ସହିତ ଦିନ ରାତି ସ୍ବାସ୍ଥ୍ୟ ସେବା ଚାଲି ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ଅଞ୍ଚଳବାସୀ ପକ୍ଷରୁ ଦାବୀ ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପ୍ରକାଶ ପାଇଲା ଅଘୋଷିତ କବିତା ଫଳାଫଳ, ପ୍ରଥମ ସ୍ଥାନରେ ଗଞ୍ଜାମ

masiha

ମେରାମଣ୍ଡଳୀ ରେଲୱେ ଷ୍ଟେସନର ରେଲୱେ ଟ୍ରାକ ରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର 

Sunil Chandra Nayak

ସୁଭଦ୍ରା ଯୋଜନା ର ପଥ ପ୍ରାନ୍ତ ସଚେତନତା ସଭା

masiha

Leave a Comment

error: Content is protected !!