ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ବିକାଶ ପରିଷଦ ପତ୍ର ସଂଖ୍ୟା ୯୭ ରେ ଟପିଲା ଆନ୍ଦୋଳନ 

ଭାରତୀୟ ବିକାଶ ପରିଷଦ ପତ୍ର ସଂଖ୍ୟା ୯୭ ରେ ଟପିଲା ଆନ୍ଦୋଳନ 

ଆଜି ଭୁବନେଶ୍ଵର ପିଏମଜି ଛକ ଠାରେ ଭାରତୀୟ ବିକାଶ ପରିଷଦ ପତ୍ର ସଂଖ୍ୟା ୯୭ ରେ ଟପିଲା ଆନ୍ଦୋଳନ ,ଭାରତୀୟ ବିକାଶ ପରିଷଦ ତଥା ଗଣିଆ, ଦଶପଲ୍ଲା ଏବଂ ଖଣ୍ଡପଡା ବ୍ଲକ ର ନିମ୍ନସ୍ବାଖରିତ ଆଦିବାସୀ ଅବାସୀ ମାନେଲେଖିଦେବା ଅଭିଯୋଗ ଏହି ଯେ-ନିମ୍ନଲିଖିତ ଆଦିବାସୀ ଗ୍ରାମ ଗୁଡିକୁ ମୌଳିକ ସୁବିଧା ଯଥା -ବିଦ୍ୟୁତ ସଂଯୋଗୀକରଣ ସବୁଦିନିଆ ପକ୍କା ରାସ୍ତା, ପାନୀୟ ଜଳ ର ସୁବିଧା, ଟେଲିଫୋନ ସଂଯୋଗୀକରଣ, ସରକାରୀ କେନ୍ଦୁପତ୍ର ଫଡ଼ି (କ୍ରୟ କେନ୍ଦ୍ର ), ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠା, ପ୍ରାଥମିକ ବିଦ୍ୟାଳୟ, ସ୍ବାସ୍ଥ୍ୟ କେନ୍ଦ୍ର, ପଶୁ ଚିକିତ୍ସାଲୟ ଇତ୍ୟାଦି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଉପରୋକ୍ତ ସୂଚନାଙ୍କିତ ଦାବି ଦିଆ ଯିବା ସ‌ହିତ ଗଣିଆ ବ୍ଳକ ସମୁଖରେ ତିନି ଦିନିଆଁ ଦିବାରାତ୍ରି ଆମରଣ ଅନଶନ କରିଥିଲୁ, ଅନଶନ ସ୍ଥଳ କୁ ଜିଲ୍ଲା ସ୍ତରୀୟ ସମସ୍ତ ଅଧୁକାରୀ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ଉପସ୍ଥିତ ରହି ସମସ୍ତ ମୌଳିକ ଦାବିଗୁଡିକ ୬ମାସ ମଧ୍ଯ ରେ ଦାବି ପୂରଣ କରାଯିବା ସହିତ ପ୍ରତି ମାସରେ ଉପଜିଲ୍ଲାପାଳ ଙ୍କ ସଭାପତିତ୍ୱ ରେ ଭର୍ଣ୍ଣୟନ କାର୍ଯ୍ୟ ର ତର୍ଜମା ବୈଠକ ଅନୁଷ୍ଠିତ ହେବା ପାଇଁ ଲିଖିତ ପ୍ରତିସ୍ତୁତି ପ୍ରଦାନ ପରେ ଅନଶନ ପ୍ରତ୍ୟାହାର କରାଯାଇଥିଲା, ଅପାରଗ, ଅପଦାର୍ଥ ଭ୍ରଷ୍ଟାଚାର, ଦୁର୍ନୀତି ଗ୍ରସ୍ତ ସାରାକରଙ୍କ ଅଧିକାରୀ ମାନଙ୍କ ପ୍ରତିଶୃତି ପାଣିର ଗାର ହୋଇ ରହିଗଲା, ତେଣୁ ବାଧ୍ଯ ହୋଇ ମଲିକ ସୁବିଧା ର ସମାଧାନ ପାଇଁ ଦାବି ନେଇ ଆଦିବାସୀ ଭାଇ ଭଉଣୀ ମାନେ ଆଦିବାସୀ ସମ୍ପ୍ରଦାୟ ର ମୁଖ୍ୟମନ୍ତ୍ରୀ ଙ୍କୁ ଗୁହାରି କରିବା ପାଇଁ ବାଧ୍ଯ ହେଲୁ, ଭାରତ ସ୍ବାଧୀନତା ର ପ୍ରାୟ ୮୦ ବର୍ଷରେ ପଦାର୍ପଣ କରିଥିଲେ ମଧ୍ଯ ମୌଳିକ ସୁବିଧା ସରକାର ପ୍ରଦାନ କରିନଥିବା ବେଳେ – ପ୍ରକାଶ ଥାଉ କି, ଓଡିଶା ର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ସମ୍ପ୍ରଦାୟ ର ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଆବାସିକ ଘର ଓ କାର୍ଯ୍ୟଳୟ ପାଇଁ କୋଡିଏ ହଜାର ସ୍ୱାୟାର ଫୁଟ ରୁ ଉଦ୍ଧ ଅଟ୍ଟାଳିକା ନିଅଣ୍ଟ ହେବା ଯୋଗୁଁ ପିଏମଜି ଛକ ନିକଟରେ ଏକ ବିରାଟ ଅଟାଳିକା ଏବଂ ଦିଲ୍ଲୀ ରେ ଏକ ସରକାରୀ ବଙ୍ଗଳା ଯୋଗାଇ ଦିଆ ଯାଇଛି,ଏହି ପରିପ୍ରେକ୍ଷୀ ରେ ସୂଚାଇ ଦେବାକୁ ଚାହୁଁ ଯେ, ଭାରତର ରାଷ୍ଟ୍ରପତି ଓଡିଶା ର ଜଣେ ଆଦିବାସୀ ମହିଳା ହୋଇଥିବା ସ୍ଥଳେ ତାଙ୍କର ଅବସର ସମୟରେ ରହଣି ପାଇଁ ପ୍ରାୟ ଷାଠିଏ କୋଟି ରୁ ଉର୍ଷ ଟଙ୍କା ରାଜକୋଷ ରୁ ଖର୍ଚ୍ଚ କରି ଓଡିଶା ର ମୟୁରଭଞ୍ଜ ଜିଲ୍ଲା ନିଜ ଜନ୍ମ ମାଟିରେ ବୃହତ ଅଟାଳିକା ନିର୍ମାଣ କରାଯାଉଛି, କିନ୍ତୁ ଦୁଃଖ ର ସହ ଜଣାଇବାକୁ ଚାହୁଁ ନୟାଗଡ ଜିଲ୍ଲା ରେ ପ୍ରାୟ୭୦୦ ଆଦିବାସୀ ଗ୍ରାମ ଥିବା ବେଳେ ସେଥିମଧ୍ୟରୁ ୫୦୦ ଗ୍ରାମ ରେ ବାସ କରୁଥିବା ଆଦିବାସୀ ଭାଇ ଭଉଣୀ ମାନେ ବିଭିନ୍ନ ମୌଳିକ ସୁବିଧା ରୁ ବଞ୍ଚିତ ଅଛନ୍ତି ଏଥିପାଇଁ ଆନ୍ଦୋଳନ୍ କରାଯାଇଛି । ତେଣୁ ବିଭିନ୍ନ ଦାବି ମଧ୍ୟ କରାଯାଇଛି ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଲିଙ୍ଗ ନିର୍ଯାତନା ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ

masiha

ଆଦିବାସୀ ଜମି ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ସଂବିଧାନିକ ହସ୍ତକ୍ଷେପ ଦାବି

Sunil Chandra Nayak

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର 

Sunil Chandra Nayak

Leave a Comment

error: Content is protected !!