ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ସଂଗଠନ ର ରାଜ୍ୟ କମିଟି ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ

ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ସଂଗଠନ ର ରାଜ୍ୟ କମିଟି ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ

ଆଜି ତାରିଖ ୧୯/୦୫/୨୦୨୬ ମଙ୍ଗଳବାର ଦିନ ସଂଧ୍ୟା ୬ ଘଣ୍ଟା ସମୟରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ସଂଗଠନ ର ରାଜ୍ୟ କମିଟି ତରଫରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ କରାଗଲା। ଆପଣ ମାନେ ସମସ୍ତେ ଜାଣିଥିବେ ବିଗତ କିଛି ଦିନ ତଳେ ତାମିଲନାଡୁ ବିଧାନସଭା ଗୃହରେ ଡି.ଏମ୍.କେ ନେତା ଉଦୟନିଧୀ ଷ୍ଟାଲିନ ସନାତନ ଧର୍ମ ତଥା ହିନ୍ଦୁ ମାନଙ୍କୁ ଅପମାନ କଲାଭଳି ମନ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ ସନାତନ ଧର୍ମ ସମାଜକୁ ବିଭାଜନ କରୁଛି ତେଣୁ ସମାଜରୁ ସନାତନ ଧର୍ମ କୁ ବିଲୋପ କରିବା ର ଆବଶ୍ୟକ ଅଛି। ତାଙ୍କର ଏହି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଏବଂ ଘୃଣ୍ୟ। ତାଙ୍କର ଏହି ପ୍ରକାର ମନ୍ତବ୍ୟ ସମଗ୍ର ହିନ୍ଦୁ ସମାଜ ଏବଂ ସମସ୍ତ ସନାତନୀ ଙ୍କୁ କୁଠାରଘାତ କରିଛି। ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଉଦୟନିଧୀ ଷ୍ଟାଲିନ ଏବଂ ତାଙ୍କ ବାପା ତଥା ତାମିଲନାଡୁ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ବାରମ୍ବାର ହିନ୍ଦୁତ୍ୱ ଏବଂ ସନାତନ ଧର୍ମକୁ ଅପମାନ କରିଛନ୍ତି। ତେଣୁ ତାଙ୍କ ବିରୁଦ୍ଧ ରେ ତାମିଲନାଡୁ ସରକାର କିମ୍ବା କେନ୍ଦ୍ର ସରକାର ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ତଥା ତାଙ୍କୁ ଯଥାଶୀଘ୍ର ଗିରଫ କରିବା ଦାବୀ ନେଇ ଏହି ବିକ୍ଷୋଭ କାର୍ଯ୍ୟକ୍ରମ କରାଗଲା ତତ୍ ସହିତ ତାଙ୍କ ନାମ ରେ ସହିଦନଗର ଥାନା ରେ ମଧ୍ୟ ଏତଲା ଦିଆଗଲା।ଆଜି ଠାରୁ ଦେଶର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ କରାଯିବା ସହ ସମସ୍ତ ଜିଲ୍ଲାରେ ତାଙ୍କ ନାମରେ ଏତଲା ମଧ୍ୟ ଦିଆଯିବ। ଆଜିର ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷା ସନ୍ତୋଷ ଭୋଳ ଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ଦାଶ ରାଜ୍ୟ ଉପସଭାପତି ରାଜୀବ ମିଶ୍ର, ରାଜ୍ୟ ସୂଚନା ପ୍ରମୁଖ ବ୍ରହ୍ମ ପ୍ରସାଦ ମହାପାତ୍ର, ରାଜ୍ୟ ସହ ସଂଯୋଜକ ଚିନ୍ମୟ ରାଉତରାୟ , ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ମୁଦୁଲି, ଉପସଭାପତି ରମାକାନ୍ତ ଖଟୁଆ, ଜିଲ୍ଲା ସମ୍ପାଦକ ପ୍ରିୟବ୍ରତ ଖଟୁଆ, ଅଜୟ ଜେନା, ଲୁଲୁ ମୁଖୀ, ଶାନୁ ମୁଖୀ, ମିଳନ ପରିଡ଼ା, ବିଭୁ ପ୍ରସାଦ ଗୁମାନସିଂ, ରଞ୍ଜିତ୍ ପରିଡ଼ା, ରାଜା ମୁଖୀ, ମନୋଜ କୁମାର ଶିଶୁ ଗୋସ୍ୱାମୀ, ରମେଶ ସାହୁ,ସ୍ୱାଧୀନ ଜେନା, ସୂର୍ଯ୍ୟକାନ୍ତ ଗଡନାୟକ, ସୌରବ ନାୟକ, ଜୟପ୍ରକାଶ ମୁଦୁଲି, ତଥା ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

୧- NSF ଓଡିଶା ରାଜ୍ୟ ପାଇଁ ଭାରଉତ୍ତୋଳନ କମିଟି ରେ ନୂତନ କମିଟି ଚୟନ ,୨- କାଳବୈଶାଖୀ ବର୍ଷା ପବନରେ ଉଡ଼ାଇଲା ଘର, ଭାଙ୍ଗିଲା ଗଛ 

ମଧୁସୂଦନ ପାଠାଗାରରେ ମଧୁସୂଦନଙ୍କ ଜୟନ୍ତୀ ପାଳନ

Sunil Chandra Nayak

ଚାଷୀଙ୍କ ଠାରୁ ଧାନ କିଣି ଏପର୍ଯ୍ୟନ୍ତ ସରକାର ଦେଇ ନାହାନ୍ତି ଧାନର ଟଙ୍କା 

masiha

Leave a Comment

error: Content is protected !!